ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ କର୍ମକର୍ତ୍ତା ଚୟନ,  ଧର୍ମଗଡ଼ ପୀଡିତା ମାନଙ୍କୁ ନ୍ୟାୟ ପାଇଁ ମଙ୍ଗଳବାର ରୁ କଳାହାଣ୍ଡି ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯିବ

ନୂତନ କର୍ମକର୍ତ୍ତା ଚୟନ,  ଧର୍ମଗଡ଼ ପୀଡିତା ମାନଙ୍କୁ ନ୍ୟାୟ ପାଇଁ ମଙ୍ଗଳବାର ରୁ କଳାହାଣ୍ଡି ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯିବ

ଜୁନାଗଡ଼,୧୦/୮(ମନୀ ସ)ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡିର ସାଙ୍ଗଠନିକ ଆଲୋଚନା ଚକ୍ର ଆମ୍ବେଦକର ଭବନ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମରେ ନୂତନ କର୍ମକର୍ତ୍ତା ଚୟନ କରାଗଲା ତାପରେ ଧର୍ମଗଡ଼ ବ୍ଳକ ବେହେରା ପଞ୍ଚାୟତ ଦଳଶରଗି ଗାଁ ପୀଡିତା ମାନଙ୍କୁ ନ୍ୟାୟ ଦେବା ନିମନ୍ତେ ଆଲୋଚନା କରାଯାଇଥିଲା।ଆସନ୍ତା ମଙ୍ଗଳବାର ଦିନରୁ କଳାହାଣ୍ଡି ଏସପି ଅଫିସ ସମ୍ମୁଖରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରାଯିବା ପର୍ଯ୍ଯନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଧାରଣ ଦେବା ପାଇଁ ସଂଘ ନିଷ୍ପତ୍ତି ନେଇଛି,ରାଜ୍ଯ ପାଇଁ state co ordinator ଧନଞ୍ଜୟ ଦୀପ୍ ମହାସଚିବ ଶତ୍ରୁଘ୍ନ ନାଏକ କୋଷାଧ୍ଯକ୍ଷ ବିଜୟ ରାଜ ଶିକ୍ଷା କୁ ମନୋନୀତ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ସଭାପତି ଭାବରେ ବୃନ୍ଦାବନ ନାଗ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା କୁ ମନୋନୀତ କରାଯାଇଛି,, କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ ତିନୋଟି ଏନ୍ ଏ ସି ଗୋଟିଏ ମୁନିସିପାଲିଟିର ତିନି ସହ ରୁ ଉର୍ଦ୍ଧ୍ବ ସଦସ୍ଯ ସଦସ୍ୟାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଯାଇଛି ଉପସ୍ଥିତ ଥିଲେ ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍ କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ ଭବାନୀପାଟଣା ବ୍ଳକ ସଭାପତି ନିରାକାର ବାଗ କେସିଙ୍ଗା ବ୍ଳକ ସଭାପତି ବଳରାମ ଦୁର୍ଗା ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି ଭବାନୀପାଟଣା ଟାଉନ ସଭାପତି ସଞ୍ଜୟ ସୁନାନି ଜୁନାଗଡ ବ୍ଳକ କାର୍ଯ୍ୟକାରୀ ସଭାପତି ରାଜରାମ ଡଙ୍ଗରି ଜିଲ୍ଲା ସମ୍ପାଦକ ଇନ୍ଦ୍ରମଣି ବାଗ ଭିକାରୀ ଚରଣ ସେନା ବିରଞ୍ଚିନାରାୟଣ ମହାନନ୍ଦ ଦିଲଦେଓ ଗରଡା ନର୍ଲା ଉପସଭାପତି ଶୈଳ କୁମାର ଭଗବାନ ନାଏକ ଅନେଶା ନାଏକ ଡମ୍ବୁରୁଧର କରୁଆ ବିକ୍ରମ ହରପାଲ ଅଶେଷର ଦୁର୍ଗା ଥିଲେ,। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

सामाजिक कार्यकर्ता बासुदेव पात्र

masiha

ବୋଡେ଼ନ ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସ୍ଥାପନ ଦାବି କଲେ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

Leave a Comment

error: Content is protected !!