ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ କୁ ଜିଲ୍ଲା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ କୁ ଜିଲ୍ଲା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ଼,୬/୯(ମ ନି ସ) ଜୁନାଗଡ଼ କୁ ଜିଲ୍ଲା ଦାବିରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ କଳାହାଣ୍ଡି ଜିଲ୍ଲାପାଳପି ଅନ୍ୱେସା ରେଡ୍ଡୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା।ଏଥିରେ ଦର୍ଶାଯାଇଛି ଯେ ଧର୍ମଗଡ଼ ସବଡ଼ିଭିଜନ ଅନ୍ତର୍ଗତ ୬ଟି ବ୍ଲକ ଓ ଥୁଆମୂଳ ରାମପୁର ର ୬ ଗୋଟି ପଂଚାୟତ କୁ ନେଇ ନୂତନ ଜିଲ୍ଲା ଗଠନ ସହ ଜୁନାଗଡ଼ ସହରରେ ଏହାର ସଦର ମହକୁମା ସ୍ଥାପନ କରାଯାଉ। ଜୁନାଗଡ଼ ଏହିସବୁ ସମସ୍ତ ବ୍ଲକ ସହ ମୁଖ୍ୟ ରାସ୍ତା ସଂଯୋଗ,ସମସ୍ତ ବ୍ଲକ ର ଲୋକଙ୍କ ପାଇଁ ବ୍ୟବସାୟିକ ସମ୍ପର୍କ, ରେଳ ଷ୍ଟେସନ ସୁବିଧା ଜାତୀୟ ରାଜପଥ ଯୋଗୁ ବସ ଯାତାୟତ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଐତିହାସିକ ତଥ୍ୟ ଅନୁଯାୟୀ , କଳାହାଣ୍ଡି ମହାରାଜା ଯୁଗସାଇଦେବ ଙ୍କ ସମୟରେ ୧୭୧୮ମସିହାରେ ଜୁନାଗଡ଼ କଳାହାଣ୍ଡି ନଗର ଓ ପରବର୍ତ୍ତୀ ସମୟରେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ କଟକ ସହର ପରି ଏହାର ଐତିହାସିକ ମହତ୍ଵ ରହିଛି। 

ଜୁନାଗଡ଼ ବ୍ଲକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୪୦୩ ଜଣ ଅଛନ୍ତି ବର୍ତମାନ ଖାଲି ଜୁନାଗଡ଼ ବ୍ଲକ ର ଜନସଂଖ୍ୟା ପ୍ରାୟ ୨ଲକ୍ଷ୍ୟ ରୁ ଅଧିକ। । ଜୁନାଗଡ଼ ସହର ଭବାନୀପାଟଣା, ଥୁଆମୂଳ ରାମପୁର, ଧର୍ମଗଡ଼, ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ । ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ ଟି ବ୍ଲକର ଲୋକେ, ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସମସ୍ତ କ୍ଷେତ୍ରରେ ଆଗରେ ଥିବା ଯୋଗୁଁ ଜୁନାଗଡ଼ ବ୍ଲକ ଓ ଏନଏସି , ଧର୍ମଗଡ଼ ବ୍ଲକ ଓ ଏନଏ ସି, କଲମପୁର, ଗୋଲାମୁଣ୍ଡା, କୋକସରା, ଜୟପାଟଣା ବ୍ଲକ ତଥା ଥୁଆମୂଳ ରାମପୁର ବ୍ଲକ ର ୬ ଟି ପଞ୍ଚାୟତକୁ ନେଇ ଜୁନାଗଡ଼ ଜିଲ୍ଲା ମାନ୍ୟତା ଓ ଜୁନାଗଡ଼ ସହରକୁ ସଦର ମହକୁମା କ୍ରିୟାନୁଷ୍ଠାନ କମିଟି ଦାବୀ କରିଛନ୍ତି । ଜିଲ୍ଲା ଦାବୀ ନେଇ ଜୁନାଗଡ଼ ବା ସୀ ପକ୍ଷରୁ ଗତ ୨ ବର୍ଷ ତଳେ ବନ୍ଦ ପାଳନ କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳକୁ ଚିଠି ମଧ୍ୟ ପ୍ରେରଣ କରାଯାଇଥିଲ। ଜିଲ୍ଲା ପାଳଙ୍କୁ ଏହି ଦାବିପତ୍ର ଦେବା ସମୟରେ କ୍ରିୟାନୁଷ୍ଠା କମିଟିର ଆବାହକ ସଂଯୋଜକ ମୁକେଶ ଅଗ୍ରୱାଲ ,ଆବାହକପ୍ରଭାତ ଦାସ ଙ୍କ ସହ ସନ୍ତୋଷ ସିଂହ ଦେଓ, କୁବଳେଶ୍ୱର ପାଣିଗ୍ରାହୀ ,ଅନୀଲ ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଫେସ୍‌ବୁକ୍‌ ‘ଆମ ପରିବାର’ ପକ୍ଷରୁ ରକ୍ତଦାନ ଶିବିର 

masiha

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

masiha

Leave a Comment

error: Content is protected !!