ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକା ରେ ଷେଣ୍ଢ ଗୁରୁତର

ଅଜଣା ଗାଡି ଧକା ରେ ଷେଣ୍ଢ ଗୁରୁତର

କାମାକ୍ଷାନଗର (ମନିସ)5/8/25 ଆଜିକୁ ୧୨ ଦିନ ପୂର୍ବେ କାମାକ୍ଷାନଗର ସହର ଅନ୍ତର୍ଗତ ମୁଣ୍ଡିଦେଉଳି ଛକ ନିକଟରେ ଅଜଣା ଗାଡି ଧକାରେ ଏକ ଷେଣ୍ଢ ଗୁରୁତର ଆହାତ ହୋଇଥିଲା । ଏହାକୁ ଦେଖି କିଛି ସହୃଦୟ ବ୍ୟକ୍ତି ଆହାତ ଷେଣ୍ଢ କୁ କାମାକ୍ଷାନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଥିବା ସାଇକେଲ ଷ୍ଟାଣ୍ଡ ଘରକୁ ଏକ ଟାଟାଏସି ଗାଡି ସାହାଯ୍ୟରେ ଆଣି ରଖିଥିଲେ । ସେହି ଠାରେ ହିଁ ଆଜି ପର୍ଯ୍ୟନ୍ତ ଷେଣ୍ଢ ଟିର ଚିକିତ୍ସା ହେଉଛି । ଷେଣ୍ଢ ଟିର ଜାନୁ ଭଙ୍ଗ ହେବା ସହିତ ଆଉ କିଛି ଅଙ୍ଗରେ ଗଭୀର ଆଘାତ ଲାଗିଛି , ସ୍ଥାନୀୟ ପଶୁ ଡ଼ାକ୍ତର ଙ୍କ ନିରୀକ୍ଷଣ ରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ସହୃଦୟ ବ୍ୟକ୍ତି ଙ୍କ ସାହାଯ୍ୟ ସହଯୋଗ ରେ ଇଞ୍ଜେକ୍ସନ, ଆଣ୍ଟିବାୟୋଟିକ, ସାଲାଇନ ସହ ମେଡିସିନ ଦିଆଯାଉଛି ।‌ କିନ୍ତୁ ଷେଣ୍ଢ ଟି ଏ ପର୍ଯ୍ୟନ୍ତ ସୁସ୍ଥ ହୋଇନି , ଷେଣ୍ଢ କୁ ଭୁବନେଶ୍ୱର ର ବଡ଼ ପଶୁ ଚିକିତ୍ସାଳୟ କୁ ନେବାକୁ ପଡ଼ିବ , ସେଠିକି ନେଲା ପରେ ଅଭିଜ୍ଞ ଡାକ୍ତରମାନଙ୍କ ଅସ୍ତ୍ରୋପଚାର ଦ୍ଵାରା ଷେଣ୍ଢ ସୁସ୍ଥ ହୋଇପାରିବ । ପ୍ରତ୍ୟେକ ଜୀଵନ ମୁଲ୍ୟଵାନ ସେ ମଣିଷ ହୁଅନ୍ତୁ ଵା ପଶୁ ପକ୍ଷୀ ।କାମାକ୍ଷାନଗର ଵାସୀ ସରକାର ଓ ସ୍ଥାନୀୟ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ଷେଣ୍ଢକୁ ଭୁବନେଶ୍ୱର ବଡ଼ ପଶୁ ଚିକିତ୍ସାଳୟ ନିଆଯାଇ ସୁସ୍ଥ କରାଯାଉ । 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ସରସ୍ବତୀ ଶିଶୁ ମନ୍ଦିର ବୋର୍ଡ଼ା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ

ଆଦିବାସୀ ହୋ ସମାଜ ମହାସଭାର ଦାବି ପରେ ତତ୍ପରତା  — ଗୁରୁ ଲାକୋ ବଦ୍ରାଙ୍କ ଜୟନ୍ତୀ ସରକାରୀ ସ୍ତରରେ ପାଳନ ହେବ 

Sunil Chandra Nayak

Leave a Comment

error: Content is protected !!