ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

 ଢେଙ୍କାନାଳ:ତା.୧୫.୦୮.୨୦୨୫ରିଖ  ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର୍ ଦୁର୍ଗା ମାଧବ ପୃଷ୍ଟି ମୁଖ୍ଯଅତିଥି ଭାବରେ ଯୋଗଦାନ କରି ଅନୁଷ୍ଠାନସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଦଳଗୁଡ଼ିକରର ଅଭିବାଦନ ଗ୍ରହଣ କରିଥିଲେ।ଆଜିର ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ସ୍ଵୀୟ ଅଭିଭାଷଣରେ ଆଜିର ସ୍ଵାଧୀନତା ଦିବସରେ ଆମେ ପ୍ରକୃତରେ ସ୍ଵାଧୀନ କି ବୋଲି ସମସ୍ତେ ନିଜ ନିଜକୁ ପ୍ରଶ୍ନ ପଚାରିବା ଉଚିତ୍ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସ୍ଵାଧୀନ ବକ୍ତବ୍ୟ ଆଉ ସ୍ଵାଧୀନ ବିହାର ପ୍ରତ୍ୟେକଙ୍କର ଜନ୍ମଗତ ଅଧିକାର ହେବା ଉଚିତ୍ ଓ ଯେଉଁ ଦିନ ନାରୀଟିଏ ମଧ୍ୟରାତ୍ରରେ ଏକୁଟିଆ ଭାରତର ଯେକୌଣସି ସ୍ଥାନରେ ନିର୍ଭୟରେ ବୁଲିପାରିବ ସେହିଦିନ ଯାଇ ଆମେ ପ୍ରକୃତରେ ସ୍ଵାଧୀନ ବୋଲି କହିପାରିବା।ତେବେ ଖାଲି ସ୍ଵାଧୀନ ବୋଲାଇଲେ ହେବନାହିଁ ଆମକୁ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ମଧ୍ଯ କରି ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶରେ ନିଜ ନିଜର ଯୋଗଦାନ ଦେବାକୁ ପଡ଼ିବ ବୋଲି ଦୃଢ଼ ମତପୋଷଣ କରିଥିଲେ ଯାହାକି ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ଉଚିତ୍ ଦିଗ୍ ଦର୍ଶନ ପ୍ରଦାନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ଞାନେନ୍ଦ୍ର କୁମାର ସାହୁ, ସହଯୋଗୀ ପ୍ରତିଷ୍ଠାତା ଧର୍ମେନ୍ଦ୍ର ପ୍ରସାଦ ସିଂହ,ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର,ଅନୁଷ୍ଠାନର ସମସ୍ତ ଛାତ୍ରୀ,ଛାତ୍ର,ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ଞାନେନ୍ଦ୍ର କୁମାର ସାହୁ ୭୯ତମ ବର୍ଣ୍ଣାଢ଼୍ୟ ସ୍ୱାଧୀନତା ଦିବସ -୨୦୨୫ ଉତ୍ସବର ସଫଳ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡାଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ଶିବିରରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଫାୟାର ଆଣ୍ଡ ସେଫ୍ଟୀ ଅଫିସର (ଅଗ୍ନି ନିରାପତ୍ତା ଅଧିକାରୀ) ସମାଜସେବୀ ଇଂ.ମାନସ ରଞ୍ଜନ ମାଣ୍ଡୋଇ 

ହେଁସଡା(ସାମିଲ ଗିଦିଘାଟୀ) ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ତାଲା ଓ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣା, ଯୁବକ ମୃତ

masiha

Leave a Comment

error: Content is protected !!