ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପୁଣି ଛାତ୍ରୀ ମୃତ୍ୟୁ, ଘରେ କେହି ନ ଥିଲା ବେଳେ କିରୋସିନିରେ ଜଳିଗଲେ ! ୨- ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ, ୩- ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପି ସି ସି ଟିମ

ପୁଣି ଛାତ୍ରୀ ମୃତ୍ୟୁ, ଘରେ କେହି ନ ଥିଲା ବେଳେ କିରୋସିନି ଜଳିଗଲେ!

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଗ୍ରାମ ପଞ୍ଚାୟତ ର କାଠିଆପଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି! କିରୋସିନ ଢାଳି ହୋଇ ଛାତ୍ରୀ ଙ୍କ ଆତ୍ମହତ୍ୟା ! ଯୁବତୀ ଙ୍କ ପ୍ରେମିକ ବ୍ଲାକ ମେଲ କରୁଥିବା ଅଭିଯୋଗ, ବ୍ଲାକ ମେଲ ରେ ଶିକାର ହୋଇ ଆତ୍ମହତ୍ୟା! ମୃତ ଛାତ୍ରୀ ହେଲେ ପଟ୍ଟାମୁଣ୍ଡାଇ କାଠିଆପଡା ଗ୍ରାମର ପିଡିତା,.ସଂଗୀତା ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ହୋଇଥିଲା ଏତଲା. ଘରେ କେହି ନଥୁବା ବେଳେ ଘଟିଛି ଘଟଣା. ପ୍ରେମିକ ଜଣଙ୍କ ଛାତ୍ରୀ ଙ୍କ ଅଶ୍ଳୀଳ ଫୋଟ ଭାଇରାଲ କରିଥିବା ନେଇ ଅଭିଯୋଗ ! ଘଟଣାରୁ ପ୍ରକାଶ କାଠିଆପଡ଼ା ମହାବିଦ୍ୟାଳୟର +୩ ଶେଷ ବର୍ଷ ଛାତ୍ରୀ ପିଡିତା ସଂଗୀତା ଜନୈକ ଯୁବକ ସହିତ ପ୍ରେମ ସମ୍ପର୍କ ଥିବାରୁ ଯୁବକ ଜଣଙ୍କ ଛାତ୍ରୀର ଫଟୋ ଓ ଅନ୍ତରଙ୍ଗ ଭିଡିଓ କୁ ଭାଇରଲ କରିଆସୁଥିଲା ! ଏନେଇ ମୃତ ଛାତ୍ରୀଙ୍କ ବାପ ବାପା ଶଶିକାନ୍ତ ପରିଡା ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଲିଖୁତ ଅଭିଯୋଗ କରିଥିଲେ ! ହେଲେ ଗ୍ରାମାଞ୍ଚକ ଥାନା ପୋଲିସ ଏହି ଏହି ଅଭିଯୋଗକୁ ଗ୍ରହଣ କରିନଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ! ସମ୍ପୃକ୍ତ ଯୁବକ ଜଣଙ୍କ ବାରମ୍ବାର ଛାତ୍ରୀ ର ଫଟୋ ଓ ଅନ୍ତରଙ୍ଗ ମୁହୂର୍ତ ର ଫଟୋ ଓ ଭିଡିଓ କୁ ଭାଇରଲ କରିବା ଦ୍ୱାରା ଛାତ୍ରୀ ଜଣଙ୍କ ନିଜର ମାନସିକ ଭାରସାମ୍ୟ ହରାଇ,ଆଜି ଘରେ ପରିବାର କେହି ନଥୁବା ବେଳେ ଛାତ୍ରୀ ଜଣକ ନିଜେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଜଣା ଯାଇଛି ! ପୋଲିସର ଅବହେଳା ପାଇଁ ଛାତ୍ରୀ ଛାତ୍ରୀ ଜଣଙ୍କ କିରୋସିନ ଢାଳି ଆମ୍ ଆତ୍ମହତ୍ଯା କରିଥିବା ନେଇ ଅଭିଯୋଗ ହୋଇଛି ! ମୃତକଙ୍କ ପରିବାରଙ୍କୁ ନ୍ୟାୟ ଦାବିରେ ଘଟଣ ଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି ! ବିଳମ୍ବ ହେଲେବି ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ଏସପି, ପଟ୍ଟାମୁଣ୍ଡାଇ ଥାନା ଆଇ ଆଇ ସି, ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଓ ଆଇ ସି ଓ ସାଇଣ୍ଟିଫିକ ଟିମ ପହଁଛି ତଦନ୍ତ ଆରମ୍ଭ କରିଛିନ୍ତି !ସ୍ଥାନୀୟ ଅଞ୍ଚଳରେ । ଶୋକାକୁଳ ପରିବେଶ ସୃଷ୍ଟିହୋଇଛି !ତେବେ ଏସପି କହିଛନ୍ତି, ସୁଇସାଇଡ୍ କେଶ ଭଳି ଲାଗୁଚି! ଘଟଣାସ୍ଥଳକୁ ଯାଇଥିବା ASI ଶୈଳେନ୍ଦ୍ର ପଲେଇ କହିଛନ୍ତି, ମୁଁ କିଛି ଜାଣି ନାହିଁ। ଯିଏ ଅଭିଯୋଗ ଆଣନ୍ତି ମୁଁ ରଖେ, ତଦନ୍ତ ହେଲେ ସବୁ ଜଣାପଡ଼ିବ।

ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ , ସୀମାଞ୍ଚଳ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି । ପୂର୍ବରୁ ପୀଡ଼ିତାଙ୍କ ଏତଲା ରଖି ନଥିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ପରେ ଗତକାଲି ଗଣମାଧ୍ୟମରେ ଖାମଖିଆଲି ମନ୍ତବ୍ୟ ରଖିଥିଲେ । ଏହାପରେ ଏସ୍‌ପି ନିଜେ ତଦନ୍ତ କରିବେ ବୋଲି କହିଥିଲେ । ଘଟଣା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେପଟେ ଏହି ମାମଲାରେ ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଲିଡ୍ । ମୃତ ଛାତ୍ରୀଙ୍କ ମୋବାଇଲ୍ ସିଜ୍ କରିଛି ପୁଲିସ । ମୃତ ଛାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ ମୃତ୍ୟୁ ରହସ୍ୟ ଖୋଲିବ । ଶେଷ ଥର ପାଇଁ ସେ କାହା ସହ କଥା ହୋଇଥିଲେ ? ତାଙ୍କ ସହ ଛାତ୍ରୀ ଜଣଙ୍କ କ’ଣ କଥା ହୋଇଥିଲେ ? ଏଥିରେ ଆତ୍ମଦାହ ସମ୍ପର୍କରେ କୌଣସି ସୂଚନା ଥିଲା କି ? ମୋବାଇଲରୁ ହିଁ ସ୍ପଷ୍ଟ ହେବ ଛାତ୍ରୀଙ୍କ ପୁରୁଷ ବନ୍ଧୁ କିଏ ? କେମିତି ତାଙ୍କୁ ପ୍ରେମିକ ହଇରାଣ କରୁଥିଲେ ? ଡିଜିଟାଲ ପ୍ରମାଣ ଆଧାରରେ ପୁଲିସ ତଦନ୍ତ ଆଗକୁ ବଢାଇବ । ପୋଡ଼ାଲୁଗା, ଓଡ଼ଣୀ ଓ କିରୋସିନ୍ ବୋତଲ ଅନ୍ୟାନ୍ୟ ପ୍ରମାଣ ବି ପୁଲିସ ଜବତ କରିଛି ।

ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା
ପି ସି ସି ଟିମ

କେନ୍ଦ୍ରାପଡ଼ା : ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ପହଂଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀ ପି ଡି ସଂଗୀତାଙ୍କ ପରିବାରକୁ ଭେଟି ଏହି ସମବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ I ପି ସି ସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ପି ସି ସି ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ,ମୁଖପାତ୍ର ସୋନାଲି ସାହୁ, ମନୀଷା ଦାଶ ପଟନାୟକ, ଓ ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମ୍ରିତା ଦାସ ପ୍ରମୁଖ ପି ସି ସି କୋଷାଧକ୍ଷ ତଥା କେନ୍ଦ୍ରାପଡ଼ା ଲୋକ ସଭା କଂଗ୍ରେସ ପ୍ରାର୍ଥୀ ଇଂ ସିଦ୍ଧାର୍ଥ ଦାସ, ବିଧାନସଭା ପ୍ରାର୍ଥୀ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ, ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାଶ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ଯୁବ ନେତା ପ୍ରଶାନ୍ତ କୁମାର ରାଉତ, ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟ ପ୍ରିୟ ସାମଲ, ଯୁବ ନେତା ପ୍ରଦୀପ ପ୍ରଧାନ ପ୍ରମୁଖ କାଠିଆପଡା ଗ୍ରାମରେ ପହଂଚି ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡାଙ୍କୁ ଭେଟି ଆଲୋଚନା କରିବା ସହିତ ଚଳିତ ସରକାରରେ ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି I ପୋଲିସ ଓ ପ୍ରଶାସନର ଅବହେଳା ପାଇଁ ନିର୍ଯ୍ୟାତିଟା ଛାତ୍ରୀଜଣକର ଅମୂଲ୍ୟ ଜୀବନ ଯାଇଛି ବୋଲି ଅଭିଯୋଗ କରି ଏହାର ବିଚାର ବିଭାଗୀୟ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ I

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବିଦ୍ୟୁତ ବାଣିଜ୍ୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟରେ ଚାଷୀ ଅସନ୍ତୋଷ

Sunil Chandra Nayak

ଆବଶର ପ୍ରାପ୍ତ ଶିକ୍ଷକ ଙ୍କ ବିଧାୟ କାଳିନ ସମ୍ଭର୍ଦ୍ଧନା

masiha

ନିଆଁ ଲାଗି ଜଳି ଗଲା ୩ ଦୋକାନ

masiha

Leave a Comment

error: Content is protected !!