ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ: କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

ବାଲିଗୁଡା,30/03/23.(ମନିସ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳନ ହୋଇ ଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରତ୍ୟେକ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି।ଏ ନେଇ ସମଗ୍ର ଅଞ୍ଚଳ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ଏହି ଉପଲକ୍ଷେ ସକାଳୁ ସକାଳୁ ବହୁ ଭକ୍ତ ମାନେ ମା’ ପାଟଖଣ୍ଡା ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ରାମେଶ୍ୱର ମନ୍ଦିର ବିରୁପାକ୍ଷ ମନ୍ଦିର ଓ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିବା ବେଳେ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ହନୁମାନ ମୂର୍ତ୍ତି ନିକଟରେ ସ୍ଥାନୀୟ ହନୁମାନ ଚାଳିଶା କମିଟି ତରଫରୁ ଘୃତଯଜ୍ଞ ସହ ଶ୍ରୀରାମ ଚାଳିଶା ଏବଂ ସନ୍ଧ୍ୟାରେ ଏକତ୍ରିତ ହୋଇ ଏକ ସୁ-ସଜ୍ଜିତ ରଥରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ଓ ଚାଲିଚାଲି ଏକ ବିରାଟ ଶୋଭାଯାତ୍ରାରେ କୁନିକୁନି ପିଲା ମାନଙ୍କୁ ନେଇ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଭଳି ବିଭିନ୍ନ ବେଶ ଭୁଷାରେ ସଜ୍ଜିତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା । ସେହିପରି ସ୍ଥାନୀୟ ସିଆରପିଏଫ କ୍ୟାମ୍ପରେ ମଧ୍ୟ ଶ୍ରୀରାମ ନବମୀ ପାଳନ କରାଯାଇଛି । ଏତଦ ବ୍ୟତୀତ ଜେଲ ନିକଟରେ ଥିବା ହନୁମାନ ମନ୍ଦିରରେ ଏବଂ ରାମେଶ୍ୱର ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିରରେ ଶ୍ରୀ ରାମଚାଳିଶା,ରାମ ନାମ ଯଜ୍ଞ, ଦୀପଯଜ୍ଞ ସମାରୋହ ଆୟୋଜିତ କରିବା ପରେ ପ୍ରସାଦ ସେବନ କରିଥିଲେ । ପ୍ରତ୍ୟେକ ମନ୍ଦିରର ପରିଚାଳନା କମିଟି ଓ ସଦସ୍ୟଙ୍କ ସହଯୋଗ ରେ ସଫଳତାର ସହ ସମାପନ ହୋଇଥିଲା l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

CHAITRA PARVA FESTIVAL TO BE HELD IN SAIPRIYA NAGAR

masiha

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

ବୃନ୍ଦବାହଲ ପ୍ରହରୀ ମଣ୍ଡପରେ ଷୋହଳ ପ୍ରହର ନାମଯଜ୍ଞ

Sunil Chandra Nayak

Leave a Comment

error: Content is protected !!