ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ-୨୦୨୫ ପାଳିତ

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ-୨୦୨୫ ପାଳିତ 
 ଢେଙ୍କାନାଳ ଟାଉନ୍ ରେ ଏକ ବୃହତ୍ ଗ୍ରନ୍ଥାଗାର ବ୍ରଜନାଥ ବଡ଼ଜେନାଙ୍କ ନାମରେ ଏକ ପାଠାଗାର/ଗ୍ରନ୍ଥାଗାର ସ୍ଥାପନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବୀ

ଢେଙ୍କାନାଳ: ତା.୧୨.୦୮.୨୦୨୫ ରିଖ : କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ -୨୦୨୫ ଦେଉଳ ସାହି,ଢେଙ୍କାନାଳସ୍ଥ କବି କୁଟୀର ପରିସରରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ପାଠାଗାରରେ ପାଳିତ ହୋଇଯାଇଛି।ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ,ସୁବକ୍ତା,ସୁସାହିତ୍ୟିକ,ବିଶିଷ୍ଟ ଐତିହାସିକ ଗବେଷକ ତଥା ପ୍ରାବନ୍ଧିକ ତପନ କୁମାର ଶତପଥି ସ୍ଵୀୟ ବକ୍ତବ୍ୟରେ ଦୂର ଅତୀତରେ ବେଦ ଠାରୁ ଆହୁରି ପ୍ରାଚୀନ ତାମିଲ୍ ଭାଷାରେ ରଚିତ ବେଦର ସୃଷ୍ଟି, ଆମର ଭାଗବତ ଟୁଙ୍ଗି ପରି ଆସାମ ରାଜ୍ୟର ତଦନୁରୂପ ନାମଘର ଗୁଡ଼ିକ ଗଠନ କରାଯାଇ ପାଠାଗାର,ଗ୍ରନ୍ଥାଗାର ଗୁଡ଼ିକୁ ସୁଦୃଢ଼ କରିପାରିଥିଲା ତାହାର ଏକ ସବିଶେଷ,ସାରଗର୍ଭକ,ତଥ୍ୟାବଳୀ ପରିପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ ଶତପଥୀ ତାଙ୍କର ଅଭିଭାଷଣରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ -୨୦୨୫ ସମ୍ପର୍କରେ ଆଲୋକପାତ କରି ଗ୍ରନ୍ଥାଗାର ବିଜ୍ଞାନର ଜନକ ଡ.ଏସ.ଆର୍.ରଙ୍ଗନାଥନ୍ ଙ୍କର ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆଜିର ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିଥିଲେ। ଏତତ୍ ବ୍ୟତୀତ ଗ୍ରନ୍ଥାଗାରର ନୂତନ ସେବା,ପୋର୍ଟାଲ୍ ଇ – ଲାଇବ୍ରେରୀ,ଡିଜିଟାଲ ଲାଇବ୍ରେରୀ ଏ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧାର ସାଜିବାକୁ ଯାଉଛି ବୋଲି ଦୃଢ଼ ମତପୋଷଣ କରିଥିଲେ।କାର୍ଯ୍ୟସୂଚୀ ଅନୁସାରେ ଅପରାହ୍ନ ୦୪ ଘଟିକା ସମୟରେ ସ୍ଥାନୀୟ କବିଭୂଷଣ ମାର୍ଗସ୍ଥିତ କବିକୁଟୀରଠାରେ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ସଭାରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ମୟୂର ଅନୁଷ୍ଠାନର ସମ୍ପାଦକ ବନମାଳୀ ମଲ୍ଲିକ ସ୍ଵାଗତ ସଙ୍ଗୀତ ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଏକ ମାତୃ ସଙ୍ଗୀତ ଗାନ କରିଥିଲେ।କବୀ ଡ.କବିତା ମହାନ୍ତିଙ୍କ ସଫଳ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ “କବି ଓ କବିତା ମଧୁକ୍ଷରା”ରେ ଉପସ୍ଥିତ ଆଲୋକ କୁମାର ଦାସ,ନିର୍ମଳା ମହାପତ୍ର,ମନୋଜା ମଞ୍ଜରୀ ଦାଶ,ଡଃ.ପ୍ରମୋଦ କୁମାର ନାୟକ,ଜସ୍ମିନ ମହାନ୍ତି, ସଂତୋଷୀ ସ୍ୱାଇଁ,ସୁମିତା ରାୟ ପଟ୍ଟନାୟକ,କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ଉପ ସଭାପତି ଡଃ. ସମୀର କୁମାର ସାହୁ,କବିଭୂଷଣ ସ୍ମୃତି ସଂସଦର ସଙ୍ଗଠନ ସମ୍ପାଦକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଜଲି ସାହୁ,ମାଗୁଣି ଚରଣ ନାୟକ,ପୁତ୍ରବଧୂ ଅଞ୍ଜୁ ଅସ୍ମିନ,ନାତି ପି.ପରମଜିତ୍ ପ୍ରମୁଖ ଅନେକ କବି ସ୍ବରଚିତ କବିତାମାନ ପାଠ କରିଥିଲେ ଓ ଉପସ୍ଥିତ ଶୋତୃମଣ୍ଡଳି ଦ୍ବାରା ସେଗୁଡ଼ିକର ସମୀକ୍ଷା ଓ ମୂଲ୍ୟାୟନ କରଯାଇଥିଲା।ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପାଠାଗାରର ପ୍ରବର୍ତ୍ତକ ଦାଶରଥୀ ପଟ୍ଟନାୟକଙ୍କ ନାମରେ ୨୦୧୭ ମସିହାରେ ପ୍ରକାଶ କରିଥିବା “ଅଜା ତ ଅଜା ଦାଶିଆ ଅଜା ” ପୁସ୍ତକରୁ ତାଙ୍କର ଜୀବନୀ ପାଠ କରିବା ସଙ୍ଗେ ସଙ୍ଗେ ୧୯୩୨ ମସିହାରୁ ୧୯୪୪ ମସିହା ମଧ୍ୟରେ ଢେଙ୍କାନାଳ ସାହିତ୍ୟ ସଂଘ ତରଫରୁ ସେବା ସଂଘ ପାଠାଗାର ଏବଂ ଅଦ୍ୟାବଧି କେଉଁ କେଉଁ ସ୍ଥାନରେ କେତେ ସଂଖ୍ୟକ ପାଠାଗାର ଅଛି ତାହାର ଏକ ବିଶଦ ବିବରଣୀ ପ୍ରଦାନ କରିଥିଲେ।ସଭାପତି ଶଙ୍କର୍ଷଣ ଶତପଥୀ ପାଠାଗାର ଇତିହାସ ବାବଦରେ ଏକ ସୁନ୍ଦର ତଥ୍ୟାବଳୀ ସମ୍ବଳିତ ସାରଗର୍ଭକ ନିବନ୍ଧ ପାଠ କରିଥିଲେ।ପରିଶେଷରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ଉପ ସଭାପତି ଶିକ୍ଷାବିତ୍ ଡଃ.ସମି ର କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

 ଡା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାକୁ ସଫଳ ରୂପାୟନ ଦେବାପାଇଁ ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

masiha

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ 

Sunil Chandra Nayak

ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କୁ କବିତ୍ଵ ସମ୍ମାନ

masiha

Leave a Comment

error: Content is protected !!