ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଗାଡି ଚଳା ଚଳ ବନ୍ଦ ପରେ ବି ଘରେ ପହଁଞ୍ଚି ବାନ୍ଧିଲେ ରାଖୀ

ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଗାଡି ଚଳା ଚଳ ବନ୍ଦ ପରେ ବି ଘରେ ପହଁଞ୍ଚି ବାନ୍ଧିଲେ ରାଖୀ 

ବନ୍ଧୁଗାଁ ତା, ୯/୮/୨୫, ରାଖି ପୂର୍ଣ୍ଣିମା ଏକ ଏମିତି ଏକ ବନ୍ଧନ ଯାହା ଭାଇ ଭଉଣୀ ଙ୍କ ଅତୁଟ ବନ୍ଧନ, ଏହା ପୂର୍ବ ପୁରୁଷଙ୍କ ଠାରୁ ଚାଲିଆସିଥିବା ଭାଇ ଭଉଣୀର ଏକ ରାଖୀ ଦୌଡ଼ିର ଗଣ୍ଟିରେ ଜୀବନ ସାରା ପାଇଁ ବାନ୍ଧି ହୋଇ ରହିଥାଏ I ଏହି ଭାଇ ଭଉଣୀ ସମ୍ଫର୍କ ଜୀବନ ଚାଲିଗଲେ ହିଁ ଭାଙ୍ଗିଥାଏ I ଏହି ପ୍ରକାର ଆଜି ଦେଖିବାକୁ ମିଳିଛି ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଗ୍ରାମର ଏକ ଶଣ୍ଡି ପରିବାର ର ବିଷୟ I ଆଲମଣ୍ଡା ଗ୍ରାମର ପ୍ରସାଦ ସେନାପତି ଙ୍କ ଚାରି ଭଉଣୀ ଗତ ୨୦ ବର୍ଷ ପୂର୍ବେ ସେନାପତି ଙ୍କ ଘରର ବାହା ହୋଇ ଯାଇଥିବା ଚାରି ଭଉଣୀ ହେଲେ ଲଳିତ ଚୌଧୁରୀ, ପଦମିନି ଆସ୍ନାଲା,ସୁଜାତା ସାହୁ, ଓ ଛୋଟ ଭଉଣୀ ସାରଦା ସାହୁ, ଏହି ଚାରି ଭଉଣୀ କିଏ  ବ୍ରହ୍ମପୁର, କିଏ  ଜୟପୁର ଓ ଆଉ କିଏ ତ କୋରାପୁଟ ଏହି ଚାରି ବହୁଣୀ ପ୍ରତ୍ୟକ ବର୍ଷପରି ଆଲମଣ୍ଡା ସ୍ଥିତ ନିଜର ଭାଇ ମାନଙ୍କୁ ରାଖୀ ବାନ୍ଧିବା ପାଇଁ ସମସ୍ତେ ଚାରି ଭଉଣୀ ଜୟପୁର ଠାରେ ଆସି ପହଁଞ୍ଚି ସେଠାରୁ ଆଲମଣ୍ଡା ଗ୍ରାମକୁ ଆଜି ସକାଳେ ବାହାରିଥିଲେ, କିନ୍ତୁ ଆଜି ଗାଡି ଚଳାଚଳ ବନ୍ଦ ସତେଜ ରେ ମଧ୍ୟ ଜୟପୁର ଠାରୁ ଏକ ଅଟ ଗାଡିରେ କୋରାପୁଟ, ଓ କୋରାପୁଟ ଠାରୁ କାକିରୀ ଗୁମା, ଓ କାକିରୀ ଗୁମା ଠାରୁ ଅନ୍ୟ ଏକ ଅଟ ରେ ଲଷ୍ମୀପୁର ଓ ଲଷ୍ମୀପୁର ଠାରୁ ଅଟ ଗାଡିରେ ନାରାୟଣ ପାଟଣା ଓ ନାରାୟଣ ପାଟଣା ଠାରୁ ବନ୍ଧୁଗାଁ ଓ ଶେଷ ସମୟରେ ବନ୍ଧୁଗାଁରୁ ଏକ ଅଟ ଗାଡିରେ ବହୁ ବାଧା ବିଗ୍ନ ସହ ଶେଷରେ ଆଲମଣ୍ଡା ରେ ନିଜ ତିନି ଭାଇଙ୍କ ଘରେ ଚାରି ଭଉଣୀ ପହଁଞ୍ଚି ତିନି ଭାଇଙ୍କୁ ଏକ ସ୍ଥାନରେ ବସେଇ ଚାରି ଭଉଣୀ ଗୋଟିଏ ପରେ ଗୋଟିଏ ଭଉଣୀ ଭାଇ ମାନଙ୍କ ହାତରେ ରାଖୀ ବାନ୍ଦୀବା ପରେ ଭଉଣୀ ଙ୍କ ଖୁସି ପାଇଁ ଭାଇ ମାନେ ଭଉଣୀ ମାନଙ୍କୁ କିଛି ଅର୍ଥ ଖୁସିରେ ଦେଇଥିଲେ I ରାଖୀ ବାନ୍ଧି ସାରିବା ପରେ ସାତ ଭାଇ ଭଉଣୀ ଗୋଟିଏ ଛାତ ତଳେ ବସି ଛୋଟ ବେଳରେ ମିଶି ଖେଳି ଖୁସିରେ ରହିଥିବା ବିଷୟକୁ ନେଇ ମନେ ପକେଇ ବହୁତ ଖୁସିର ସହ ପାଳନ କରିଥିବାର ଦେଖିବାକୁ ମିଳିଥିଲା I ଆଜି ରାଖୀ ବନ୍ଧନ ପାଇଁ ଭାଇ ଭଉଣୀ ଙ୍କ ଏକ ଏମିତି ବନ୍ଧନ କି ଭାଇ ଭଉଣୀଙ୍କ ପ୍ରେମରେ ଦୁନିଆରେ ଯେତେ ବାଧା ବିଗ୍ନ ଆସିଲେ ହାରି ଯାଇଥାଏ, ଯେମିତି ଆଜି ଆଲମଣ୍ଡା ଗ୍ରାମର ସେନାପତି ପରିବାରର ସାତ ଭାଇ ଭଉଣୀ ଙ୍କ ପ୍ରେମ ବନ୍ଧନର ବିଷୟ ଲାଗିଲା ଏକ କାହାଣି ପରା I ଏହା ବ୍ୟତୀତ ବନ୍ଧୁଗାଁ ବ୍ଲକର ସମସ୍ତ ଙ୍କ ଭାଇ ଭଉଣୀ ରହୁଥିବା ଘରେ ଘରେ ମଧ୍ୟ ରାଖୀ ବନ୍ଧନ କୁ ଧୂମଧାମ ସହ ପାଳନ କରିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଅନୁଷ୍ଠିତ ହେଲା ପଞ୍ଚାୟତର ମାସିକ ବୈଠକ

masiha

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଡକ ସୁରକ୍ଷା ମାସ ପାଳନ 

masiha

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

Sunil Chandra Nayak

Leave a Comment

error: Content is protected !!