ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା,ରାଇରଙ୍ଗର ତରଫରୁ ଡାକ୍ତରଖାନା, ଥାନା,ଅଗ୍ନିଶମ ବିଭାଗର‌ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା,ରାଇରଙ୍ଗର ତରଫରୁ ଡାକ୍ତରଖାନା, ଥାନା,ଅଗ୍ନିଶମ ବିଭାଗର‌ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ

 ମୟୂରଭଂଜ – ୯/୦୮ — ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବର ।ଭାରତୀୟ ସଂସ୍କୃତିର ଅନନ୍ୟ ପର୍ବ ।ଇତିହାସ କହେ ମୋଗଲ ସମ୍ରାଟ ହୁମାୟୁନଙ୍କ ହାତରେ ହିନ୍ଦୁ ନାରୀ ରାକ୍ଷୀ ବାନ୍ଧିଥିଲେ ।ଭଉଣୀର ଭାଇ ପ୍ରତି ଅମୁଲ୍ୟ ପ୍ରେମ ହାତରେ ରାକ୍ଷୀ ଵାନ୍ଧି ,ପୂଜାର୍ଚ୍ଚନା କରି ମଙ୍ଗଳ କାମନା କରିବା ।ସାରା ବିଶ୍ଵରେ ଏହି ରକ୍ଷା ବନ୍ଧନ କୁ ଆଜି ଜାତି,ଵର୍ଣ,ଧର୍ମ ସମସ୍ତେ ସମ୍ମାନ ଦେଉଛନ୍ତି ।ଭାଇ ହିଁ ଭଉଣୀର ସୁଖ ଓ ଦୁଃଖ ସମୟରେ ସାମିଲ ହୋଇଥାଏ ।ଏହି ରକ୍ଷା ଵନ୍ଧନ କେବଳ ସେତିକିରେ ସିମିତ ହୋଇ ରହିନାହିଁ ।ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ,ରାଇରଙ୍ଗପୁର ଶାଖା ତରଫରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ।ସମାଜର ମଣିଷର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ,ମଣିଷର ଧନ ,ଜୀବନ,ସମ୍ପଦ ରକ୍ଷା କ୍ଷେତ୍ରରେ ପୋଲିସ କର୍ମଚାରୀ ଏବଂ ବନ୍ଯା,ବାତ୍ୟା,ପୋଖରୀରେ ବୁଡିବା,ଅଗ୍ନି,ଦୁର୍ଘଟଣାରେ ନିଜ ଜୀବନକୁ ବିପନ୍ନ କରି ସେବା ଯୋଗାଉଥିବା ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।ସେମାନଙ୍କୁ ଉତ୍ସାହୀତ କରିବା ସହ ଦୀର୍ଘାୟୁ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଜିଲ୍ଲା ସଂଯୋଜକ ଓମ୍ ମହାନ୍ତ,ହରେକୃଷ୍ଣ ମହାନ୍ତ,ଇପ୍ସିତ ମହାନ୍ତ,ବଣ୍ଟି ମହାନ୍ତି,ଲକ୍ଷ୍ମୀ ଗୁପ୍ତା,ସ୍ବାତୀ ମହାନ୍ତଙ୍କ ସମେତ ବହୁ ସଦସ୍ୟ/ ସଦସ୍ୟା ସାମିଲ ହୋଇଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

BIKAS PADHI ENTERS ETERNITY 

Sunil Chandra Nayak

ଅସହାୟ ବୃଦ୍ଧ,ବୃଦ୍ଧା, ଚୈତନ୍ୟ ବାଗ, ଗନଦେଇ, ବେଳମତି ବାଗ, ଏବଂ କସ୍ତୁରୀ ବନ୍ଦି ଛୋଡ ଙ୍କୁ ସରକାରୀ ଭତ୍ତା ମିଲିବ କେବେ ?? 

Sunil Chandra Nayak

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

masiha

Leave a Comment

error: Content is protected !!