ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ମୟୂରଭଂଜ – ୧୨/୦୮ — ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ଭିତରଆମଦା ପଞ୍ଚାୟତର ରୁତୁଘୁଟୁ ଗ୍ରାମ ଲୋକସଂଖ୍ୟା ୩୦୦୦ ରୁ ଉର୍ଦ୍ଧ୍ବ ।ଏହି ଗ୍ରାମଟି ବଡ଼ ଗ୍ରାମ ଅଟେ ।ଏହା ୭ ଟି ସାହିକୁ ନେଇ ଗଠିତ ।ସେହି ସାହି ଗୁଡାକ ମଧ୍ଯରୁ ଉପରସାହି,ତଳସାହି,କଚା ସାହି,ସ୍କୁଲ ସାହି ର ରାସ୍ତା ଦିର୍ଘବର୍ଷ ହେଲା ମରାମତି ହୋଇନାହିଁ ।ସବୁ ରାସ୍ତାଗୁଡିକ ଚାଲିବା କଷ୍ଟ ।ତନ୍ମଧ୍ଯରୁ ତଳସାହି ରାସ୍ତା କାଦୁଅ ପଚ୍ ପଚ୍ ।ରାସ୍ତାରେ ଯିବା କଷ୍ଟକର ଅଟେ ।ସ୍କୁଲ ଛୁଆ,ବୁଢାବୁଢୀ,ଗୋରୁ ଗାଇ ,ରୋଗୀ ରୋଗୀଣା ଚାଲିବା କଷ୍ଟକର ଅଟେ ।ଏହି ରାସ୍ତା ନିର୍ମାଣ ପାଇଁ ବିଧାୟକ ,ସରପଞ୍ଚ,ବିଡ଼ିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନେଉନାହାନ୍ତି ।ତେଣୁ ବାଧ୍ଯ ହୋଇ ଗ୍ରାମର ଯୁବକମାନେ ସୋମବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ୍କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ତା କରିବାକୁ ଲିଖିତ ଅଭିଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ‌ ବିଶ୍ବାଳ ମସିହା ନିଉଜ

Related posts

କାଶ୍ମୀର ପହଲଗ୍ରାମ ପର୍ଯ୍ୟଟକଙ୍କୁ ସିଡ୍ଯୁଲ କାଷ୍ଟ ଫେଡେରେସନ ଓ ବଣିକ ସଂଘର ଶ୍ରଦ୍ଧାଞ୍ଜଳି 

masiha

ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ

Sunil Chandra Nayak

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

Leave a Comment

error: Content is protected !!