ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ଭୁବନେଶ୍ୱର ଆମ ପାଠଶାଳା ରେ 79ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ

ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ଭୁବନେଶ୍ୱର ଆମ ପାଠଶାଳା ରେ 79ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ତା 15-08-2025 ରିଖ ଶୁକ୍ରବାର ଦିନ ସକାଳ ଆଠ ଘଟିକା ସମୟରେ ଆମ ପାଠଶାଳା ରେ 79ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି! ଏହି ଅବସରରେ ଅନୁଷ୍ଠାନ ର ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକ ସହ ଇଭେଣ୍ଟ ମେନେଜର ସୁଜିତ୍ ନାୟକ, ଜ୍ଞାନ ରଞ୍ଜନ ପ୍ରଧାନ, ସତ୍ୟବାଦୀ ମହାରଣା,ଜ୍ୟୋତିର୍ମୟୀ ସାହୁ, ନୀଳିମା ମଲ୍ଲିକ, ଆଲୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଆଡଭୋକେଟ ଲକ୍ଷ୍ମୀପ୍ରିୟା ସାହୁ,ଆଡଭୋକେଟ ଶଙ୍କର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଆମ ପାଠଶାଳା ର ପିଲା ମାନଙ୍କୁ ଟିଫିନ୍ ପ୍ୟାକେଟ ଏବଂ ବୁନ୍ଦିଆ, ସେଓ ବଣ୍ଟନ କରାଯାଇ ଥିଲା l ନବ ଜ୍ୟୋତି ଫାଉଣ୍ଡେସନର ଅଧକ୍ଷ ସ୍ମିତା ପତି ଓ ସମାଜ ସେବୀ ସୁଜିତ ପତି  ଯୋଗ ଦେଇ 79ତମ ସ୍ୱାଧୀନତା ଦିବସ ବିଷୟରେ କୁନି କୁନି ପିଲାମାନଙ୍କୁ କିପରି ଗଢ଼ିବା, ମନଦେଇ ପାଠ ପଢିବା, ଦେଶ ପାଇଁ ଜୀବନ ଦେବା ବିଷୟରେ ଉଦବୋଧନ ଦେଇଥିଲେ!

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ସିଆରିଆ ଗ୍ରାମରେ ତ୍ରୟୋଦଶ ବାର୍ଷିକ -୨୦୨୬ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞର ତୃତୀୟ ଦିନରେ ଶିବଧନୁ ଭଗ୍ନ ଓ ସୀତା ବିବାହ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କାର୍ଯ୍ୟକ୍ରମ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଭବ୍ୟ ଆୟୋଜନ 

masiha

ଅଗ୍ନିକାଣ୍ଡରେ ଜଳିଗଲା ଘର

Sunil Chandra Nayak

Leave a Comment

error: Content is protected !!