ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ କବିତା ଓ ଗଳ୍ପ ଦିବସ ଉପଲକ୍ଷେ କମ୍ଯୁନ୍ ଓଡ଼ିଶା ଦ୍ୱାରା ରାଉରକେଲା ରେ ଓପନ ମାଇକ କାର୍ଯ୍ଯକ୍ରମ

ବିଶ୍ୱ କବିତା ଓ ଗଳ୍ପ ଦିବସ ଉପଲକ୍ଷେ କମ୍ଯୁନ୍ ଓଡ଼ିଶା ଦ୍ୱାରା ରାଉରକେଲା ରେ ଓପନ ମାଇକ କାର୍ଯ୍ଯକ୍ରମ

ରାଉରକେଲା: ଉଦିତ ନଗର ସ୍ଥିତ ଏନ୍.ଏସ୍.ଓ ରେଷ୍ଟ୍ରୋ ରେ ବିଶ୍ୱ କବିତା ଓ ଗଳ୍ପ ଦିବସ ଉପଲକ୍ଷେ କମ୍ଯୁନ୍ ର ଓଡ଼ିଶା ଶାଖା ଦ୍ବାରା ଓପନ ମାଇକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କଳାକାରମାନେ ନିଜ ନିଜ ରୁଚି ର ଶୀର୍ଷକ ଉପରେ ସଙ୍ଗୀତ, କାହାଣୀ, କବିତା ଅତି ସୁନ୍ଦର ଢଙ୍ଗରେ ପରିବେଷଣ କରିଥିଲା, ଯାହା ଉପସ୍ଥିତ ଦର୍ଶକବୃନ୍ଦ ଖୁବ ଖୁସି ରେ ଉପଭୋଗ କରିଥିଲେ । ଏହି କାର୍ଯ୍ଯକ୍ରମ ରାଉରକେଲା ୱାନ ର ମିଳିତ ଆନୁକୁଲ୍ଯ ରେ ଆୟୋଜିତ ହୋଇଥିଲା । ରାଉରକେଲା ୱାନ ଏହି କାର୍ଯ୍ଯକ୍ରମର ଡିଜିଟାଲ ମିଡିଆ ପାର୍ଟନର ଥିଲେ । କମ୍ଯୁନ୍ ର ଓଡ଼ିଶା ମୁଖ୍ଯ ଅର୍ପିତା ଗୁରୁ ମଞ୍ଚ ପରିଚାଳନା କରିଥିଲେ ଏବଂ ଦୀପାଂଶୁ, ପୀୟୁଷ, ଓ ଆୟୁଷ ଙ୍କୁ ‘ପର୍ଫମର ଅଫ୍ ଦ ଡେ’ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ କମ୍ଯୁନ୍ ଏସିଆର ଏକ ଜଣାଶୁଣା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଅଟେ । ଏହା ଦେଶର ବିଭିନ୍ନ ସହରରେ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାନ ଆୟୋଜିତ କରିଥାଏ । ଏସିଆର ସବୁଠାରୁ ବଡ଼ ‘ସ୍ପୋକନ ଫେଷ୍ଟ’ ପ୍ରତି ବର୍ଷ ମୁମ୍ବାଇଠାରେ କମ୍ଯୁନ୍ ଦ୍ବାରା ଅନୁଷ୍ଠିତ ହୋଇଥାଏ । କମ୍ଯୁନ୍ ର ସହ ପ୍ରତିଷ୍ଠାତା ରୋଶନ ଆବାସଙ୍କର ସ୍ବପ୍ନ ଥିଲା ଦେଶର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଚାର ଓ ପ୍ରସାର ଦ୍ବାରା କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟୁ ଏବଂ ଧିରେ ଧିରେ ଏହା ଲୋକଙ୍କ ମଧ୍ଯରେ ଆଦୃତ ହେଉଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାଉତୁମ୍ବl କଳାକୃତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ଟେମରା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ବାଗତ ସଂବର୍ଧନା 

masiha

Leave a Comment

error: Content is protected !!