ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଳ୍ପ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ,ବାଲ୍ୟ ବିବାହ, ଗୁଣିଗାରେଡ଼ି ବିରୋଧରେ ଏବଂ ନାରୀ ସୁରକ୍ଷା ବିଷୟରେ ସଚେତନତା ଶିବିର

ବିକଳ୍ପ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ,ବାଲ୍ୟ ବିବାହ, ଗୁଣିଗାରେଡ଼ି ବିରୋଧରେ ଏବଂ ନାରୀ ସୁରକ୍ଷା ବିଷୟରେ ସଚେତନତା ଶିବିର 

ରାୟଗଡ଼ ତା ୯-୮-୨୦୨୫ —      ବିକଳ୍ପ ଅନୁଷ୍ଠାନ ତରଫରୁ ବାଇସିଙ୍ଗ ଗ୍ରାମ ପଞ୍ଚାୟତର ଜୁରୁଡି ଗାମଦାଣ୍ଡରେ ଶୁ୍କ୍ରବାର ସନ୍ଧ୍ୟାରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବାଲ୍ୟ ବିବାହ ନିରୋଧ ତଥା ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ବାସ ଠାରୁ ଦୂରେଇ ରହିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ଜୁରୁଡି ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ନିଜର ସୁରକ୍ଷା, ସଞ୍ଜମତା, ଚରିତ୍ର ଗଠନ ଏବଂ ନାରୀଙ୍କୁ ବଳତ୍କାର, ନିର୍ଯ୍ୟାତନା ଓ ଶୋଷଣରୁ ମୁକ୍ତି ସହ ମୁଲ୍ୟବୋଧ ଭିତ୍ତିକ ଶିକ୍ଷା ଆଦି ବିଷୟରେ ସଚେତନ କରାଯାଇଥିଲା । ଶେଷରେ ବିକଳ୍ପ ପକ୍ଷରୁ ଗ୍ରାମବାସୀଙ୍କୁ ଆମ୍ବ, ଲେମ୍ବୁ, ମୁନିଗା, ଅମୃତଭଣ୍ଡା, ପିଜୁଳି, ସିତାଫଳ ଆଦି ଫଳଗଛ ଚାରା ବଣ୍ଟନ ଓ ବୃକ୍ଷରୋପଣ କରାଯାଇଥିଲା । 

      ସଚେତନତା ଶିବିରରେ ବିକଳ୍ପର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ସମ୍ପାଦକ ଜଗଦୀଶଚନ୍ଦ୍ର ଦୋରା, ସଦସ୍ଯ ଡ: ପ୍ରଶନ୍ନ କୁମାର ଗନ୍ତାୟତ, ଶଶିଭୂଷଣ ପଟ୍ଟନାୟକ, କୃଷ୍ଣପ୍ରୀୟା ଶାହାଣୀ, ତ୍ରିବେଣୀ ମିଶ୍ର, ରାଜେନ୍ଦ୍ର ସାହୁ,ଡ: ବିପିନ ବିହାରୀ ବିଶ୍ବାଳ, ମନ୍ମଥ ତୁଳ,କୁମୁଦ ଚନ୍ଦ୍ର ସାମନ୍ତରାୟ, ନୀଳାଞ୍ଚଳ ମିଶ୍ର, ବାବୁଲାଲ ଗନ୍ତାୟତ, ରବି ଶତପଥି ଆଦି ବିକଳ୍ପର ସକ୍ରୀୟ ସଦସ୍ଯ, ବାଇସିଙ୍ଗି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ବିଜୟ କୁମାର ନାୟକ, ୱାର୍ଡ଼ ସଭ୍ୟା କମ୍ବରୁ ସିରିକା ପ୍ରମୁଖ ଉପସ୍ଥିତ ରହି ନିଜର ସଚେତନତାମୂଳକ ବକ୍ତବ୍ଯ ରଖିଥିଲେ । ଗ୍ରାମବାସୀ ସମସ୍ତ ସଦସ୍ୟଙ୍କୁ ସାଦରେ ସ୍ବାଗତ କରିଥିଲେ ଓ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ବାଇସିଙ୍ଗି ସରପଞ୍ଚ ଶ୍ରୀମତୀ ବିରିମାମାଝୀ ତାଡିଙ୍ଗିଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ଉକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସୁବାରାଓ, ବାଚେଲି, ଉମେଶ ହୁଇକା, ପ୍ରଣତି ହିମିରିକା, ମମତା ପ୍ରଧାନ, ସୁବାସ ବିଡିକା ଓ ଚିରଙ୍ଗିନୀ ନାୟକ, ତଥା ଗ୍ରାମବାସୀ ସେନ୍ତାଦେବୀ,ପ୍ରଦୀପ ତାଡିଙ୍ଗି ଓ ଗୌରୀ ସିରିକା ପ୍ରମୁଖ ଶିବିର ଆୟୋଜନ ଓ ବୃକ୍ଷରୋପଣରେ ସହଯୋଗ କରିଥିଲେ । ଶେଷରେ ନୀଳାଞ୍ଚଳ ମିଶ୍ର ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ସମାଜସେବୀ ଅର୍ଜୁନ ଚାନ୍ଦ ବିୟୋଗ

Sunil Chandra Nayak

ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!