ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଭ୍ୟାସ ଟେକ୍ନୋ ସ୍କୁଲରେ ବିନାୟକ ପୂଜାରେ ଉତ୍ସବୀୟ ମହଲ

ଅଭ୍ୟାସ ଟେକ୍ନୋ ସ୍କୁଲରେ ବିନାୟକ ପୂଜାରେ ଉତ୍ସବୀୟ ମହଲ

ରାୟଗଡା /ପଦ୍ମପୁର, ଅଭ୍ୟାସ ଟେକ୍ନୋ ସ୍କୁଲ୍:ବିଦ୍ୟା, ବୁଦ୍ଧି ଓ ମଙ୍ଗଳର ପ୍ରତୀକ ବିନାୟକ ସ୍ବାମୀଙ୍କ ପୂଜା ଅଭ୍ୟାସ ଟେକ୍ନୋ ସ୍କୁଲରେ ଅତ୍ୟନ୍ତ ଆଡମ୍ବର ଓ ଭକ୍ତିଭାବରେ ସମ୍ପନ୍ନ ହେଲା । ସଭିଙ୍କ ମଙ୍ଗଳ କାମନା ଓ ଶୁଦ୍ଧ ଭାବନାରେ ଏହି ପୂଜାରେ ସମସ୍ତଙ୍କ ସହଭାଗୀତା ହେଲା ।

ଆଜି ସକାଳ ୯ଟାରୁ ପୂଜା ଆରମ୍ଭ ହୋଇ ପ୍ରାୟ ୧ ଘଣ୍ଟା ଯାଏଁ ଚାଲିଥିଲା । ଛାତ୍ରଛାତ୍ରୀଙ୍କ ସହିତ ଅଭିବାବକମାନେ ମଧ୍ୟ ଭାଗ ନେଇଥିଲେ । ପରିବେଶ ସୁରକ୍ଷାକୁ ଧ୍ୟାନ ରଖି ପ୍ରାୟ ୯ ଫୁଟ ଉଚ୍ଚତାର ମାଟିର ସୁନ୍ଦର ବିନାୟକ ମୂର୍ତ୍ତି ତିଆରି କରାଯାଇଥିଲା । କିଛି ଛାତ୍ରଛାତ୍ରୀ ନିଜେ ଛୋଟ ମୂର୍ତ୍ତି ନେଇ ମଧ୍ୟ ପୂଜାରେ ଯୋଗଦେଇଥିଲେ ।

ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣରେ ସମସ୍ତ ପରିବେଶ ପବିତ୍ର ହୋଇଯାଇଥିଲା । ଛାତ୍ରଛାତ୍ରୀମାନେ ଭକ୍ତିଭାବରେ ପୁଷ୍ପାଞ୍ଜଳି ଓ ଆଳତି ଦେଇ ପୂଜା କରିଥିଲେ । ବିଶେଷ କଥା ହେଲା, ପୂଜା ମଣ୍ଡପର ସମସ୍ତ ସଜାଣି ଛାତ୍ରମାନେ ନିଜେ କରିଥିଲେ, ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା ।

ପୂଜା ଶେଷରେ ଛାତ୍ରମାନେ ଆନନ୍ଦମୟ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ମହାଆଳତିର ବ୍ୟବସ୍ଥା ରହିଛି । ପ୍ରିନ୍ସିପାଲ୍ ଶ୍ରୀ ଦିବ୍ୟ ଦେବାଶିଷ ଦୁବେ କହିଛନ୍ତି ଯେ, ଆସନ୍ତା ଶୁକ୍ରବାର ବିସର୍ଜନ ବିଶେଷ ଆଡମ୍ବର ସହିତ କରାଯିବ ।ସ୍କୁଲର ସେକ୍ରେଟାରୀ ଶ୍ରୀ ଲାଡି ତୁକାରମ୍ ମଧ୍ୟ ଉପସ୍ଥିତ ହୋଇ ସମସ୍ତ ପିଲାଙ୍କୁ ପ୍ରସାଦ ବଣ୍ଟନ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକଡାଳି ଗ୍ରାମ ର ଐତିହାସିକ ବାବା ଜଳେଶ୍ଵର ଉଡାପର୍ବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ 

Sunil Chandra Nayak

କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ           

Sunil Chandra Nayak

ରାମ ନବମୀ ଧୁମ ଧାମ ରେ ପାଳିତ। ଭବ୍ୟ ଶୋଭା ଯାତ୍ରା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!