ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ଓ ନଗର ପରିକ୍ରମା 

ରୁପ୍ରା, ୩୦/୩ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଆଜି ମହାସମାରୋହରେ ପାଳନ କରାଯାଇଛି । ଏଥିପାଇଁ ରୁପ୍ରା ଅଞ୍ଚଳ ଉତ୍ସବ ମୁଖର ହୋଇଥିବା ବେଳେ ବିଶେଷ କରି ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଅଞ୍ଚଳର ଜନସାଧାରଣ ଓ ଯୁବଗୋଷ୍ଠୀ ଏହି ଉତ୍ସବ ପାଳନ କରିବା ପାଇଁ ପ୍ରାୟ ୧୫ଦିନ ହେବ ପ୍ରସ୍ତୁତି ଆରମ୍ଭ କରିଥିଲେ। ଗୁରୁବାର ବଡି ଭୋରରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ କରିବା ସହ ରୁପ୍ରା ଗ୍ରାମର ପ୍ରତ୍ୟେକ ପରିବାର ତରଫରୁ ଦୁଆର ମୁହଁରେ କଳସ ସ୍ଥାପନ କରାଯାଇଥିଲା। ପରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଚିତ୍ର ଧରି ହଜାର ସଂଖ୍ୟାରେ ସମବେତ ହୋଇଥିବା ଶ୍ରଦ୍ଧାଳୁ ଗ୍ରାମ ପରିକ୍ରମା କରିଥିଲେ, ପରିବେଶ ଗେରୁଆ ମୟ ଦେଖାଯାଇଥିବା ବେଳେ ଜୟ ଶ୍ରୀରାମ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ଉତ୍ସବ ପାଳନ କରାଯାଇଥିବାରୁ ଗାଁରେ ସମସ୍ତଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପୁର୍ଣ୍ଣ ବାତାବରଣ ଦେଖାଯାଇଥିଲା। ଏହି ଉତ୍ସବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓ ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ଗୌରଚନ୍ଦ୍ର ଭୋଇଙ୍କ ସମେତ ଅଞ୍ଚଳର ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ। ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଓ ରଘୁକୂଳ କଳା ସାଂସ୍କୃତିକ ଅନୁଷ୍ଠାନ ରୁପ୍ରା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଚାରବାହାଲ ଠାରେ ଖନ୍ଦାମଡ଼ା ଯାତ୍ରା ଅନୁଷ୍ଠିତ

masiha

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

Sunil Chandra Nayak

ଦ୍ଵିତୀୟ ବର୍ଷରେ ମାଁ ଭୂମେତ ସାର୍ବଜନୀନ ଦୂର୍ଗା ପୂଜା 

Sunil Chandra Nayak

Leave a Comment

error: Content is protected !!