ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ ପରେ ପ୍ରଶାସନିକ ତତ୍ପରତା

ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ ପରେ ପ୍ରଶାସନିକ ତତ୍ପରତା

ଧର୍ମଗଡ ବସ୍ତିପଡ଼ାସ୍ଥିତ ଖଲିଆ ବନ୍ଦ(ପୋଖରୀ)ର ଉନ୍ନତିକରଣ ତଥା ପୋଖରୀ କୁ ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରେ ବସ୍ତି ବାସିନ୍ଦା ଅଭିଯୋଗ କଲା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଆଜି ଧର୍ମଗଡ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର,ରେଭିନ୍ୟୁ ଇନ୍ସପେକ୍ଟର ଆସି ସରଜମିନ ତଦନ୍ତ କରିଥଲେ।

ସୂଚନା ଯୋଗ୍ୟ ଯେ, ବସ୍ତି ପଡ଼ା ଠାରେ ଥିବା ଖଲିଆ ବନ୍ଦ ରେ ୪୦୦ ରୁ ୫୦୦ ପରିବାର ନିର୍ଭରଶିଳ। ଗାଧୋଇବା ଠାରୁ ଆରମ୍ଭ କରି ଶୁଦ୍ଧି କ୍ରିୟା ପର୍ଯ୍ୟନ୍ତ ଏହି ପୋଖରୀ ଉପରେ ବସ୍ତି ବାସିନ୍ଦା ନିର୍ଭରଶୀଳ। କିନ୍ତୁ ବର୍ଷ ବର୍ଷ ଧରି ଉକ୍ତ ପୋଖରୀ ର ପୁନରୁଦ୍ଧାର ନହେବା ତଥା ପୋଖରୀ କୁ ଯାଇଥିବା ସର୍ବସାଧାରଣ ରାସ୍ତା ଜବର ଦଖଲ ଯୋଗୁଁ ପୋଖରୀ ବ୍ୟବହାର ଉପଯୋଗୀ ନ ହୋଇ ପଡ଼ିରହିଛି। ବିଭିନ୍ନ ସମୟରେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ବସ୍ତି ବାସିନ୍ଦା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଦ୍ବାରସ୍ଥ ହୋଇଥିଲେ। 

 ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସରଜମିନ ତଦନ୍ତ ରେ ଆସି ତହସିଲଦାର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ସମୟରେ ୱାର୍ଡ ନମ୍ବର ୬ର କାଉନସିଲର ମୁନିରାମ ମାଝୀ, ସାମ୍ବାଦିକ ସୌମ୍ୟ ରଞ୍ଜନ ନାଏକ, ଧର୍ମଗଡ ବସ୍ତିପଡ଼ା ର ଭବାନୀ ନାଏକ, ଘନ ନାଏକ, ଧବଳେଶ୍ଵର ନାଏକ, ମନମୋହନ ନାଏକ,ରଞ୍ଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଡିଜିପି ପୁରସ୍କାର ରେ ସମ୍ମାନିତ 

masiha

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

masiha

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!