ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି।ସ୍ଵାଧୀନତା ଦିବସ ଶାନ୍ତି,ଶୃଙ୍ଖଳା ଓ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳନ କରିବା ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା।

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଗଲା। ସକାଳ ଘ୯-୧୫ ମିନିଟ୍ ସମୟରେ ଧର୍ମଗଡ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ସ୍ବାଧିନତା ଦିବସର ମୁଖ୍ୟ ଅତିଥି ଧର୍ମଗଡ ଉପଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ।ଉକ୍ତ ଦିନ ପ୍ରାତଃ ସମୟରେ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ଗାନ କରାଯିବ ଓ ସହରରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ସକାଳ ୭ ଘଣ୍ଟା ସୁଦ୍ଧା ମାଲ୍ୟାର୍ପଣ କରାଯିବ।

ସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ସକାଳ ଘ୭-୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ।

ପ୍ୟାରେଡ୍ ପଡିଆ ସମତୁଲ କରିବା,ବ୍ୟାରିକେଡ଼ ଓ ଟେଣ୍ଡ ନିର୍ମାଣ,ନିମନ୍ତ୍ରିତ ଅତିଥି ଙ୍କ ବସିବା ପାଇଁ ଚୌକି ଯୋଗାଣ ଆଦି ବ୍ୟବସ୍ଥା ପୂର୍ତ୍ତ ବିଭାଗ କରିବେ।ଶାନ୍ତି ଶୃଙ୍ଖଳା ରକ୍ଷା,ପ୍ୟାରେଡ୍ ଅଭ୍ୟାସ ଓ ସ୍ବାଧିନତା ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅନୁରୋଧ କରାଗଲା।ପ୍ୟାରେଡ୍ ପଡିଆ ପରିଷ୍କାର ପରିଚ୍ଛନ୍ନ ରଖିବା ,ପତାକା ମଞ୍ଚ ସାଜସଜ୍ଜା,ପାନୀୟ ଜଳ ଯୋଗାଣ ,ଆଶୁ ଚିକିତ୍ସା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଗଲା।ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରାଥମିକ, ମାଧ୍ୟମିକ, ହାଇସ୍କୁଲ ଓ କଲେଜ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

 ଏହି ବୈଠକରେ ସହ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ କୁମାର ତିର୍କୀ, ସହ ଜିଲ୍ଲାପାଳ ଚୋଳଗଙ୍ଗ ପ୍ରଧାନ,ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଡିଏସପି ଡୋଳାମଣି ଭୋଇ,ବିଡିଓ ସଦାଶିବ ନାୟକ,ନଗରପାଳ ଅଶୋକ କୁମାର ମହାନ୍ତି,ସହ ଜିଲ୍ଲାପାଳ ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ଥାନା ଅଧିକାରୀ ସୁଦର୍ଶନ ନାୟକ, ପୂର୍ବତନ ଏନଏସି ଅଧ୍ୟକ୍ଷା ହୀରା ବାଗ,ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ଉମେଶ ଦୁରିଆ,ଅଧ୍ୟାପକ ମାଧବ ଲହଜଲ,କ୍ରୀଡା ଶିକ୍ଷକ ଅଭୟ କୁମାର ବାଗ, ସନ୍ତୋଷ ପାଣିଗ୍ରାହୀ, ଶ୍ରବଣ ଜାଲ,ସରୋଜ କୁମାର ପଣ୍ଡା, ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ତଥା ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅତିରିକ୍ତ ଉପଜିଲ୍ଲାପାଳ ଅଜୟ କୁମାର ତିର୍କୀ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ରେ ଓଡିଶା ଜୀବିକା ମିଶନ ଇସି ସଂଘ ଜିଲ୍ଲା ସଭାପତିଙ୍କୁ ଅଟକ ! କର୍ମକର୍ତ୍ତାଙ୍କ ନିନ୍ଦା

masiha

କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

masiha

ଗୋପବନ୍ଧୁଙ୍କ ହୃଦୟ ଥିଲା ବିଶ୍ବବ୍ୟାପୀ 

Sunil Chandra Nayak

Leave a Comment

error: Content is protected !!