ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ ତାରିଖରେରେ ଲଘୁଚାପ,ସମ୍ଭାବ୍ୟ ବାତ୍ୟା ସୂଚନା

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସୃଷ୍ଟି ହେବ ଘୂର୍ଣ୍ଣିବଳୟ।କ୍ରମଶଃ ଏହା ଅଧିକ ଘନିଭୂତ ହୋଇ ବାତ୍ୟା ରୂପନେଇପାରେ ବୋଲି ଆଶଙ୍କା କରାଯାଇଛି। ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ଏହା କେତେ ଶକ୍ତିଶାଳୀ ହେବ, ବାତ୍ୟା ରୂପ ନେବ କି ନାହିଁ, ଗତିପଥ କ’ଣ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ।ଅନ୍ୟପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୫ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସହ ୬ରେ ଅବପାତ ଓ ୭ରେ ବାତ୍ୟା ରୂପ ନେଇପାରେ । ୮ ତାରିଖବେଳକୁ ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ରେ ପରିଣତ ହୋଇପାରେ । ପବନର ବେଗ ୧୨୦ କିଲୋମିଟର ଛୁଇଁବା ଆଶଙ୍କାର ରହିଛି । ଏହା ଉତ୍ତର-ପଶ୍ଚିମଦିଗରେ ୬ ତାରିଖ ପରେ ଗତି କଲେ ଓଡ଼ିଶା ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି ।

ପାରାଦୀପରୁ ଶ୍ରୀକାକୁଲମ ବା ଶ୍ରୀକାକୁଲମରୁ ମଛଲିପଟ୍ଟନମ ଭିତରେ ଏହା ସ୍ଥଳଭାଗ ଛୁଇଁପାରେ। ୮ତାରିଖ ସନ୍ଧ୍ୟା ପରେ ଉପକୂଳରେ ବର୍ଷା ଆରମ୍ଭ ହେବ । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୩୬ ଘଣ୍ଟା ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ବା ସଂଲଗ୍ନ ଅଞ୍ଚଳରେ ଛୁଇଁଲେ, ଉଭୟ ପବନ ଓ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନଭେମ୍ବର ୨୫ ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଦାଣ୍ଡରେ ପିକ, ଘରେତ କାକ

Leave a Comment

error: Content is protected !!