ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର 

 ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର 

ଆସିକା,୧0/୮/୨୫ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ କେ. ରାମଚନ୍ଦ୍ରପୁର ଠାରେ ମର୍ମଦୁତ କାର ଦୁର୍ଘଟଣା l ତିନି ନାବାଳକଙ୍କ ବେପାରୁଆ ଭାବେ ଗାଡ଼ି ଚାଳନା ବେଳେ ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର l ଦୁଇ ଗୁରୁତର l ଦୁଇ ଗୁରୁତର ହେଲେ ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ କେ ରାମଚନ୍ଦ୍ରପୁର ଗ୍ରାମର ୭୦ ବର୍ଷୀୟ ମହୋନ କର ଓ ବାହାଡ଼ାଗୁଡା ଗ୍ରାମର ୧୫ବର୍ଷୀୟ ସିପୁନି ବିଷୋୟୀ l ସୂଚନା ଅନୁସାରେ ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ ବାହାଡାଗୁଡା ଗ୍ରାମର ତିନି ନାବାଳକ, ସିପୁନ ବିଷୋୟୀ, ସ୍ଵୟଂ ବିଷୋୟୀ, ଓ କିରଣ ଗୌଡ ବେପାରୁଆ ଭାବେ କାର ଚଲେଇ ମୁଣ୍ଡମରେଇ ଯିବା ସମୟରେ ରାସ୍ତାରେ କଡରେ ଠିଆ ହୋଇଥିବା ୭୦ ବର୍ଷୀୟ ବୃଦ୍ଧ ମୋହନ କରକୁ ଧକ୍କା ଦେଇ କାରଟି ପୁରା ଫିଲ୍ମ ଷ୍ଟାଇଲରେ ଓଲଟିଯାଇଥିଲା l ଘଟଣାରେ କେ ରାମଚନ୍ଦ୍ରପୁର ଗ୍ରାମର ୭୦ ବର୍ଷୀୟ ମହୋନ କର ଓ ବାହାଡ଼ାଗୁଡା ଗ୍ରାମର ୧୫ ବର୍ଷୀୟ ସିପୁନି ବିଷୋୟୀ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ l ମହୋନ କରଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁରୁତର ସିପୁନ ଆସିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

କୋକସରା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

masiha

Leave a Comment

error: Content is protected !!