ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜାପିତା ବ୍ରହ୍ମାକୁମାରୀଜ୍‌ଙ୍କ ପକ୍ଷରୁ ବଡବିଲ ଓ ଯୋଡାରେ ରକ୍ଷାବନ୍ଧନ ପାଳନ

ପ୍ରଜାପିତା ବ୍ରହ୍ମାକୁମାରୀଜ୍‌ଙ୍କ ପକ୍ଷରୁ ବଡବିଲ ଓ ଯୋଡାରେ ରକ୍ଷାବନ୍ଧନ ପାଳନ

ଯୋଡା/ବଡବିଲ, ୧୦ ଅଗଷ୍ଟ — ପବିତ୍ର ରକ୍ଷାବନ୍ଧନ ପର୍ବ ଅବସରରେ ବ୍ରହ୍ମାକୁମାରୀଜ୍‌ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବଡବିଲ ଓ ଯୋଡା ଶାଖା ପକ୍ଷରୁ ଗତ ସପ୍ତାହରୁ ଆରମ୍ଭ ହୋଇଥିବା ବିଶେଷ କାର୍ୟକ୍ରମ ଅବ୍ୟାହତ ରହିଛି।

ଏହି ପର୍ବରେ ବଡବିଲ ଡାକ୍ତରଖାନା, ବଡବିଲ ଥାନା O.M.C. ଯୋଡା କାର୍ୟାଳୟ, ଯୋଡା ବୃଦ୍ଧାଶ୍ରମ, ଯୋଡା ପ୍ରେସ୍ କ୍ଲବ୍, ବଡବିଲ ତହସିଲ କାର୍ୟାଳୟ ଓ ବଡବିଲ କାରାଗାରର ସମସ୍ତ କର୍ମଚାରୀ ଓ ନାଗରିକମାନଙ୍କୁ ରକ୍ଷା ସୂତ୍ର ବନ୍ଧାଗଲା। ସେଥିରେ ରକ୍ଷାବନ୍ଧନର ଆଧ୍ୟାତ୍ମିକ ରହସ୍ୟ, ସମସ୍ତ ବିଶ୍ୱରେ ଭାତୃଭାବ ବଞ୍ଚାଇ ରଖିବାର ଉପାୟ, ପରମାତ୍ମାଙ୍କ ସହିତ ଯୋଗସାଧନା ଦ୍ୱାରା ଶକ୍ତିର ଅନୁଭବ — ଏହି ସମସ୍ତ ବିଷୟରେ ପ୍ରେରଣାଦାୟକ ବାଣୀ ଦିଆଗଲା।

ଶେଷରେ, ଯୋଡା ଗଣେଶ ଭବନରେ ଆୟୋଜିତ ବିଶାଳ ସଭାରେ ପ୍ରାୟ ୧୦୦ରୁ ଅଧିକ ଭାଇଭଉଣୀଙ୍କୁ ନେଇ ରକ୍ଷାବନ୍ଧନ ପାଳନ କରାଗଲା। ଏହି ପର୍ବକୁ କେବଳ ଏକ ଦିନର ପାଇଁ ନୁହେଁ, ସବୁଦିନ ପାଇଁ ‘ରକ୍ଷା ସୂତ୍ର’ରେ ବାନ୍ଧି ରହିବାର ସଂକଳ୍ପ ସହିତ ପରମାତ୍ମାଙ୍କୁ ଜୀବନ ସାଥୀ ବନାଇବାର ସହଜ ପଦ୍ଧତି ସମ୍ବନ୍ଧରେ ମଧ୍ୟ ଉପଦେଶ ଦିଆଗଲା।

ଏହି କାର୍ୟକ୍ରମ ବଡବିଲ ଶାଖା ପରିଚାଳିକା ବି.କେ. ଜୟନ୍ତୀଙ୍କ ନେତୃତ୍ୱରେ ଓ ଯୋଡା ଶାଖା ପରିଚାଳିକା ବି.କେ. ମଞ୍ଜୁଙ୍କ ସହଯୋଗରେ ଆୟୋଜନ କରାଯାଇଛି। ଆଗାମୀ ସପ୍ତାହରେ ବଡବିଲ, ଯୋଡା ଓ କିରିବୁରୁ ଅଞ୍ଚଳର ବିଭିନ୍ନ ସରକାରୀ କାର୍ୟାଳୟ ଓ ସେବାଶ୍ରମରେ ମଧ୍ୟ ଏହି ପର୍ବ ପାଳନ ହେବ। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ମାନସିକ ଅନଗ୍ରସର ଓ ମାନସିକ ରୋଗୀଙ୍କ ଅଧିକାର ଉପରେ ସଚେତନତା ସଭା 

Sunil Chandra Nayak

ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ 

masiha

ଅଗ୍ନିକାଣ୍ଡରେ ଜଳିଗଲା ଘର

Sunil Chandra Nayak

Leave a Comment

error: Content is protected !!