ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତରାରେ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ

ଅନ୍ତରାରେ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ

ଖଇରା,୧୫/୮/୨୫- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ । ଚେୟାରମ୍ୟାନ ଅଭିଲିପ୍ସା ସାହୁ, ପୀଡ଼ିତାଙ୍କ ମାଆ ଏବଂ ଦଳୀୟ କର୍ମୀ ମଞ୍ଚାସୀନ ଥିଲେ । ଦୁଷ୍କର୍ମ ଖବର ଶୁଣି ପ୍ରଥମେ ମର୍ମାହତ ହୋଇପଡିଲି । ପରଦିନ ସକାଳେ ଭଦ୍ରକ ମେଡିକାଲରେ ପହଞ୍ଚି ଚିକିତ୍ସା ନିମନ୍ତେ ସମସ୍ତ ବ୍ଯବସ୍ଥା କଲି, ସେ ଝିଅଟି ମୋ ଝିଅ ପରି ।ଯେତେ ଟଙ୍କା ଲାଗିବ ଲାଗୁ ପଛେ ଭଲ କରି ଘରକୁ ଫେରେଇ ଆଣିବି । ବିବାହ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେବି । ତା ମାଆକୁ ଆବାସ ଯୋଜନା ଗୃହ ପ୍ରଦାନ ସହିତ ପରିବାର ସମସ୍ତ ଖର୍ଚ୍ଚ ବହନ କରିବି । ଯେଉଁମାନେ ଅପପ୍ରଚାର କରି ବିଜେପି ଦଳକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କଦାପି ଛଡ଼ା ଯିବନି । ଡବଲ ଇଞ୍ଜିନ ସରକାର ଲୋକଙ୍କ ସରକାର । ଲୋକମାନେ କିପରି ଶାନ୍ତି ଶୃଙ୍ଖଳାରେ ରହିବେ ସେ ଦାୟିତ୍ୱ ମୋର । ପୀଡ଼ିତାକୁ ନେଇ ବଣୁଆ, ଛାମୁଆ ଓ କୁଚକ୍ରୀ ଗୋଷ୍ଠୀ ମାନେ ଯେଉଁ ହୀନ ରାଜନୀତି କରୁଛନ୍ତି ସେମାନଙ୍କ ଚକ୍ରାନ୍ତକୁ ସଫଳ ହେବାକୁ ଦେବି ନାହିଁ । ପୂର୍ବତନ ବିଧାୟକ ସମୟରେ ଏଇଭଳି କେତେ ଘଟଣା ଘଟିଛି ସେତେବେଳେ ଯାଇଥିଲ କୁଆଡେ । ବର୍ତ୍ତମାନ ହୀନ ରାଜନୀତି କରୁଛ । ଅନ୍ୟ ଦଳକୁ ବିଧାୟକଙ୍କର ପ୍ରଶ୍ନ ଥିଲା ବଳାତ୍କାରୀ ଜଣଙ୍କ କେଉଁ ଦଳର ? ଏମିତି ଅନେକ କଥା କହି ହୀନ ରାଜନୀତି କରୁଥିବା ଅନ୍ୟ ଦଳକୁ କଟୁ ସମାଲୋଚନା କରିଥିଲେ ବିଧାୟକ । ଯଦି ଭଦ୍ରକରେ ପୀଡ଼ିତା ଜଣକ ଭଲ ନ ହୁଏ ଆବଶ୍ୟକ ପଡିଲେ ବାହାର ରାଜ୍ୟକୁ ନେଇ ଭଲ କରି ଘରକୁ ଫେରେଇ ଆଣିବି । ମୁଁ କାମରେ ବିଶ୍ୱାସ କରେ କଥାରେ ନୁହେଁ । ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ହେଉ କି ପୂର୍ବତନ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ କିମ୍ବା ଅନ୍ୟ କେହି ହେଉ, କାହାରି ହୀନ ଚକ୍ରାନ୍ତକୁ ପଦ୍ମଲୋଚନ ପଣ୍ଡା ବରଦାସ୍ତ କରିବ ନାହିଁ ବୋଲି ବକ୍ତବ୍ୟରେ କହିଥିଲେ । ପୀଡ଼ିତାଙ୍କ ମାଆ ମଞ୍ଚରେ ବସିଥିଲେ ମଧ୍ୟ ଗଣମାଧ୍ୟମ ସାମ୍ନାରେ ସେଭଳି କିଛି ବକ୍ତବ୍ୟ ରଖିପାରି ନଥିଲେ । ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କ ବକ୍ତବ୍ୟ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଥିଲା । ଏଥିରେ ଇଲେକ୍ଟ୍ରୋନିକ ଓ ପ୍ରଣ୍ଟି ମିଡିଆ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରୁପ୍ରା ଠାରେ ନର୍ଲା ରିପୋଟରସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

Sunil Chandra Nayak

ନାଗଯୋଡି ସଂରକ୍ଷିତ ଜଙ୍ଗଲରେ ବନମହୋତ୍ସବ ପାଳନ 

masiha

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ ଓ ପୂର୍ବତନ ପିଇଓ

masiha

Leave a Comment

error: Content is protected !!