ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା…. ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା….

ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

 କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା ରହିଛି। କୌଣସି ଏକ ନିର୍ଦ୍ଦିଷ୍ଟ ତିଥିରେ କିମ୍ବା ଗୋଟିଏ ଦିନରେ ଜିଲ୍ଲାରେ ନୂଆଖାଇ ପାଳନ ହୋଇ ନଥାଏ। ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ତିଥିରେ ଏହି ପର୍ବ ପାଳନ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଳାର କେସିଙ୍ଗା ବ୍ଲକ ପଥର୍ଲା ଗ୍ରାମରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ରେ ଗ୍ରାମବାସୀ ନୂଆଖାଇ ଥାଆନ୍ତି। ସେହିପରି ଶ୍ରାବଣ ପୂର୍ଣ୍ଣିମାରେ ସମସ୍ତ ମହିମା ଧର୍ମାବଲମ୍ବୀ ନୂତନ ବର୍ଷର ଉତ୍ପାଦିତ ନୂଆଁ ଫସଲକୁ ପ୍ରଭୁଙ୍କୁ ଅର୍ପଣ କରି ସମସ୍ତେ ନବାନ୍ନ ଭକ୍ଷଣ କରିବାର ବିଧି ରହିଛି। 

ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, କଲମପୁର, ଧର୍ମଗତ,ଗୋଲାମୁଣ୍ଡା, କୋକସରା, କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ଅଞ୍ଚଳରେ ନୂଆଖାଇ ପାଳିତ ହୋଇଥାଏ। ତୃତୀୟ ପର୍ଯ୍ୟାୟରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ କଳାହାଣ୍ଡି ପୁରାତନ ଗଡ଼ଜାତର ଜମିଦାରୀ ଅଞ୍ଚଳ ଗୁଡିକରେ ନୂଆଖାଇ ପାଳନ ହୋଇଥାଏ । କୌଣସି କାରଣରୁ ଲୋକେ ନୂଆଖାଇ ପାରି ନ ଥିଲେ ବିଜୟା ଦଶମୀ ଦିନ ନୂଆଖାଇ ଥାଆନ୍ତି।

ବାସ୍ତବିକ ଜୀବନକୁ ଠିକ ରାସ୍ତାରେ ନେବାକୁ ହେଲେ ଧର୍ମର ଆବଶ୍ୟକତା ରହିଛି। ଯୁଗେ ଯୁଗେ ମଣିଷ ସମାଜକୁ ସତ୍ୟ, ଶାନ୍ତିରେ ଜୀବନ ଯାପନ କରିବା ସହିତ ମନରେ ସ୍ନେହ,ପ୍ରେମ, ଶ୍ରଦ୍ଧା, ଭକ୍ତି ଭାବ ଜାଗ୍ରତ କରିବା ପାଇଁ ଅନେକ ଧର୍ମ ଓ ଧର୍ମ ପ୍ରଚାରକଙ୍କ ଆବିର୍ଭାବ ଘଟିଛି। ତା ମଧ୍ୟରୁ ଅଲେଖ ମହିମା ଧର୍ମ ଏକ ସର୍ବ ପୁରାତନ ଧର୍ମ। ଏହି ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସ୍ଵାମୀ। ତତ୍ ସହିତ ଅନ୍ୟତମ ଶିଷ୍ୟ ତଥା ଧର୍ମ ପ୍ରଚାରକ ହେଉଛନ୍ତି ସନ୍ଥ କବି ଭୀମ ଭୋଇ। ସନ୍ଥ କବି ଭୀମ ଭୋଇଙ୍କ ବାଣୀ ” ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଚିର ସ୍ମରଣୀୟ ଓ ବନ୍ଦନୀୟ। ଏହି ମହିମା ଧର୍ମ ପରମ୍ପରା ଅନୁସାରେ ବୈଶାଖ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମାର ସ୍ଵତନ୍ତ୍ର ମହତ୍ତ୍ଵ ରହିଛି। ଶ୍ରାବଣ ପୂର୍ଣ୍ଣିମାରେ ସମସ୍ତ ମହିମା ଧର୍ମାବଲମ୍ବୀ ନୂତନ ବର୍ଷର ଉତ୍ପାଦିତ ନୂଆଁ ଫସଲକୁ ପ୍ରଭୁଙ୍କୁ ଅର୍ପଣ କରି ସମସ୍ତେ ନବାନ୍ନ ଭକ୍ଷଣ କରିବାର ବିଧି ରହିଛି। ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ଜୟନ୍ତପୁର ମହିମା ମଠରେ ମଧ୍ଯ ଭକ୍ତିପୂତ ଭାବରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ରାତିରେ ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମଧୁନି ପ୍ରଜ୍ବଳନ ପୂର୍ବକ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରାଯାଇଥିଲା। ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ପ୍ରଭୁଙ୍କୁ ନିଜର ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମଧୁନିକୁ ମୁଣ୍ଡିଆ ମାରିଥିଲେ। ତା ଆରଦିନ ବ୍ରହ୍ମ ମୁହୂର୍ତ୍ତରେ ସପ୍ତମୃତ ପଣା ସହ ନବାନ୍ନକୁ ପ୍ରଭୁଙ୍କୁ ଅର୍ପଣ କଲା ପରେ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିଥିଲେ। ପୂଜ୍ୟ ସାଧୁ ହର ବାବା ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ କରିବା ସହ ସମସ୍ତ ଭକ୍ତ ବୃନ୍ଦଙ୍କୁ ନବାନ୍ନ ଭୋଗ ସ୍ଵହସ୍ତରେ ଅର୍ପଣ କରିଥିଲେ। ସମସ୍ତେ ନବାନ୍ନ ଭକ୍ଷଣ କଲା ପରେ ପୂଜ୍ୟ ସାଧୁଙ୍କୁ ଶରଣ ମାନ୍ୟ କରି ଆଶୀର୍ବାଦ କାମନା କରିଥିଲେ। ପରେ ସମସ୍ତ ଭକ୍ତବୃନ୍ଦ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। 

ଏହି ଅବସରରେ ଏକ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିଲା। ବଡ଼ ଭାଈ ଭାବେ ଭକ୍ତ ହରିପ୍ରକାଶ, ଅଧିକାରୀ ଭାବେ ଭକ୍ତ ଧର୍ମାନନ୍ଦ,ଟହଳିଆ ଭାବେ ଭକ୍ତ ଈଶ୍ୱର, ସଭାପତି ଭାବେ ଭକ୍ତ ଦିଗାମ୍ବର, ସାଧାରଣ ସମ୍ପାଦକ ଭାବେ ଭକ୍ତ ପବିତ୍ର ଙ୍କୁ ମନୋନୀତ କରାଯାଇଥିଲା। ଏହି ସାମୂହିକ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଦଣ୍ଡପାଟ, ଛତିଶଗଡ଼ ର ଦେଭୋଗ, ପାନାବେଡା ଓ କୋକସରା ଅଞ୍ଚଳର ଶତାଧିକ ଭକ୍ତ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ମହାସମାରୋହରେ ସମ୍ପନ୍ନ ହେଲା ବେତାଳୀ ଭୈରବ, ପାଟଖଣ୍ଡାଙ୍କ ଝାମୁଯାତ୍ରା

Sunil Chandra Nayak

ଉଲିକୁପା ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

Sunil Chandra Nayak

Leave a Comment

error: Content is protected !!