ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା

ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜସ୍ୱ ଯୋଜନା ମାନ ପ୍ରସ୍ତୁତ କରିଚାଲିଥିବା ବେଳେ ଏହି କାର୍ଯ୍ୟ ପାଇଁ ଅଧିଗ୍ରହଣ ହେବାକୁ ଥିବା ଜାଗାରେ ରହୁଥିବା ଶତାଧିକ ପରିବାରକୁ ନିଜ ଭିଟାମାଟି ମଧ୍ୟ ହରାଇବାକୁ ପଡିବ । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାରେ ବିସ୍ଥାପିତ ହେବାକୁ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୩,୧୪ ଏବଂ ୧୫ ଅଞ୍ଚଳରେ ରହୁଥିବା ଶତାଧିକ ପରିବାରଙ୍କୁ ସେକ୍ଟର-୯ ନିକଟରୁ ଆରମ୍ଭ କରି ଛେଣ୍ଡ ପେଟ୍ରୋଲ ଟାଙ୍କି ନିକଟ ପର୍ଯ୍ୟନ୍ତ ଦୁର୍ଗାପୁର ପାହାଡ଼କୁ ଲାଗିକରି ଥିବା ଶହ ଶହ ଏକର ଖାଲିପିଡ଼ିଥିବା ଜାଗାରେ ବୃହତ୍ତ ଆବାସ ଯୋଜନାରେ ବଡ ବଡ ଆପାର୍ଟମେଂଟ ନିର୍ମାଣ କରାଯାଇ ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପରିବାରକୁ ପ୍ରାଥମିକତା ଭିତ୍ତିରେ ପ୍ରଥମେ ସେମାନଙ୍କୁ ଥଇଥାନ କରିବା ପାଇଁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ଏହାସହିତ ବିଧାୟକ ଶ୍ରୀ ତନ୍ତୀ ରାଜ୍ୟ ସହର ବିକାଶ ଓ ଗୃହ ନିର୍ମାଣ ମନ୍ତ୍ରୀ,ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଯୋଜନା ଏବଂ କ୍ରିୟାନ୍ବୟନ ବିଭାଗର ସଚିବଙ୍କୁ ମଧ୍ୟ ପତ୍ର ଲେଖି ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ବିଧାୟକ ଶ୍ରୀ ତନ୍ତୀ ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ ପାଇଁ ବିକାଶ ନିତ୍ୟାନ୍ତ ଆବଶ୍ୟକ, ଏବଂ ଯେତେବେଳେ ଯେକୌଣସି ବିକାଶ କାର୍ଯ୍ୟ ହୁଏ ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପାଇଁ କିଛି ଲୋକଙ୍କୁ ନିଜ ଭିଟା ମାଟି ହରାଇବାକୁ ପଡ଼ିଥାଏ । ତେବେ ଏହି ସମୟରେ ଉକ୍ତ ବିକାଶ ପ୍ରକ୍ରିୟାରେ ବିସ୍ଥାପିତ ହେଉଥିବା ଲୋକଙ୍କୁ ଉଚିତ ଥଇଥାନକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି ବୋଲି ନିଜ ଚିଠିରେ ବିଧାୟକ ଶ୍ରୀ ତନ୍ତୀ ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ କି ବର୍ତ୍ତମାନ ଭୁବନେଶ୍ୱର ଗସ୍ତରେ ଥିବା ବିଧାୟକ ଶ୍ରୀ ତନ୍ତୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ କରି ଏ ସମ୍ବନ୍ଧରେ ଚର୍ଚ୍ଚା ଆଲୋଚନା ମଧ୍ୟ କରିବାର ଯୋଜନା ଅଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ଦଳିତ ଅଧିକାର ମଞ୍ଚର ଜିଲ୍ଲା ସ୍ଥରୀୟ କର୍ମୀ ସମ୍ମିଳନୀ

Sunil Chandra Nayak

ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ

Sunil Chandra Nayak

Leave a Comment

error: Content is protected !!