ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସ୍ତରରେ ଧାରଣା ଓ ପ୍ରତିବାଦ ସଭା -୨୦୨୫ ଅନୁଷ୍ଠିତ 

ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସ୍ତରରେ ଧାରଣା ଓ ପ୍ରତିବାଦ ସଭା -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ: ତା.୮.୮.୨୦୨୫ ରିଖ :  ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସ୍ତରରେ ଧାରଣା ଓ ପ୍ରତିବାଦ ସଭା-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ୍ ର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନେ ସହସ୍ର ସଂଖ୍ୟାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ରାଜ୍ୟ ଓଷ୍ଟା ସଂଘର ଉପସଭାପତି ପ୍ରମୋଦ କୁମାର ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଜିଲ୍ଲା ସଭାପତି ଶ୍ରୀରାମ ରାଉତ, ସଂପାଦକ ଶଶିକାନ୍ତ ଦାସ,ପ୍ରାକ୍ତନ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ,ପ୍ରାକ୍ତନ ସଂପାଦକ ବିଭୂତି ସାମଲ,ଅବସରପ୍ରାପ୍ତ ଶିକ୍ଷକ ତଥା ଓଡ଼ିଶା ମାଧ୍ୟମିକ ସରକାରୀ ସ୍କୁଲ୍ ଶିକ୍ଷକ ସଂଘ, ଢେଙ୍କାନାଳ ଶାଖାର କୋଷାଧ୍ୟକ୍ଷ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ପ୍ରାକ୍ତନ ଶିକ୍ଷକ ନେତା ପ୍ରଶାନ୍ତ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସଂଘର ଉପସଭାପତି ସୁବାଷ ଚନ୍ଦ୍ର ସାହୁ,ସୁରେଶ ଚନ୍ଦ୍ର ପରିଡା,ଅଶ୍ୱିନୀ ପଣ୍ଡା,ଅଞ୍ଜନ ମହାରଣା ପ୍ରମୁଖ ଦାବୀ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।ବ୍ଲକ୍ ସଂପାଦକ ଲିଙ୍ଗରାଜ ବେହେରା,ଅରକ୍ଷିତ ସାହୁ,ଦିଲ୍ଲୀପ କୁମାର ସାହୁ,ଗଜେନ୍ଦ୍ର ନାୟକ,ପ୍ରଭାସ ଘଡେଇ ଏବଂ ହିନ୍ଦୋଳ ବ୍ଲକ୍ ର ସଭାପତି ପବିତ୍ର ମୋହନ ପ୍ରଧାନ ନେତୃଗଣ ଉପସ୍ଥିତ ଥିଲେ।କଙ୍କଡାହାଡ ବ୍ଲକ୍ ସଂପାଦକ ଦିଲ୍ଲୀପ କୁମାର ମାଝୀ ସଭାମଂଚକୁ ପରିଚାଳନା କରିଥିଲେ।ଦାବୀ ଗୁଡିକ ଯଥା-ଅନୁଦାନ ଯୋଗ୍ୟ ସ୍କୁଲ୍ ଗୁଡ଼ିକୁ ଅନୁଦାନ ପ୍ରଦାନ,ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ୍ ଶିକ୍ଷକ କର୍ମଚାରୀଙ୍କୁ ଅବସରକାଳୀନ ପେନ୍ ସନ୍ ପ୍ରଦାନ,ଅବସର ବୟସକୁ ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଏବଂ ସମସ୍ତ ସ୍କୁଲ୍ ଗୁଡ଼ିକୁ ସରକାରୀ କରଣ କରାଯିବା ଦାବୀ ପୂରଣ କରିବାପାଇଁ ସରକାରଙ୍କୁ ଚେତାବନୀ ଦିଆଯାଇଛି, ନଚେତ୍ ଏହି ଆନ୍ଦୋଳନ ଆହୁରି ଦୁର୍ବାର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ,ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ,ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ଅଶିଷ ଈଶ୍ୱର ପାଟିଲ୍ ଙ୍କୁ ଦାବୀପତ୍ର ଏକ ନେତୃମଣ୍ଡଳୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଶେଷରେ ଜ୍ୟୋତିର୍ମୟୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର … ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ଜଗନ୍ନାଥ ମନ୍ଦିରରେ ଗାୟତ୍ରୀ ଯଜ୍ଞ ଓ ଗୀତାପାଠ

Leave a Comment

error: Content is protected !!