ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

ରାଉରକେଲା: ବିଶିଷ୍ଟ ଶ୍ରମିକନେତା ସୁବକ୍ତା ବିଷ୍ଣୁ ଚରଣ ମହାନ୍ତିଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଭୁବନେଶ୍ବର ଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ସାଢେ ୩ଟା ରେ ପରଲୋକ ଘଟିବାରୁ ରାଉରକେଲାରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ଶୋକ ପ୍ରସ୍ତାବ ଗ୍ରହଣ କରାଯାଇ ତାଙ୍କର ସଦଗତି କାମନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ମଞ୍ଚର ଉପଦେଷ୍ଟା ଥିବା ସ୍ବର୍ଗତ ମହାନ୍ତି ଅନୁଷ୍ଠାନର ସମସ୍ତ କାର୍ଯ୍ୟରେ ନିଜର ଉପସ୍ଥିତି ଓ ମାର୍ଗଦର୍ଶନ, ତଥା ନିଜର ଅମାୟିକ ବ୍ୟବହାର, ଦୃଢ଼ ନେତୃତ୍ୱ ବଳରେ ସହରରେ ମଞ୍ଚକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ମଞ୍ଚର ସଭାପତି ଇଂ ଅଭୟ କୁମାର ଦାସ, ସାଧାରଣ ସମ୍ପାଦକ ପି ପି ରାୟ, ଇଂ ବିମଳ କୁମାର ବିଶି, ଇଂ ଗୋପିନାଥ ପଟ୍ଟନାୟକ, ଚିତ୍ତରଞ୍ଜନ ଦାସ, ଉପେନ୍ଦ୍ର କୁମାର ନାୟକ, ଜଗବନ୍ଧୁ ଜେନା, ଶଶଧର ପାତ୍ର, ଜଟାଧାରୀ ମାଝୀ, ଡାକ୍ତର ଉତ୍ତମ ଚରଣ ଜେନା, ଡାକ୍ତର ଗୋପବନ୍ଧୁ ବଳ, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ, ସୁବ୍ରତ କୁମାର ମଲ୍ଲିକ, ଭଗବାନ ମହାପାତ୍ର, ଦିଗମ୍ବର ମହାନ୍ତି, ସସ୍ମିତା ପ୍ରଧାନ, ସୁମନ୍ତ ବର୍ମା, ରଜନୀକାନ୍ତ ସ୍ବାଇଁ,କୁଞ୍ଜବିହାରୀ ରାଉତ, ଅକ୍ଷୟ ଦାସ,ଅକ୍ଷୟ ଜେନା, ବିଷ୍ଣୁଚରଣ ସାମଲ,ଶାନ୍ତନୁ ମୁଦାଲି, ସରୋଜ ରାଜ ପ୍ରମୁଖ ଶୋକ ପ୍ରକାଶ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

Sunil Chandra Nayak

ଜମି ମାଫିଆ ଙ୍କ କବଜାରେ ଗୋଚର ଜମି !!!

ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ ଟ୍ରେକିଙ୍ଗ ଅଭିଯାନ ରେ କଳାହାଣ୍ଡିର ଦୁଃସାହସିକ ଅଭିଯାତ୍ରୀ ଦଳ

masiha

Leave a Comment

error: Content is protected !!