ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକା ରେ ଷେଣ୍ଢ ଗୁରୁତର

ଅଜଣା ଗାଡି ଧକା ରେ ଷେଣ୍ଢ ଗୁରୁତର

କାମାକ୍ଷାନଗର (ମନିସ)5/8/25 ଆଜିକୁ ୧୨ ଦିନ ପୂର୍ବେ କାମାକ୍ଷାନଗର ସହର ଅନ୍ତର୍ଗତ ମୁଣ୍ଡିଦେଉଳି ଛକ ନିକଟରେ ଅଜଣା ଗାଡି ଧକାରେ ଏକ ଷେଣ୍ଢ ଗୁରୁତର ଆହାତ ହୋଇଥିଲା । ଏହାକୁ ଦେଖି କିଛି ସହୃଦୟ ବ୍ୟକ୍ତି ଆହାତ ଷେଣ୍ଢ କୁ କାମାକ୍ଷାନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଥିବା ସାଇକେଲ ଷ୍ଟାଣ୍ଡ ଘରକୁ ଏକ ଟାଟାଏସି ଗାଡି ସାହାଯ୍ୟରେ ଆଣି ରଖିଥିଲେ । ସେହି ଠାରେ ହିଁ ଆଜି ପର୍ଯ୍ୟନ୍ତ ଷେଣ୍ଢ ଟିର ଚିକିତ୍ସା ହେଉଛି । ଷେଣ୍ଢ ଟିର ଜାନୁ ଭଙ୍ଗ ହେବା ସହିତ ଆଉ କିଛି ଅଙ୍ଗରେ ଗଭୀର ଆଘାତ ଲାଗିଛି , ସ୍ଥାନୀୟ ପଶୁ ଡ଼ାକ୍ତର ଙ୍କ ନିରୀକ୍ଷଣ ରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ସହୃଦୟ ବ୍ୟକ୍ତି ଙ୍କ ସାହାଯ୍ୟ ସହଯୋଗ ରେ ଇଞ୍ଜେକ୍ସନ, ଆଣ୍ଟିବାୟୋଟିକ, ସାଲାଇନ ସହ ମେଡିସିନ ଦିଆଯାଉଛି ।‌ କିନ୍ତୁ ଷେଣ୍ଢ ଟି ଏ ପର୍ଯ୍ୟନ୍ତ ସୁସ୍ଥ ହୋଇନି , ଷେଣ୍ଢ କୁ ଭୁବନେଶ୍ୱର ର ବଡ଼ ପଶୁ ଚିକିତ୍ସାଳୟ କୁ ନେବାକୁ ପଡ଼ିବ , ସେଠିକି ନେଲା ପରେ ଅଭିଜ୍ଞ ଡାକ୍ତରମାନଙ୍କ ଅସ୍ତ୍ରୋପଚାର ଦ୍ଵାରା ଷେଣ୍ଢ ସୁସ୍ଥ ହୋଇପାରିବ । ପ୍ରତ୍ୟେକ ଜୀଵନ ମୁଲ୍ୟଵାନ ସେ ମଣିଷ ହୁଅନ୍ତୁ ଵା ପଶୁ ପକ୍ଷୀ ।କାମାକ୍ଷାନଗର ଵାସୀ ସରକାର ଓ ସ୍ଥାନୀୟ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ଷେଣ୍ଢକୁ ଭୁବନେଶ୍ୱର ବଡ଼ ପଶୁ ଚିକିତ୍ସାଳୟ ନିଆଯାଇ ସୁସ୍ଥ କରାଯାଉ । 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଗ୍ରୀନ ଭେଲି ପବ୍ଲିକ ସ୍କୁଲର 2024-25 ବାର୍ଷିକ ଉତ୍ସବ

masiha

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

Leave a Comment

error: Content is protected !!