ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ଓ ଅବକାରୀ ବିଭାଗ ର ବଡ଼ ସଫଳତା 

ପୋଲିସ ଓ ଅବକାରୀ ବିଭାଗ ର ବଡ଼ ସଫଳତା 

 କାମାକ୍ଷାନଗର (ମନିସ)21/8/25 — ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ରଗଦା ଦ୍ୟାମ ମଦ ମାଫିଆ ଙ୍କ ଉପରେ ଚଢ଼ାଉ ।ଚଢ଼ାଉ ସମୟରେ ୪ ହଜାର ଲିଟର ସଦ୍ୟରନ୍ଧା ଦେଶୀ ମହୁଲି ମଦ ଓ ୫ ହଜାର ଲିଟର ମହୁଲ ପୋଚ ଜବତ କରାଯାଇଛି। ୩୨ଟି ମଦ ଭାଟି ଭଙ୍ଗାଯାଇ ୮୦ଟି ଆଲୁମିନିୟମ୍ ଡେକ୍ଚି ଓ ମାଟି ତଳେ ପୋତା ଯାଇଥିବା ୮୦ଟି ବଡ଼ ପ୍ଲାଷ୍ଟିକ ଡ୍ରମ୍ ଜବତ କରାଯାଇଛି। ଉକ୍ତ ଡ୍ରମ ଭିତରେ ପୋଚ ରଖାଯାଇଥିବା ସୂଚନା ମିଳିଛି।ସଶସ୍ତ୍ର ପୁଲିସ ଉପସ୍ଥିତିରେ ଅବକାରୀ ବାହିନୀ ଗାମୁଛା ପିନ୍ଧି ପାଣିରେ ପଶି ଘଟଣାସ୍ଥଳରେ ପହଞ୍ଚି ଶାବଳରେ ମାଟି ତାଡ଼ି ଡ୍ରମ୍ କାଢ଼ିଥିଲେ। ମାଜିଷ୍ଟ୍ରେଟ୍ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଅବକାରୀ ନିରୀକ୍ଷକ ପ୍ରକାଶ କୁମାର ସାହୁଙ୍କ ନେତୃତ୍ବରେ ଜବତ ମଦ ଓ ପୋଚ ସବୁକୁ ନଷ୍ଟ କରାଯାଇ ଡେକ୍ଚି ଓ ଡ୍ରମସବୁ ପୋଡ଼ା ଯାଇଥିଲା। ସଂଖ୍ୟାଧିକ ପୁଲିସ ବାହିନୀର ଚଢ଼ଉ ସତ୍ତ୍ବେ ଅନୁକୂଳ ଭୌଗଳିକ ପରିବେଶରୁ ଶତାଧିକ ମାଫିଆ ନାଳ ପାର୍ ହୋଇ ଖସି ପଳାଇବାରେ ସଫଳ ହୋଇଥି‌‌ଲେ।ଗୋଡ଼ିସାହି ଗାଁର ଶରତ ମହାନ୍ତ ଘରୁ ହଜାର ଲିଟର ମହୁଲପୋଚ ଓ ଦେଢ଼ଶହ ଲିଟର ମଦ ଜବତ ହୋଇଥିଲା। ଯାଜପୁର-ଢେଙ୍କାନାଳ ଜିଲ୍ଲା ୨ ସୀମାନ୍ତ ଦୂର ରଗଦା ଡ୍ୟାମ୍ ତଳ ନାଳ ଓ କେନାଲ ୫୦ ବର୍ଷ ଧରି ମଦ ମାଫିଆଙ୍କ ନିୟନ୍ତ୍ରଣରେ ରହିଥିବା ନେଇ ଗଣ ମାଧ୍ୟମ ରେ ଗତ ନଭେମ୍ବର ମାସ ୧୩ ତାରିଖରେ ‘ମଦ ମାଫିଆଙ୍କ ଦୌରାତ୍ମ୍ୟ, ଅବକାରୀ ବିଭାଗ ଓ ପୁଲିସର ବିଫଳତା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ୫୦ ବର୍ଷ ଧରି ମାଫିଆମାନେ ଏଠାରେ ଅପରାଜୟ ରହିଥିଲେ। ଗତ ୫ ବର୍ଷ ମଧ୍ୟରେ ପୁଲିସ ଓ ଅବକାରୀ ବିଭାଗ ଏଠାରେ ୬ ଥର ଯୁଗ୍ମ ଚଢ଼ଉ କରିଥିଲେ ହେଁ ପ୍ରତିଥର ଅପଦସ୍ତ ହୋଇଥିଲା।