ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୟଶ୍ରୀ ସମ୍ମାନ’ ପାଇଲେ ଚାରି ବିଶିଷ୍ଟ ଅଧ୍ୟାପକ ଡ. ବିଜୟ ପଟ୍ଟନାୟକ ଭାଷା ସାହିତ୍ୟର ଚିର ସମୃଦ୍ଧ ସ୍ବାକ୍ଷର ଓ ଗଙ୍ଗାଧର ଓଡ଼ିଆ ସାହିତ୍ୟର ଅଭିମନ୍ୟୁ 

ବିଜୟଶ୍ରୀ ସମ୍ମାନ’ ପାଇଲେ ଚାରି ବିଶିଷ୍ଟ ଅଧ୍ୟାପକ

ଡ. ବିଜୟ ପଟ୍ଟନାୟକ ଭାଷା ସାହିତ୍ୟର ଚିର ସମୃଦ୍ଧ ସ୍ବାକ୍ଷର ଓ ଗଙ୍ଗାଧର ଓଡ଼ିଆ ସାହିତ୍ୟର ଅଭିମନ୍ୟୁ 

ରାଉରକେଲା: ଡ. ବିଜୟ ପଟ୍ଟନାୟକ ସାରସ୍ବତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ‘ବିଜୟଶ୍ରୀ’ ଆଜି ସେକ୍ଟର-୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚ୍ୟ ବିଷୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାରସ୍ବତ ଓ ସାଂସ୍କୃତିକ ସ୍ବର’ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୪ଟି ଅଧିବେଶନ ବିଶିଷ୍ଟ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସଂସଦର ରାଜ୍ୟ ସମ୍ପାଦକ ପୁଣ୍ୟଦର୍ଶନ ସାହୁଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟରେ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତି, ବିଶିଷ୍ଟ ସଂଗଠକ ବିଷ୍ଣୁ ପାତ୍ର ମୁଖ୍ୟଅତିଥି , ବିଶିଷ୍ଟ କବି ରାଜୀବ ପାଣି ଓ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ଏହି ପର୍ଯ୍ୟାୟରେ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସମ୍ମାନ ପର୍ବରେ ଓଡ଼ିଆ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀଙ୍କ ସଭାପତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଧରିତ୍ରୀ ପାଇକରାୟ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୨୨ରୁ ୨୦୨୫ ବର୍ଷ ପାଇଁ ‘ବିଜୟଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଅନୁବାଦକ, ଔପନ୍ୟାସିକ, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁରର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ବେଣୁଧର ଦାସ ‘ବିଜୟଶ୍ରୀ ସମ୍ମାନ-୨୦୨୨’; ବିଶିଷ୍ଟ କବି, ବୟାକରଣିକ, ଟାଙ୍ଗୀ ମହାବିଦ୍ୟାଳୟ, କଟକର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଗୋବିନ୍ଦ ଲେଙ୍କା ‘ବିଜୟଶ୍ରୀ ସମ୍ମାନ-୨୦୨୩’; ବିଶିଷ୍ଟ ଉପସ୍ଥାପକ, ଆଲୋଚକ ତଥା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁରର ବରିଷ୍ଠ ଇଂରାଜୀ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ‘ବିଜୟଶ୍ରୀ ସମ୍ମାନ-୨୦୨୪’; ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍, ବାଗ୍ମୀ ଏବଂ ମ୍ଯୁନିସିପାଲ ମହାବିଦ୍ୟାଳୟ, ରାଉରକେଲାର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ‘ବିଜୟଶ୍ରୀ ସମ୍ମାନ-୨୦୨୫’ ଦ୍ବାରା ସମ୍ମାନିତ କରାଯାଇଥିଲା। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଡ. ବିଜୟ ପଟ୍ଟନାୟକ ହେଉଛନ୍ତି ଭାଷା-ସାହିତ୍ୟର ଚିର ସମୃଦ୍ଧ ସ୍ବାକ୍ଷର ଓ ଗଙ୍ଗାଧର ମେହେର ଥିଲେ ଓଡ଼ିଆ ସାହିତ୍ୟର ଅଭିମନ୍ୟୁ। ତୃତୀୟ ଅଧିବେଶନରେ ମେହେର ସାହିତ୍ୟ ଆଲୋଚନା ପର୍ବରେ ଗାଳ୍ପିକ କାଶୀନାଥ ନନ୍ଦୀଙ୍କ ସଭାପତିତ୍ବ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଓଡ଼ିଆ ପ୍ରାଧ୍ୟାପିକା ଡ. ସୁଷମା ମୋଦୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ତଥା ସମ୍ବର୍ଦ୍ଧିତ ପ୍ରତିଭା ଡ. ରଥ, ଅଗରପଡ଼ା କଲେଜ, ଭଦ୍ରକର ଓଡ଼ିଆ ଅଧ୍ୟାପକ ଡ. ଅରବିନ୍ଦ ଦାସ, ରାଉରକେଲା କଲେଜ, ରାଉରକେଲାର ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପଲାଇ ଗଙ୍ଗାଧରଙ୍କ ଚର୍ଚ୍ଚିତ କାବ୍ୟ-କବିତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପର୍ଯ୍ୟାୟରେ କବି ବିଭୁଧ ପ୍ରସାଦ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। ସେହିପରି ଚତୁର୍ଥ ଅଧିବେଶନରେ ନିରୁପମା ପତିଙ୍କ ସଂଯୋଜନାରେ ଶିକ୍ଷାବିତ୍ ବ୍ରଜେନ୍ଦ୍ର କୁମାର ଦାଶ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପିକା ଅଳକା ମହାନ୍ତି ପରିଚୟ ପ୍ରଦାନ କରିଥିଲେ। ଏହା ସମେତ ଚାରି ଜଣ କଲେଜ ଛାତ୍ର-ଛାତ୍ରୀ ଶ୍ରେୟସୀ ସାହୁ, ଦୀପକ ସାହୁ, ସାହିଲ ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ମଞ୍ଚାସୀନ ଥିଲେ । ଏତଦବ୍ୟତୀତ ସେକ୍ଟର:୬ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପାଞ୍ଚ ଜଣ ଶ୍ରେଷ୍ଠ ଛାତ୍ର-ଛାତ୍ରୀଙ୍କୁ ‘ଉତ୍କର୍ଷ:୨୦୨୫’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ତଥା ଉଦୀୟମାନ ଯୁବ ଉପସ୍ଥାପକ ତଥା ଓଡ଼ିଆ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁଙ୍କୁ ‘ଉତ୍କର୍ଷ:୨୦୨୫’ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ଯା ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

ବହଳଦା ଲ୍ଯାମ୍ପରେ ଧାନମଣ୍ଡି ବିଡ଼ିଓ ଦ୍ବାରା ଉଦଘାଟିତ

Sunil Chandra Nayak

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ  ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

Sunil Chandra Nayak

Leave a Comment

error: Content is protected !!