ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନାରେ କେନାଲ କାମ ଚାଷୀ ମୁହଁରେ ଫୁଟିଲା ହସ 

ମନରେଗା ଯୋଜନାରେ କେନାଲ କାମ ଚାଷୀ ମୁହଁରେ ଫୁଟିଲା ହସ 

ଜୁନାଗଡ (ମ ନି ସ):-ସାଧାରଣତଃ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି ଯୋଗାଣ ପାଇଁ କେନାଲ ଖନନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ଯେଉଁ ଜାଗାକୁ କ୍ଷୁଦ୍ର ଜଳ ସେଚନ ବିଭାଗ କେନାଲ ପହଞ୍ଚାଇ ପାରି ନାହିଁ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଦୂର ଦୃଷ୍ଟି ଫଳରେ ବ୍ଲକରେ ପ୍ରଥମ ଥର ପାଇଁ ମନରେଗା ଯୋଜନାରେ କଂକ୍ରିଟ କେନାଲ କାମ ହୋଇ ପାରିଛି । ବର୍ତ୍ତମାନ ଚାଷୀ ଏହି କେନାଲ ଯୋଗେ ନିଜ ଜମିକୁ ପାଣି ମଡ଼ାଇ ପାରୁଛି ଯାହାରି ଫଳରେ ଚାଷୀ ମୁହଁରେ ହସ ଫୁଟିଛି । 

କେଗାଁ ଅଞ୍ଚଳ କୁ ବ୍ଲକ ଅଧ୍ୟକ୍ଷ ଆସିଥିବା ବେଳେ ଚାଷୀ ମାନେ ଅଧ୍ୟକ୍ଷ ଙ୍କ ଗାଡି କୁ ଅଟକାଇ ଚାଷ ଜମିର ପାଣି ସମସ୍ୟା ସମାଧାନ କରିବାକୁ ଦାବି କରିଥିଲେ । ପାଖରେ କ୍ଷୁଦ୍ର ଜଳସେଚନର ମୁଖ୍ୟ କେନାଲ ଥିଲେ ମଧ୍ୟ ଚାଷୀ ମୁଖ୍ୟ କେନାଲରୁ ନିଜ ଚାଷ ଜମିକୁ ପାଣି ମଡାଇବାକୁ ଅସମର୍ଥ ହେଉଥିବା କହିଥିଲେ । ଚାଷୀ ନିଜେ ନାଳ କରି ନିଜ ଜମିକୁ ପାଣି ମଡାଉଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ ପାଣି ହେଉଥିବା ଅଭିଯୋଗ କରିଥିଲେ । ବ୍ଲକ ଅଧ୍ୟକ୍ଷ ଏହି ବିଷୟରେ ରେ ବିଡ଼ିଓ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲାପାଳ, ମାନ୍ୟବର ପଞ୍ଚାୟତ ରାଜ ମନ୍ତ୍ରୀ ଙ୍କ ସହିତ ଆଲୋଚନା କରିବି ଓ ନିଶ୍ଚୟ କେନାଲ ର ବ୍ୟବସ୍ଥା କରାଯିବ ବୋଲି ଅଟକାଇ ଥିବା ଚାଷୀ ମାନଙ୍କୁ ଅଧ୍ୟକ୍ଷ ପ୍ରତିଶୃତି ଦେବାରୁ ଚାଷୀ ମାନେ ଅଧ୍ୟକ୍ଷ ଙ୍କ ଗାଡିକୁ ଛାଡି ଦେଇଥିଲେ । ତତ୍କାଳୀନ ବିଡ଼ିଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ମନରେଗା ଯୋଜନା ମାଧ୍ୟମରେ କେନାଲ ର ବ୍ୟବସ୍ଥା କରିଥିଲେ । ଚଳିତ ବର୍ଷ ଆର୍ଥିକ ବର୍ଷରେ ଗ୍ରୀଷ୍ମ କାଳରେ ଏହି କେନାଲ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ବର୍ତ୍ତମାନ ଚାଷୀ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ କେନାଲରୁ ନିଜ ଚାଷ ଜମିକୁ ଜଳସେଚିତ କରିପାରୁଛି । ନିଜ ଚାଷ ଜମିରେ ଜଳସେଚନ ହୋଇପାରିଥିବାରୁ ଚାଷୀ ମୁହଁରେ ହସ ଫୁଟିଛି । ଏଥିପାଇଁ କେଗାଁର ଚାଷୀ ଧର୍ଯ୍ୟ ନାଏକ,ପୁନି ଚଣ୍ଡି,ଦଶରଥ ମାଝୀ,କଳାକୃଷ୍ଣ ଧଙ୍ଗଡାମାଝୀ,ଦୁଖୁ ପୁଝାରୀ,ଦୁଲ ଚଣ୍ଡି,ନିଳମଣି ପୁଟେଲ,ପଙ୍କଜ ପୁଟେଲ,ମଧୁସୁଦନ ଧଙ୍ଗଡାମାଝୀ,ଦିନବନ୍ଧୁ ଧଙ୍ଗଡାମାଝୀ,ଟୁନା ଧଙ୍ଗଡାମାଝୀ, ରାମ ଧଙ୍ଗଡାମାଝୀ,ପିତାମ୍ବର ନାଏକ,ମୁଦିଆ ପୁଟେଲ ,ଦୁର୍ବଳ ପୁଟେଲ,ଲୋକେଶ୍ୱର ପୁଟେଲଙ୍କ ସମେତ ଶତାଧିକ ଚାଷୀ ବ୍ଲକ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଏହି କେନାଲ ଦ୍ଵାରା କେଗାଁ ଗ୍ରାମପଂଚାୟତର ଚାଷୀ ମାନେ ଉପକୃତ ହେବା ସହିତ ସିନାପାଲି ଗ୍ରାମ ପଂଚାୟତର ଚାଷୀ ମଧ୍ୟ ନିଜ ଜମିରେ ଜଳସେଚିତ କରି ଉପକୃତ ହୋଇ ପାରିଛନ୍ତି ।

ଜୁନାଗଡ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ।

Related posts

ଆଦିବାସୀ ଗ୍ରାମ ବିକାଶ କମିଟି ପକ୍ଷରୁ ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ଗଭୀର ଭାବେ ପାଳିତ

Sunil Chandra Nayak

ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ବବି ଦାସଙ୍କ ଜନ୍ମ ଦିବସ ପାଳନ

Sunil Chandra Nayak

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

masiha

Leave a Comment

error: Content is protected !!