ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ନବରଙ୍ଗପୁର:(୧୩/୦୮/୧୦୨୫)(ରବି ନାରାୟଣ ମହାନ୍ତି)ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ତାର।ଗାଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଏହାର ପ୍ରତିରୋଧ, ନିଷେଧ ଓ ନିରାକରଣ ଆଇନ-୨୦୧୩ ଏବଂ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ପୁର୍ନବାର ନାମ ଲେଖେଇବା ପାଇଁ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ରାଜ କିଶୋର ନାଗ, ଉପ ମୁଖ୍ୟ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ମନୋରମା ମାଝି, ସମାଜସେବୀ, ନବରଙ୍ଗପୁର, କେଶବ ମେହେର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର, ସନ୍ଦୀପ ପଣ୍ଡା, ପ୍ରଧାନ ଶିକ୍ଷକ, ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ ବିଦ୍ୟାଳୟ, ତାର।ଗାଁ ଓ ପାରା ଲିଗାଲ ସଦସ୍ୟ ଓ ପାନେଲ ଲଇୟାର, ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ସନ୍ଦୀପ ପଣ୍ଡା, ପ୍ରଧାନ ଶିକ୍ଷକ, ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ତାର।ଗାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵlରା ପରିଚାଳନା କରାଯାଇଥିଲା ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ l 

Related posts

ଆନ୍ତର୍ଜାତୀକ ମହିଳା ଦିବସ ପାଳନ 

Sunil Chandra Nayak

ସାଧାରଣ ଚାଷୀ ପୁଅ ସଞ୍ଜୟଙ୍କ ପି.ଏଚ.ଡି ହାସଲ 

Sunil Chandra Nayak

କଳାହାଣ୍ଡି: ଜଂଗଲୀ ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ , ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ

masiha

Leave a Comment

error: Content is protected !!