ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

କଳାହାଣ୍ଡି, ଓଡିଶା – 15/08/25 – କଳାହାଣ୍ଡି ଜିଲ୍ଲାପାଳଙ୍କ ନେତୃତ୍ୱରେ ମିଶନ୍‌ ଆକାଂକ୍ଷାର ସରକାରୀ ଉଦ୍‌ଘାଟନ ହେଲା । ଏହି ପ୍ରୟାସ ଭିଜନ୍‌ IASଙ୍କ ପ୍ରୟାସ (CSR କାର୍ଯ୍ୟକ୍ରମ) ସହିତ ସହଯୋଗରେ କଳାହାଣ୍ଡିର ପ୍ରତିଭାଶାଳୀ UPSC/ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର୍ଥୀମାନଙ୍କୁ ନିଶୁଳ୍କ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ କରାଯାଇଛି । ସ୍ଵାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବସର ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ଯା ଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ସଶକ୍ତକରଣ ବିଭାବ ଓଡିଶା ସରକାର ଙ୍କ ଉପସ୍ଥିତିରେ ଜିଲ୍ଲାପାଳ କଳାହାଣ୍ଡି ପୱାର ସଚିନ ପ୍ରକାଶ ଏବଂ ଦୀପାଲି ଦତ୍ତ ଚତୁର୍ବେଦୀ, ଉପାଧ୍ୟକ୍ଷ, ଭିଜନ୍‌ IAS ମଧ୍ୟରେ MoU ସହିତାପତ୍ରରେ ସ୍ୱାକ୍ଷରିତ ହୋଇଛି ।

ଏହି ପ୍ରୟାସ ଗ୍ରାମୀଣ ମେଧାବୀ ଯୁବମାନଙ୍କ ପାଇଁ ଭାରତୀୟ ପ୍ରଶାସନିକ ସେବା ପାଇଁ ଉତ୍ସାହିତ କରିବା ସହିତ ନିଯୁକ୍ତି ର ସୁଯୋଗ ସୃଷ୍ଟି କରିବା ଓ ଭାରତର ଶୀର୍ଷ ପ୍ରଶାସନିକ ସେବାରେ କଳାହାଣ୍ଡିର ପ୍ରତିନିଧିତ୍ୱକୁ ଦୃଢ କରିବାକୁ ଉଦ୍‌ଦିଷ୍ଟ । ଏହି କାର୍ଯ୍ୟକ୍ରମରେ କଲାଇ ବାନାନ ବନ ଖଣ୍ଡଅଧିକାରୀ(ଦକ୍ଷିଣ) ଭାରତୀୟ ପ୍ରଶାସନିକ ସେବା, (ପ୍ରବେଶନ) ଆନିମେସ ପ୍ରଧାନ, ଭିଜନ୍‌ IASଙ୍କ ମାର୍କେଟିଂ ମ୍ୟାନେଜର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସମନ୍ୱୟକାରୀ ଭାବରେ ଶ୍ରୀ ପ୍ରଶାନ୍ତ ମିଶ୍ର, TL DMF କାମ କରୁଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆସନ ସଂଖ୍ୟା: 60 (ଲେଖିତ MCQ ପରୀକ୍ଷା + ସାକ୍ଷାତ୍କାର ଦ୍ୱାରା ଚୟନ), ପାଠ୍ୟକ୍ରମ ସମୟସୀମା 1 ବର୍ଷର ହାଇବ୍ରିଡ୍ ପ୍ରୋଗ୍ରାମ୍‌, ପାଠ୍ୟସାମଗ୍ରୀ ଏବଂ ଟେଷ୍ଟ ସିରିଜ୍ ସହିତସ୍ଥାନ: ଭବାନୀପାଟଣା, ଯୋଗ୍ୟତା: କଳାହାଣ୍ଡିର ନିବାସୀ, +2 (Class XII) ପାସ୍‌ ପରେ I ନିବନ୍ଧନ ଆରମ୍ଭ: 22 ଅଗଷ୍ଟ 2025, ପରୀକ୍ଷା: 21 ସେପ୍ଟେମ୍ବର 2025, ଶ୍ରେଣୀ ଆରମ୍ଭ: ଅକ୍ଟୋବର 2025ର ପ୍ରଥମ ସପ୍ତାହରେ।

( ମ ନି ସ )

Related posts

Saradiya Bandhu Milan held of 42 Mouza Pratibha Bikash Pratisthan.

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

masiha

Leave a Comment

error: Content is protected !!