ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରୁଡି ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ମରୁଡି ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

କୋକସରା,୫/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଉତ୍କଟ ରୂପ ନେଇଛି ମରୁଡି ସମସ୍ୟା, ବ୍ଲକରେ ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ କାରଣରୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖାଦେଇଛି। ସୋମବାର ବ୍ଲକର ୨୨ ପଂଚାୟତର ଚାଷୀ ମାନେ ଏକତ୍ରିତ ହୋଇ ସଚେତନ କୃଷକ ମଞ୍ଚର ଆବାହକ ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ବ୍ଲକର ଆମପାଣି ପଂଚାୟତର କନ୍ଦାଗଡ଼, ବିରିମୁହାଣ, କୁଟୁରୁ, ନୂଆଗାଁ, ପାତ୍ରବସା ଓ କନ୍ଦାବୁଟ୍ରା ପଂଚାୟତ ଘୁର୍ଳିଗୁଡ଼ା ଓ ମହିମା ରାଜସ୍ୱ ଗ୍ରାମକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଚାଷୀମାନେ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଗଜା ମରୁଡି ସହ ଅନେକ କ୍ଷେତ ରେ ରୁଆ ବେଉଷଣ ହୋଇ ପାରିନଥିବା ଯୋଗୁଁ ଚାଷି ମାନଙ୍କ ମଧ୍ୟରେ ନିରାଶଜନକ ସ୍ଥିତି ଦେଖିବାକୁ ମିଳିଛି l ବ୍ଲକରେ ଧାନ ଚାଷ ପାଇଁ ୧୯୫୩୦ ହେକ୍ଟର ଚାଷ ଜମିରୁ ୬୫୮୫ ହେକ୍ଟର ରେ ବୁଣା ଓ ୧୧୯୨୦ ହେକ୍ଟରରେ ରୁଆ କାର୍ଯ୍ୟ ହୋଇଥିବା ବେଳେ ଅବଶିଷ୍ଟ ଜମିରେ ଚାଷ କାର୍ଯ୍ୟ ମଧ୍ୟ ହୋଇନାହିଁ । ଗତବର୍ଷ ଅଗଷ୍ଟ ଶେଷରେ ୩୫୭ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୮୧ ମିମି ବର୍ଷା ହୋଇ ଥିବା ବେଳେ ଗତବର୍ଷ ତୁଳନାରେ ୧୭୬ ମିମି କମ ବର୍ଷା ହୋଇଥିବା କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି l ଦାବିପତ୍ର ପ୍ରଦାନ ସମୟରେ କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ପବିତ୍ର ବେହେରା ଲମ୍ବୁଧର ବେହେରା, ରୋମାଞ୍ଚଳ ନାଏକ, କ୍ଷେତ୍ର ମୋହନ ବାଣୁଆ, ହୁସିଆରି ବେହେରା, ଆମପାଣି ପଞ୍ଚାୟତରୁ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ତାପସ ରଞ୍ଜନ ରାୟ, ଟିକିଚନ୍ଦ୍ର ଧ. ମାଝୀ, ଗଗନ ବିହାରୀ ମାଝୀ, ଋଷିମଣି ମାଝୀ, ନକୁଳ ବାଣୁଆ, ପଦ୍ମଲୋଚନ ମାଝୀ, ତପନ ମାଝୀ ଓ ମହିମା ରାଜସ୍ୱ ଗ୍ରାମରୁ ସରପଞ୍ଚ ଇଶରାମ କୋଲଥିଆ, ଦେବିସିଂ ମାଝୀ, ବାଲ୍ମୀକି ଧ. ମାଝୀ, ଘାସିରାମ ଦୁରିଆ, ଲିଙ୍ଗରାଜ ନାଏକ, ଗୁଣନିଧି ଧ. ମାଝୀ, ବିରଞ୍ଚି ଧ. ମାଝୀ ସମେତ ଅନ୍ୟ ଚାଷି ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତିନିଦିନିଆ ଜନଜାତି କ୍ରୀଡା ଉଦଘାଟିତ 

masiha

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

masiha

ରାଇରଙ୍ଗପୁରରେ’ ବୟନିକା ‘ ର ୬୯ ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!