ଗତବର୍ଷ ଜୁଲାଇ ୯ ତାରିଖ କଙ୍କଡ଼ାହାଡ଼ ପୁଲିସ ସଂଘବଦ୍ଧ ମାଫିଆଙ୍କ ଠାରୁ ମାଡ଼ଖାଇ ଅପମାନିତ ମଧ୍ୟ ହୋଇଥିଲା। ୨୦୨୦ ମସିହା ନଭେମ୍ବର ୨ ତାରିଖରେ ଢେଙ୍କାନାଳ ଅବକାରୀ ବିଭାଗ ଏଠାରେ ବଡ଼ ଧରଣର ଚଢ଼ଉକରି ୧ ହଜାର ଲିଟର ମଦ, ୪ ହଜାର ଲିଟର ପୋଚ ଓ ବ୍ୟାପକ ଭାଟି ସରଞ୍ଜାମ ଜବତ କରି ଫେରିବା ବାଟରେ ୩ ଗାଁର ଗ୍ରାମବାସୀ ପୁଲିସକୁ ଘେରିଯାଇ ସବୁ ସାମଗ୍ରୀ ଛଡ଼ାଇ ନେଇଥିଲେ।ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଏସ ପି ଅଭିନବ ସୋନକର ଓ ଅବକାରୀ ଅଧୀକ୍ଷକ ଆର୍ଯ୍ୟ ସଭ୍ୟତା ରାୟଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍ କମଳା ମଲ୍ଲିକ ଓ ଅବକାରୀ ନିରୀକ୍ଷକ ସାହୁଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ ତୁମୁସିଙ୍ଗା ଅବକାରୀ ଥାନା ଏସ୍ଆଇ ସୌରଭ ମିଶ୍ର, ଦୀପାୟୋତନ ବିଶ୍ବାଳ, ପ୍ରକାଶ ନାଏକ ଓ ବାସନ୍ତୀ ବକଲି, ଏଏସ୍ଆଇ ପ୍ରକାଶ ରାଉତ, ସନାତନ ବେହେରା, ବିଜନ ସାହୁଙ୍କ ସମେତ ୬୦ ଜଣିଆ ଅବକାରୀ ଓ ସଶସ୍ତ୍ର ପୁଲିସ ବାହିନୀ ସାମିଲ ଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ଙ୍କୁ କାର୍ଯ୍ୟରତ ଏସ,ଇଏମ କର୍ମଚାରୀ ଙ୍କ ଦାବୀ ପତ୍ର ପ୍ରଦାନ

ଗ୍ରୀନ ଭେଲି ପବ୍ଲିକ ସ୍କୁଲର 2024-25 ବାର୍ଷିକ ଉତ୍ସବ

masiha

ଅର୍ଥ ଅଭାବ ରୁ ବନ୍ଧା ପଡିଛି ଛାତ୍ରର ଭାଗ୍ୟ ଭବିଷ୍ୟତ,କର୍ତ୍ତୃପକ୍ଷ ଏହାର ଉପରେ ବିଚାର କରିବା ଆବଶ୍ୟକତା ରହିଛି

Sunil Chandra Nayak

Leave a Comment

error: Content is protected !!