ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ

ମୟୂରଭଂଜ – ୬/୦୮ — ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଇଚିଣ୍ଡା ଗ୍ରାମର ବିଶେଷ ଖବର ସାମ୍ବାଦିକ ଜୀତେନ୍ଦ୍ର ଅଗ୍ରଓ୍ବାଲଙ୍କ ପିତା ସନ୍ତୋଷ ଅଗ୍ରଓ୍ବାଲ(୭୦) ଙ୍କ ର ବୁଧବାର ଦିନ ଭୋର ୪ ଟା ପାଖାପାଖି ସମୟରେ ଦେହାନ୍ତ ହୋଇଯାଇଛି ।ସୂଚନାଯୋଗ୍ୟ ସନ୍ତୋଷ ଅଗ୍ରଓ୍ବାଲଙ୍କର ମଙ୍ଗଳବାର ଦିନ ଦିନବେଳେ ଛାତି ଯନ୍ତ୍ରଣା ହୋଇଥିଲା ।ସାମ୍ବାଦିକ ଜୀତେନ୍ଦ୍ର ଅଗ୍ରଓ୍ବାଲ ତାଙ୍କ ବାପାଙ୍କୁ ଭୂଵନେଶ୍ବରର ସମ ହସ୍ପିଟାଲ କୁ ବସରେ ନେଉଥିବାବେଳେ କଟକର ନଖରା ପାଖରେ ବସ ଭିତରେ ତାଙ୍କ ବାପାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।ସେଠାରୁ ଜୀତେନ୍ଦ୍ର ଅଗ୍ରଓ୍ବାଲ ତାଙ୍କ ବାପାଙ୍କ ମରଶରୀରରକୁ ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କ ଗ୍ରାମକୁ ନେଇ ଆସିଥିଲେ ।ତାଙ୍କ ଘରେ ବିଶିଷ୍ଟ ବିଜେପି ନେତା ମନୋଜ ଦାସ( ବାପି),ଓଡ଼ିଶା ଡ଼୍ରାଇଭର ସଂଘ ରାଇରଙ୍ଗପୁର ସଭାପତି ଅମୂଲ୍ୟ ମହାନ୍ତି, ସାମ୍ବାଦିକ ଅକ୍ଷୟ ବିଶ୍ଵାଳ, ତୁଷାରକାନ୍ତ ମହାନ୍ତ,ସତ୍ୟ ନାରାୟଣ ପାଲ, ଯଶୋବନ୍ତ ବାରିକ, ମେଘନାଦ ହେମ୍ବ୍ରମ, ସୁରଥ ପଟନାୟକ,ସୁଜିତ ଶତପଥୀ,ସୁନିଲ ମହାପାତ୍ର,ସମେତ ବହୁ ସାମ୍ବାଦିକ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମଧ୍ଯାହ୍ନରେ ଇଚିଣ୍ଡା ଗ୍ରାମର ଶ୍ମଶାନ ଘାଟକୁ ନିଆ ଯାଇଥିଲା ।ସେଠାରେ ବଡ଼ପୁଅ ଜୀତେନ୍ଦ୍ର ଅଗ୍ରଓ୍ଵାଲ ମୁଖାଗ୍ନି ଦେବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ସନ୍ତୋଷ ଅଗ୍ରଓ୍ବାଲ ଜଣେ ମେଳାପି, ମିଷ୍ଟଭାଷୀ,ସ୍ପଷ୍ଟବାଦୀ ବ୍ୟକ୍ତି ଥିଲେ ।ତାଙ୍କ ମୃତ୍ୟୁରେ ଇଚିଣ୍ଡା ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

masiha

ସ୍ବେଛାସେବୀ ମାନଙ୍କ ଦ୍ୱାରା ମାନବୀୟ କାର୍ଯ୍ୟ : ସବୁଠି ପ୍ରଶଂସା 

Sunil Chandra Nayak

Leave a Comment

error: Content is protected !!