ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ଲାକୋ ଚନ୍ଦ୍ରାଙ୍କ ପ୍ରତିମୁର୍ତ୍ତି ସ୍ଥାପନ  ନିମନ୍ତେ ପ୍ରସ୍ତୁତି ଜୋରଦାର

ଗୁରୁ ଲାକୋ ଚନ୍ଦ୍ରାଙ୍କ ପ୍ରତିମୁର୍ତ୍ତି ସ୍ଥାପନ  ନିମନ୍ତେ ପ୍ରସ୍ତୁତି ଜୋରଦାର

 ମୟୂରଭଂଜ -, ୧୭/୮: ଆଦିବାସୀ ହୋ ଭାଷାଭାଷୀଙ୍କର ଲିପି ‘ୱାରାଙ୍ଗଚିତି’ ପ୍ରବର୍ତ୍ତକ ଗୁରୁ ଲାକି ବଦ୍ରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ରେ ବହଳଦା ବ୍ଲକ ଅଶନା ପଞ୍ଚାୟତର ଫଟାଟାଙ୍ଗର ଗ୍ରାମରେ କରାଯିବା ନିମନ୍ତେ ସ୍ଥିର ହୋଇଅଛି । ଏଥିପାଇଁ ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କ ପୃଷ୍ଠପୋଷକତାରେ ଫଟାଟାଙ୍ଗର ଏବଂ ରାଇରଙ୍ଗପୁରର ରାଜସ୍ଵ ବିଶ୍ରାମଗାରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେପରି ଅଧିକରୁ ଅଧିକ ସଂଖ୍ୟାରେ ବିଭିନ୍ନ ପ୍ରାନ୍ତରରୁ ହୋ ଭା ଭାଷାପ୍ରେମୀମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ଏଥିପାଇଁ ଆଲୋଚନା କରାଯାଇଛି । ଦୁଇ ଥର ବିଧାୟକଙ୍କ ଉପସ୍ଥିତିରେ ରାଇରଙ୍ଗପୁରରେ ବୈଠକରେ କାର୍ଯ୍ୟକ୍ରମକୁ ସୂଚନା ରୂପେ ପରିଚାଳନା ନିମନ୍ତେ ଏକ ୭ ଜଣିଆ ପରାମର୍ଶର ଦର୍ଶଦାତା ମଣ୍ଡଳୀ ଗଠନ କରାଯାଉଛି । ବରିଷ୍ଠ ହୋ ଭାଷା ଆନ୍ଦୋଳନକାରୀ ମନୋରଞ୍ଜନ ତିରିଆଙ୍କୁ ଏହାର ମୁଖ୍ୟ ଉପଦେଷ୍ଟା ତ‌ଥା ଆବାହନକ ମନୋନୀତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିର୍ସା କଣ୍ଡାଙ୍କେଲ, ଦୁସୁରୁ ଜେରାଇ, ସେଲାଏ ପୂର୍ତ୍ତି, ମାଧବଚନ୍ଦ୍ର ଦେଓଗାମ୍, ତ୍ରିନାଥ ସିଦୁ, ମାଳତୀ ଆଲଡ଼ାଙ୍କୁ ଉପଦେଷ୍ଟା ମଣ୍ଡଳ ମଣ୍ଡଳୀର ସଦସ୍ୟ ରହିଛନ୍ତି। ଫଟାଟାଙ୍ଗର ଗ୍ରାମରେ ଆଜିଠାରୁ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବତନ ଜାମଦା ବ୍ଲକ ଚେୟାରମ୍ୟାନ୍ ମାଳତୀ ଆଲଡ଼ା, ନାରୀନେତ୍ରୀ ସସ୍ମିତା ସଏ, ମିନତା ପୂର୍ତ୍ତି, ନାନିକା ପାଳେୟା, ଶିବଶଙ୍କର ହେମ୍ବ୍ରମ, ଶିବ ପୂର୍ତ୍ତି, ସିଙ୍ଗରାୟ ଦେଓଗାମ, ମୋଟାୟ ମାଟାୟୁ ପୂର୍ତ୍ତି, ବଡ଼ଡ଼ାଳିମା ସରପଞ୍ଚ ରାଜେଶ ପୂର୍ତ୍ତି, କଣ୍ଠଶିଳ୍ପୀ ଗଙ୍ଗାଧର ହେମ୍ବ୍ରମ, ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ସାମାଡ ପ୍ରମୁଖ ସାମିଲ ହୋଇଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନବରଙ୍ଗପୁରଠାରେ ୭୯ ତମଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ସାମୁହିକ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ପାଇଁ ସିନାପାଲିରେ ପ୍ରସ୍ତୁତି 

Sunil Chandra Nayak

କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

Leave a Comment

error: Content is protected !!