ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଏମ. ଚନ୍ଦ୍ରଶେଖର ସଭାପତି : କିଶୋର ପେସନିଆ ସାଧାରଣ ସଂପାଦକ

ଲାଞ୍ଜିଗଡ଼ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା
ଏମ. ଚନ୍ଦ୍ରଶେଖର ସଭାପତି : କିଶୋର ପେସନିଆ ସାଧାରଣ ସଂପାଦକ

ଲାଞ୍ଜିଗଡ଼, ୨୪/୦୮(ମନିସ)- ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଭୈରବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସନ୍ତା ଦୁର୍ଗାପୂଜାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ଚିତ୍ତାକର୍ଷକ ଭାବେ ଆୟୋଜନ କରିବାକୁ ସମସ୍ତେ ମତ ଦେଇଥିଲେ। ଏହା ପରେପରେ ଶାନ୍ତିଶୃଙ୍ଖଳାର ସହିତ ପୂଜନୋତ୍ସବର ଆୟୋଜନ ପାଇଁ ସର୍ବ ସମ୍ମତି କ୍ରମେ ଏକ ନୂତନ କମିଟି ଗଠିତ ହୋଇଥିଲା। ଏଥିରେ ସଭାପତି ଭାବେ ସାମ୍ବାଦିକ ତଥା ସମାଜସେବୀ ଏମ. ଚନ୍ଦ୍ରଶେଖର, ଉପସଭାପତି ଭାବେ ଜୟନ୍ତ ମହାଖୁଡ଼, ସାଧାରଣ ସମ୍ପାଦକ ଭାବେ କିଶୋର ପେସନିଆ, ସହ ସଂପାଦକ ଭାବେ କାର୍ତ୍ତିକ ଓଡ଼ିଆ, କୋଷାଧ୍ୟକ୍ଷ ଭାବେ ସୁମନ୍ତ ଦଳବେହେରା, ସହ କୋଷାଧ୍ୟକ୍ଷ ଭାବେ ରାଘବ ଗହୀରଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଉପଦେଷ୍ଟା ଭାବେ ରାଜେନ୍ଦ୍ର ସିଂଦେଓ, କାମରାଜ ଦଳବେହେରା, ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ଵଜ ପେସନିଆ, କ୍ଷମାନିଧି ମହାଖୁଡ଼, ବିନୋଦ ଗଉଡ଼, ଶ୍ରୀମୁଖ ଅଗସ୍ତି, ସୁବାସ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ 

Sunil Chandra Nayak

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଉଜ୍ଜାପିତ

Sunil Chandra Nayak

Leave a Comment

error: Content is protected !!