ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ “ସି ଏମ କିସାନ” ସହାୟତା ରାଶି ହସ୍ତାନ୍ତର lନବରଙ୍ଗପୁର ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ୟମରେ “ସି ଏମ କିସାନ” ସହାୟତା ରାଶି ପ୍ରଦାନ 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ “ସି ଏମ କିସାନ” ସହାୟତା ରାଶି ହସ୍ତାନ୍ତର lନବରଙ୍ଗପୁର ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ୟମରେ “ସି ଏମ କିସାନ” ସହାୟତା ରାଶି ପ୍ରଦାନ 

ନବରଙ୍ଗପୁର:( ତା ୨୭.୮.୨୦୨୫)(ରବି ନାରାୟଣ ମହାନ୍ତି) ରାଜ୍ୟର କୃଷକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ସିଏମ କିସାନ୍’ ଯୋଜନା ଅଧୀନରେ ରବି ୨୦୨୫-୨୬ ବର୍ଷ ପାଇଁ ସହାୟତା ଅର୍ଥରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଏହାର ସିଧା ପ୍ରସାରଣ କରାଯାଇଥିଲା ଏବଂ ଉପସ୍ଥିତ ହିତାଧିକାରୀ ଚାଷୀ ଯୋଡ଼ି ହୋଇଥିଲେ। କୃଷିଭିତ୍ତିକ ଗଣପର୍ବ ନୂଆଖାଇର ଶୁଭ ଅବସରରେ ପ୍ରତ୍ୟେକ ହିତାଧିକାରୀ ଚାଷୀମାନଙ୍କ ଖାତାକୁ ଡି ବି ଟି ମାଧ୍ୟମରେ ୨୦୦୦ଟଙ୍କା ଜମା କରାଗଲା।ରାଜ୍ୟରେ ପ୍ରାୟ ୫୧ ଲକ୍ଷ ରୁ ଅଧିକ ହିତାଧିକାରୀ ଚାଷୀଙ୍କ ଜମା ଖାତା କୁ ୧୦୪୧ କୋଟି ଟଙ୍କାରୁ ଉର୍ଦ୍ଧ ସହାୟତା ରାଶି ପ୍ରଦାନ କରାଯାଇଛି।କ୍ଷୁଦ୍ର ଓ ନାମମାତ୍ର ଚାଷୀ,ଭୂମିହୀନ କୃଷକ ପରିବାର ଏବଂ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହଙ୍କ ସମେତ ସହରାଞ୍ଚଳ ଚାଷୀଙ୍କୁ “ସି ଏମ କିସାନ” ଯୋଜନା ରେ ଅନ୍ତର୍ଭୂକ୍ତ କରାଯାଇଥାଏ।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜିତ ମିଶନ ଶକ୍ତି ସମ୍ମିଳନୀ ଗୃହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝୀ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ , ମାନ୍ୟବର ବିଧାୟକ କୋଟପାଡ଼ ରୁପୁ ଭତରା ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଶ୍ୱଜିତ ବର୍ମନ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ ରେ ଯୋଗ ଦେବା ସହ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲାରେ ମୋଟ ୧,୬୦,୪୫୩ ଜଣ ହିତାଧିକାରୀ ଚାଷୀ ଙ୍କ ଜମାଖାତା କୁ “ସି ଏମ କିସାନ” ଅର୍ଥ ରାଶି ପ୍ରଦାନ କରାଗଲା।ଏହି ସହାୟତା ଦ୍ୱାରା ଜିଲ୍ଲାର କୃଷକମାନେ ନୂତନ ଆଶା ଓ ଉତ୍ସାହ ସହିତ ଚାଷ କାର୍ଯ୍ୟରେ ଆଗେଇ ପାରିବେ ବୋଲି ଆଶା କରାଯାଉଛି।ବୈଠକରେ ପ୍ରାୟ୧୫୦ ଜଣ ହିତାଧିକାରୀ ଚାଷୀ ମାନଙ୍କ ସହ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର,କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମେଘା ପ୍ରକଳ୍ପର ମହା ଘୋଟାଲା ,ଆରମ୍ଭ ରୁ ଓଭର ହେଡ ଟାଙ୍କି ରୁ ଝରିଲାଣି ପାଣି, କାମ ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ !

Sunil Chandra Nayak

ନବରଙ୍ଗପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ  ନବରଙ୍ଗପୁର ସଦର ମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରୁ ତୀର୍ଥଯାତ୍ରୀଙ୍କ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ 

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ତୃତୀୟ ଦିନରେ ,ସମର୍ଥନ ଦେଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

Sunil Chandra Nayak

Leave a Comment

error: Content is protected !!