ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ତାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ସକ୍ଷମ ହୋଇଛି – ମନ ମୋହନ ସାମଲ, ରାଜ୍ୟ ସଭାପତି

ବିଜେପି ତାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ସକ୍ଷମ ହୋଇଛି – ମନ ମୋହନ ସାମଲ, ରାଜ୍ୟ ସଭାପତି

ବିଜେପି ଓଡ଼ିଶାରେ ସରକାର ଗଠନ କରିବା ପରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ଏବଂ ଆଉ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ରହିଛି ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧର୍ମଗଡ଼ରେ କହିଛନ୍ତି। ଚତୁର୍ଥ ଥର ପାଇଁ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ସାମଲ କଳାହାଣ୍ଡି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରିଛନ୍ତି। ଆଜି ସେ ହୋଟେଲ ରାଜ ଧର୍ମଗଡ଼ରେ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ଦଳୀୟ ପଦାଧିକାରୀ ଏବଂ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପି ସାଧାରଣ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିର ପ୍ରଗତି ଏବଂ କାର୍ଯ୍ୟାନ୍ୱୟନରେ ବିଶ୍ୱାସ କରେ। ସେ କହିଥିଲେ, “ଆମେ ପ୍ରତି କ୍ୱିଣ୍ଟାଲ ଧାନ ପାଇଁ ୩୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ସରକାର ଗଠନ ହେବା ପରେ ପ୍ରତିଶ୍ରୁତି ପୂରଣ କରିଥିଲୁ। ଶ୍ରୀ ଜଗନ୍ନାଥ ମନ୍ଦିରର ଚାରୋଟି ଦ୍ୱାର ଖୋଲାଯାଇଥିଲା। ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ପ୍ରଦାନ କରାଯାଇଥିଲା। ମୋହନ ମାଝୀ ସରକାର ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ଉପଖଣ୍ଡରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ ଏବଂ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ମାଧ୍ୟମରେ ମାନ୍ୟବର ନରେନ୍ଦ୍ର ମୋଦି ଜୀଙ୍କ ଦୃଷ୍ଟିକୋଣ ପୂର୍ଣ୍ଣ ହୋଇଛି।”

ଏହି ଅବସରରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ କଳାହାଣ୍ଡି ପଶ୍ଚିମ ବିଦ୍ୟୁତ୍ ଡିଭିଜନ ଧର୍ମଗଡ ଠାରେ କାର୍ଯ୍ୟକ୍ଷମ କରିବା ପାଇଁ, ଧର୍ମଗଡ ବ୍ଲକ ର ପାଞ୍ଚଗୋଟି ଗ୍ରାମ ପଞ୍ଚାୟତରେ ଫ୍ଲୋରାଇଡ ଯୁକ୍ତ ପାନୀୟ ଜଳ ବଦଳରେ ତେଲ ନଦୀରୁ ଶୁଦ୍ଧ ପାନୀୟ ଜଳ ଯୋଗାଣ,ଧର୍ମଗଡ ଅଞ୍ଚଳର ଦୁଇଟି ପୁରୁଣା ଶିକ୍ଷାନୁଷ୍ଠାନ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟକୁ ସଂପୂର୍ଣ୍ଣ ସରକାରୀ ଘୋଷଣା କରିବା, ଅପର ଇନ୍ଦ୍ରାବତୀ ଯୋଜନାର ଦକ୍ଷିଣ ବାମ କେନାଲକୁ କଂକ୍ରିଟ ଲାଇନିଙ୍ଗ କରି ଜଳସେଚନ ବ୍ୟବସ୍ଥା କୁ ସୁ ବ୍ୟବସ୍ଥା କରିବା ଏଵଂ ଧର୍ମଗଡ ଠାରୁ ରାୟଗଡ଼ା ପର୍ୟ୍ୟନ୍ତ ନୂତନ ଜାତୀୟ ରାଜପଥ ତରାପୁର, ମୋଟର, କଲମପୁର, ଥୁଆମୂଲ ରାମପୁର ଓ କାଶିପୁର ଓ ଟିକିରି ଦେଇ ନିର୍ମାଣ କରିବା ପାଈଁ ରାଜ୍ୟ ସଭାପତି ଙ୍କୁ ଦାବୀପତ୍ର ପ୍ରଦାନ କରିଥଲେ।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ର ନିର୍ବାଚିତ ପ୍ରତନିଧି ମାନେ ବିଜେପି ରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୁର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସମସ୍ତ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଦାବି

Sunil Chandra Nayak

ବିଜେପି ନେତା ଲଳିତ ବେହେରା ଙ୍କ ନେତୃତ୍ୱରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେଉଛି ବିଜେପି 

Sunil Chandra Nayak

ପ୍ରବାଦପୁରୁଷ ଭୂମିପୁତ୍ର ବିଜୁବାବୁଙ୍କ 107ତମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!