ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାନ କାମ କୁ ସମାନ ଦରମା ପାଇବା ଦାବୀରେ ଜିଲ୍ଲା ମେହେନ୍ତର ସଂଘ ର ପ୍ରତିବାଦ

ଢ଼େଙ୍କାନାଳ:ସମାନକାମକୁ ସମାନ ଦରମା ପାଇବା ଦାବି ନେଇ ଜିଲ୍ଲା ମେହେନ୍ତର ସଂଘ ତରଫରୁ ଯାଉଁଳି ପୋଖରୀ ମଠ ଠାରେ ଏକ ପ୍ରତିବାଦ ଭିତ୍ତିକ ବୈଠକ ବସିଥିଲା। ଉକ୍ତ ବୈଠକରେ ଶତାଧିକ ମେହେନ୍ତର ଉପସ୍ଥିତ ଥିଲେ । ପରେ ପରେ ସେଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲା ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ । କାର୍ଯ୍ୟରତ ମେହେନ୍ତର ମାନଂକୁ ଅଣଦେଖା କରିବା ସହ ସେମାନଙ୍କ ଉଚିତ୍ ପ୍ରାପ୍ୟ ମିଳୁ ନାହିଁ ବୋଲି ସଙ୍ଘ ର ସଭାପତି ଲକ୍ଷ୍ମୀଧର ସାହୁ ମତ ବ୍ୟକ୍ତ କରିଥିଲେ । ଯଦି ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ର ରୁପ ନେବ ବୋଲି ସଂଘର ସଂପାଦିକା ପାଣି ସୁଚନାଦେଇଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆଶାକର୍ମୀ ମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତାଲିମ

Sunil Chandra Nayak

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

Sunil Chandra Nayak

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ଜାତୀୟ କ୍ରୀଡା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!