ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

ରାଉରକେଲା: ଜଲଦା ସ୍ଥିତ କାର୍ମେଲ ସ୍କୁଲ ଠାରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଧ୍ୟକ୍ଷା ସୁଶ୍ରିତା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ସ୍ବାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ତନ୍ତୀ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଭଲିବଲ ଖେଳ ଏକ ସ୍ବଦେଶୀ ଖେଳ ବୋଲି ଅବହିତ କରି ଖେଳ ଭାଇଚାରା ଓ ସୈହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରେ ବୋଲି ମତ ରଖିଥିଲେ। ଏହାସହ ସେ ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କୁ ବାରଣ କରିବା, ପହଁରା ନଶିଖି ନଦୀକୁ ଗାଧୋଇବାକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ସିଆଇଏସସିଇ ପରିଚାଳିତ ଏହି ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ରେ ବାଲେଶ୍ଵର, ଝାରସୁଗୁଡ଼ା ଓ ରାଉରକେଲା ର ଉଭୟ ବାଳକ ଓ ବାଳିକା ବିଭାଗରେ ପ୍ରାୟ ୨୦୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ସ୍କୁଲର ଉପାଧ୍ୟକ୍ଷ ସିଷ୍ଟର ଆପୋଲୋନିକା, ସିଷ୍ଟର ବିନୟ ଏସି, ସିଷ୍ଟର ପ୍ରିସିଲା ଏସି, ସିଷ୍ଟର ଦିବ୍ୟା ଗୁଲାବ ଏସି, ସେଣ୍ଟ ଜୋନ୍ ସ୍କୁଲର ଫାଦର କୁଲକାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କ୍ରୀଡା ପ୍ରତିଯୋଗିତା କୁ ରେଫ୍ରି ନିରଞ୍ଜନ ବେହେରା,ଜେ ମହନ୍ତ,ଆଦିକନ୍ଦ ପରିଡ଼ା, ସସ୍ମିତା ଦାସ, ସୁଶାନ୍ତ ଶେଖର ଗୈ।ଡ଼, ଆନ୍ନା କେରକେଟା, ଅଶ୍ବିନୀ ଲେଙ୍କା ଓ ଶରତ ପ୍ରମୁଖ ପରିଚାଳନା କରିଥିଲାବେଳେ ସ୍କୁଲ ତରଫରୁ ଶିକ୍ଷୟିତ୍ରୀ ରେଣୁବାଳା ନାୟକ, ଶୁଭଶ୍ରୀ ମହାନ୍ତି,ସିଲି ଚାଟାର୍ଜୀ, ଶକୁନ୍ତଳା ଉପାଧ୍ୟାୟ,ଖୁସୁବୁ କର,ସତୀଶ, ଜିତେନ୍ଦ୍ର ଦାସ, ଚନ୍ଦ୍ରମା ଭୂୟାଁ,ଆହାଲିଆ ରାଜହଁସ, ମଧୁସ୍ମିତା, ଅହଲ୍ୟା, ଅଶୋକ,ଯଶୋଫିନ, ଅନନ୍ୟା, ଜୟନ୍ତୀ,ସେଲିନା,ଜେନିଫର, ଶୋଭା, ସୁଷମା,ମନୀଷା, ଲତା, ରଶ୍ମି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରେଣ୍ଡୋ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଧୁମାଭଟା ଦଳ ବିଜୟୀ

masiha

ମହିଳା କବାଡି ପ୍ରତିଯୋଗିତାରୁ ଆରମ୍ଭ ହେଲା ଚଇତି କ୍ରୀଡା ମହୋତ୍ସବ

Sunil Chandra Nayak

ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ 

masiha

Leave a Comment

error: Content is protected !!