ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ମୟୂରଭଂଜ – ୧୨/୦୮ — ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ଭିତରଆମଦା ପଞ୍ଚାୟତର ରୁତୁଘୁଟୁ ଗ୍ରାମ ଲୋକସଂଖ୍ୟା ୩୦୦୦ ରୁ ଉର୍ଦ୍ଧ୍ବ ।ଏହି ଗ୍ରାମଟି ବଡ଼ ଗ୍ରାମ ଅଟେ ।ଏହା ୭ ଟି ସାହିକୁ ନେଇ ଗଠିତ ।ସେହି ସାହି ଗୁଡାକ ମଧ୍ଯରୁ ଉପରସାହି,ତଳସାହି,କଚା ସାହି,ସ୍କୁଲ ସାହି ର ରାସ୍ତା ଦିର୍ଘବର୍ଷ ହେଲା ମରାମତି ହୋଇନାହିଁ ।ସବୁ ରାସ୍ତାଗୁଡିକ ଚାଲିବା କଷ୍ଟ ।ତନ୍ମଧ୍ଯରୁ ତଳସାହି ରାସ୍ତା କାଦୁଅ ପଚ୍ ପଚ୍ ।ରାସ୍ତାରେ ଯିବା କଷ୍ଟକର ଅଟେ ।ସ୍କୁଲ ଛୁଆ,ବୁଢାବୁଢୀ,ଗୋରୁ ଗାଇ ,ରୋଗୀ ରୋଗୀଣା ଚାଲିବା କଷ୍ଟକର ଅଟେ ।ଏହି ରାସ୍ତା ନିର୍ମାଣ ପାଇଁ ବିଧାୟକ ,ସରପଞ୍ଚ,ବିଡ଼ିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନେଉନାହାନ୍ତି ।ତେଣୁ ବାଧ୍ଯ ହୋଇ ଗ୍ରାମର ଯୁବକମାନେ ସୋମବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ୍କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ତା କରିବାକୁ ଲିଖିତ ଅଭିଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ‌ ବିଶ୍ବାଳ ମସିହା ନିଉଜ

Related posts

ଭବାନିପାଟଣାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

୧- ମା ମଙ୍ଗଳାଙ୍କ ତୃତୀୟ ବାର୍ଷିକ ଜନ୍ମ ଉତ୍ସବ ଅନୁଷ୍ଠିତ ,୨-ଆମ୍ ଆଦମୀ ପାର୍ଟିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତୁତି ବୈଠକ, ଜୁନ ୧୫ ରେ ବୈଠକର ନିଷ୍ପତ୍ତି 

masiha

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

masiha

Leave a Comment

error: Content is protected !!