ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଂଲା ରେ ମାନବ ଅଧିକାର ଫୋରମ୍ ର ବସ୍ତା ବ୍ଲକ୍ ଶାଖା ଗଠିତ

ସିଂଲା ରେ ମାନବ ଅଧିକାର ଫୋରମ୍ ର ବସ୍ତା ବ୍ଲକ୍ ଶାଖା ଗଠିତ

ବସ୍ତା 18/08: ବସ୍ତା ବ୍ଲକ୍ ସ୍ଥିତ ସିଂଲା ଠାରେ ମାନବ ଅଧିକାର ଫୋରମ୍ ର ଉଦ୍ଘାଟନୀ ଅଧିବେଶନ ବାଲେଶ୍ଵର ଜିଲ୍ଲାର ଜଏଣ୍ଟ ସେକ୍ରେଟାରୀ ତଥା ବସ୍ତା ବ୍ଲକ୍ ସଭାପତି ଜୟନ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ଯ ଅତିଥି ଭାବରେ ରାଜ୍ୟ ସଭାପତି ଦିଲ୍ଲୀପ କୁମାର ଧଳ ମୁଖ୍ଯ ବକ୍ତା ଭାବରେ ରାଜ୍ୟ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ବାଲେଶ୍ଵର ଜିଲ୍ଲା ସଭାପତି ପ୍ରଦୀପ କୁମାର ସାମଲ – ବିଶିଷ୍ଟ ଅତିଥି, ରାଜ୍ୟ ଉପସଭାପତି ବସନ୍ତ କୁମାର ମହାନ୍ତ ଓ ବାଲେଶ୍ଵର ଜିଲ୍ଲା ସାଧାରଣ ସମ୍ପାଦକ ଦୀପକ କୁମାର ପ୍ରଧାନ ବରେଣ୍ୟ ଅତିଥି, ବେତନଟୀ ବ୍ଳକ୍ ସଭାପତି ସୁଧୀର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାନବ ଅଧିକାର ଫୋରମ୍ ର ଆଭିମୁଖ୍ୟ ବାବଦରେ ଆଲୋଚନା କରିଥିଲେ । ବସ୍ତା ବ୍ଲକ୍ କମିଟିର ସାଧାରଣ ସଂପାଦକ ନିତ୍ୟାନନ୍ଦ ପ୍ରଧାନ ସଂପାଦକୀୟ ପାଠ କରିଥିଲେ । ପ୍ରାରମ୍ଭରେ ସୁଶ୍ରୀ ତନୁଶ୍ରୀ ନାୟକ ସ୍ଵାଗତ ନୃତ୍ୟ ପରିବେଷଣ କରୁଥିଲେ ।ବ୍ଲକ୍ ଉପସଭାପତି ନିରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଅମୂଲ୍ୟ କୁମାର ପାତ୍ର, ରବି ନାରାୟଣ ଗିରି, ହେମନ୍ତ କୁମାର ମିଶ୍ର, କମଳାକାନ୍ତ ଅଣ୍ଡିଆ, କୁଶ କୁମାର ରଣା, ନିରଞ୍ଜନ ସାହୁ, ଲିଜା କର, ମନ୍ମଥ କୁମାର ଅଣ୍ଡିଆ, ରାଧା ଗୋବିନ୍ଦ ଦାସ, ଗୀତାଞ୍ଜଳି ମିଶ୍ର, କଳ୍ପନା ମହାପାତ୍ର, ରଶ୍ମିତା ଦାଶ, ସୁବ୍ରତ ସାହୁ, ପ୍ରଶାନ୍ତ ସି, ଭବାନୀ କାମିଳା, ମିନତୀ ପରିଡ଼ା, ଗୀତାଞ୍ଜଳି ମହାପାତ୍ର, ସ୍ଵୟଂଶୁ ମିଶ୍ର, ଶୁଭମ୍ ମହାପାତ୍ର ଓ ଶଶିକାନ୍ତ ଗୋଚ୍ଛାୟତ ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଏହି ଅବସରେ ରେ ସମସ୍ତ ନୂତନ ସଦସ୍ଯ ମାନଙ୍କୁ ପରିଚୟପତ୍ର ପ୍ରଦାନ କରା ଯାଇ ଥିଲା,ଶେଷରେ ବ୍ଲକ୍ କାର୍ଯକାରୀ ସଭାପତି ମନୋରଞ୍ଜନ ଗିରି ଧନ୍ୟବାଦ୍ ଅର୍ପଣ କରିଥିଲେ । 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରଥ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

Sunil Chandra Nayak

କାବ୍ୟଗ୍ରନ୍ଥ ” ସାରା ଆକାଶ ତୁମର” ଲୋକାର୍ପିତ 

Sunil Chandra Nayak

Leave a Comment

error: Content is protected !!