ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

ବିଜାତଳା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

ମୟୂରଭଂଜ – ୧୨/୦୮ – ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଵିଜାତଳା ଵ୍ଳକରେ ବିଡ଼ିଓ ବଂଶିଧର ଖୋସଲା ସରକାରଙ୍କ ଗାଇଡ ଲାଇନ କୁ ଉଲଙ୍ଘନ କରି ଜନପ୍ରତିନିଧି ଙ୍କୁ ଅଣଦେଖା କରିବା ନେଇ ଜନ ପ୍ରତିନିଧିମାନେ ଆଜି ମଙ୍ଗଳବାର ଦିନ ଵିଜାତଳା ବ୍ଲକରେ ତାଲା ଠୁଙ୍କିବା ସହ ଧାରଣାରେ ଵସିଛନ୍ତି ।ସୂଚନାଯୋଗ୍ୟ ବିଜାତଳା ବ୍ଳକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆସିଛି ।ସରକାରଙ୍କ ଗାଇଡ ଲାଇନ ଅଛି ଜନପ୍ରତିନିଧି ଙ୍କ ଭାଗ ଷାଠିଏ ଏବଂ ବିଧାୟକଙ୍କ ଭାଗ ଚାଳିଶ ।କିନ୍ତୁ ବିଡ଼ିଓ କୌଣସି ନା କୌଣସି ସରକାରଙ୍କ ଚାପରେ ପଡି ବିଧାୟକ ଭାଗ ଷାଠିଏ ଏବଂ ପ୍ରତିନିଧିଙ୍କ ଭାଗ ଚାଳିଶ ବଣ୍ଟନ ନେଇ ଦିର୍ଘ ୪ ମାସ ହେଲା ଅଙ୍କ ଛିଡୁନି ।ଜନ ପ୍ରତିନିଧିଙ୍କ ମଧ୍ୟରେ ପ୍ରଵଳ ଅସନ୍ତୋଷ ଦାନା ବୃଦ୍ଧି ପାଇଛି ।ଅପରପକ୍ଷରେ ପଞ୍ଚାୟତ ସମିତି ବିଜେଡି ହାତରେ ଥିବାବେଳେ ବିଧାୟକ ଏଵଂ ସରକାରରେ ବିଜେପି ଅଛି ।ତେଣୁ ଛକାପଞ୍ଝା ରାଜନୀତିରେ ବିଡ଼ିଓ ମହାଶୟ ପେଶି ହେଉଛନ୍ତି ।ଅପରପକ୍ଷରେ ଜନପ୍ରତିନିଧି ମାନେ ସେମାନଙ୍କ ହକ କୁ ବିଡ଼ିଓ ଅଣଦେଖା କରିବା ଅଭିଯୋଗ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତଦସହ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ମାରି ଧାରଣାରେ ବସିଛନ୍ତି ।ଅପରପକ୍ଷରେ ବିଡ଼ିଓ ବଂଶିଧର ଖୋସଲା ବ୍ଳକ କାର୍ଯ୍ୟାଳୟକୁ ଆସୁ ନାହାନ୍ତି ।ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ବ୍ଳକ କାର୍ଯ୍ୟାଳୟରେ ଉପସ୍ଥିତ ଜନପ୍ରତିନିଧି ଙ୍କ ସହ ଆଲୋଚନା କରୁଛନ୍ତି ।ବିଡିଓ ନ ଆସିଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଜନପ୍ରତିନିଧି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଧାରଣାରତ ଜନପ୍ରତିନିଧି ହେଲେ ସରଗଡା ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ରନାଥ ମୁଣ୍ଡା,ଵଡଝରଣ ପଞ୍ଚାୟତ ସମିତିସଭ୍ଯା ବବିତା ମୁଣ୍ଡା,ବିଜାତଳା ସରପଞ୍ଚ ଦମୟନ୍ତୀ ଟୁଡୁ,ମୁଣ୍ଡାଠାକୁରା ସମିତି ସଦସ୍ୟା ପୁଷ୍ପାଞ୍ଜଳି ବେହେରା,ମାଣିକପୁର ସରପଞ୍ଚ ସୁବ୍ରତ ମୁଣ୍ଡା,ସମିତି ସଦସ୍ୟା ନୂତନ ଵେଶ୍ରା,ବିଜାତଳା ସମିତି ସଦସ୍ୟ ଦିବେ ଟୁଡୁ,ରାମହରି ସମିତି ସଭ୍ୟ ଆଶିଷ ଦାସ,ଲୁହାଶିଳା ସମିତି ସଭ୍ଯା ଶୁକୁରୁମଣି ମାରାଣ୍ଡି,ନୂସାଡିହି ସମିତି ସଭ୍ୟା ବାସନ୍ତୀ ମାଝୀ,ଚଢ଼େଇ ପାହାଡି ସମିତି ସଭ୍ଯା କୁନି ସର୍ଦାର , ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ବ୍ଳକ ଅଧ୍ୟକ୍ଷା ରାଣୀ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଧାରଣାରେ ବସିଛନ୍ତି ।

 ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବାଣପୁର ବଜାରରେ ବାଇକି କୁ ପିଟିଲା ବାଇକ: ଜଣେ ଗୁରୁତର !!!

Sunil Chandra Nayak

ବିଦ୍ୟାଳୟ ଗେଟରେ ରାତିରେ ପୁଟୀ ଓ ରଙ୍ଗ ମାରିଥିଲେ ଶ୍ରମିକ: ତଦନ୍ତ କରିବାକୁ ଆସିଲେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ 

masiha

ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!