ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ 

ଉତ୍କେଲା,୦୯/୦୮,  : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଉତ୍କେଲା ରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଉତ୍କେଲା ର ସମାଜସେଵୀ ଦେବଦାସ ଗୋୟଲ ମୁଖ୍ୟ ଅତିଥି, ଉତ୍କେଲା ବିମାନ ବନ୍ଧର ର ଟାର୍ମିନାଳ ମ୍ୟାନେଜର ଅରୁଣ କୁମାର ରାହା ଅନ୍ୟତମ ଅତିଥି,ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଜୟହରୀ ପୁଟେଲ, ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ମହାପାତ୍ର ଯୋଗଦାନ କରି ଥିଲେ। ଝସକେତନ ରଣା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଗୀତାଞ୍ଜଳି ଦାଶ ସଂଚାଳନ କରିଥିଲେ । ଗୀତାଞ୍ଜଳି ପୁଟେଲ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଧନ୍ୟବାଦ ଅର୍ପଣ ଆଚାର୍ଯ୍ୟା ଗୀତାଞ୍ଜଳି ମାଝୀ ଦେଇଥିଲେ । ପରେ ବିଦ୍ୟାଳୟ ର ଶିଶୁ ଭାଇ ଭଉଣୀ ଓ ଗୁରୁଜୀ ଗୁରୁମା ସ୍ଥାନୀୟ ବସ୍ତି ଅଞ୍ଚଳ ରେ ରାକ୍ଷୀ ବାନ୍ଧି ଥିଲେ ।

ଅର୍ଜ୍ଜୁନ ପୋଡ଼ ଙ୍କ ରିପୋର୍ଟ୍ 

Related posts

ଦ୍ବାଦଶ କଳାରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସୋହାନୀ ଚଲାନ କଳାହାଣ୍ଡି ଟପ୍ପର

masiha

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି, ସୃଷ୍ଟି ହେଉଛି କୃତ୍ରିମ ବନ୍ୟା

masiha

Leave a Comment

error: Content is protected !!