ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵତନ୍ତ୍ର ଅତିଥି ଭାବେ ଲାଲକିଲ୍ଲା ୭୯ତମ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ। ଭାରତ ସରକାରଙ୍କ ତରଫରୁ ନିମନ୍ତ୍ରିତ ହୋଇଛନ୍ତି ଯୁବ ଲେଖକ ଡିଲେଶ୍ୱର ରଣା

ସ୍ଵତନ୍ତ୍ର ଅତିଥି ଭାବେ ଲାଲକିଲ୍ଲା ୭୯ତମ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ

ଭାରତ ସରକାରଙ୍କ ତରଫରୁ ନିମନ୍ତ୍ରିତ ହୋଇଛନ୍ତି ଯୁବ ଲେଖକ ଡିଲେଶ୍ୱର ରଣା

କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଆୟୋଜିତ “୭୯ ତମ ସ୍ବାଧିନତା ଦିବସ”ରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମିଳିଛି। ଭାରତ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। କଳାହାଣ୍ଡିର ଜଣେ ଯୁବଲେଖକ ଭାବେ ପ୍ରଥମଥର ପାଇଁ ଲାଲକିଲ୍ଲାସ୍ଥିତ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପତାକା ଉତ୍ତୋଳନ ଓ ଦେଶକୁ ସମ୍ବୋଧନ ପର୍ବରେ ଉପସ୍ଥିତ ହେବ ସହ ସେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇଛନ୍ତି। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଧଅଁରାମାଲ ଗାଁରେ ଜନ୍ମିତ ଡିଲେଶ୍ୱରଙ୍କର ଗଳ୍ପ, କବିତା, ଫିଚର ଓ ଗୀତ ରଚନା, ଅଭିନୟ ଓ ଉପସ୍ଥାପନାରେ ବେଶ୍ ରୁଚି ରହିଛି। ତାଙ୍କର ଟାଇମପାସ ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍‌ରା’ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ ‘ମେଳିଭୂଇଁ’ ବିପୁଳ ପାଠକୀୟତା ଲାଭ କରିଛି। ‘ସେଁର୍‌ରା’ ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଆଦୃତ ହୋଇଛି। ସାରସ୍ୱତ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ସମ୍ମାନ, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଅକାଦେମୀର ଯୁବସହିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ଜଣେ ଲେଖକ ଭାବେ କଳାହାଣ୍ଡିରୁ ସେ ଜାତୀୟ ସ୍ଵାଧୀନତା ଦିବସ ଉତ୍ସବରେ ସାମିଲ ହେଉଥିବାରୁ ଅନେକ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଶାନ୍ତିଝର ବୁଲି ଦେଖିଲେ ଜିଲ୍ଲାପାଳ , ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

Sunil Chandra Nayak

ଚୋରକୁ ଧରିବାକୁ ଯାଇ ଟ୍ରାକ୍ଟର ଚାପ ରେ ଦୁଇ ଭାଇଙ୍କ ମୃତ୍ୟୁ ! ଦୁଇ ମୃତଦେହ ରାସ୍ତା ଅବରୋଧ, ଉଚିତ୍ ତଦନ୍ତ ଓ କ୍ଷତି ପୂରଣ ଦାବିରେ ଆନ୍ଦୋଳନ କଲେ ପରିବାର

Sunil Chandra Nayak

ଚାରି ପଂଚାୟତବାସୀ ରାସ୍ତା ପାଇଁ ଚିନ୍ତା 

masiha

Leave a Comment

error: Content is protected !!