ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାମାକ୍ଷାଗରରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶ ପୂଜା 

କାମାକ୍ଷାଗରରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶ ପୂଜା 

କାମାକ୍ଷାନଗର (ମନିସ)27/8/25 — କାମାକ୍ଷାନଗର ଅଞ୍ଚଳରେ ବୁଧବାର ବିଭିର୍ନ୍ନ ଶିକ୍ଷାନୁଷ୍ଠାନ,କାର୍ଯ୍ୟାଳୟ ,କ୍ଲବ, ସ୍ବେଛାସେବୀ ଅନୁଷ୍ଠାରେ ଶ୍ରୀଗଣେଶଙ୍କର ଯଥାବିଧି ପୂଜାର୍ଚନା ହୋଇଯାଇଛି l ସହରର ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ, କାମାକ୍ଷାନଗର ମହାବିଦ୍ୟାଳୟ, ମହିଳାମହାବିଦ୍ୟାଳୟ, ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟ, ରବିଶଙ୍କର ବିଦ୍ୟାମନ୍ଦିର, ଭେକେଟେସ୍ୱର ସ୍କୁଲ,ମିଶ୍ରିଲାଲ ମଡେଲ ସ୍କୁଲ,ବିବେକା ନଦ ଶିକ୍ଷାକେନ୍ଦ୍ର,ଓଡିଶା ଆଦର୍ଶ ବିଦ୍ୟାଳୟ,ମଠକାରଗୋଳା ମହାବିଦ୍ୟାଳୟ, ପାରିମାଳ ଡିଗ୍ରୀ ମହାବିଦ୍ୟାଳୟ,ବଡ଼ବନ୍ଧ ସାହିର କୋଠ ଘରେ ସାଇ ଗଣେଶ କ୍ଲବ୍ବ, ଫ୍ରେଣ୍ଡ୍ସ କ୍ଲବ, ନାଵଜ୍ୟୋତି ଯୁବକ ସଂଘ, ବଜରଙ୍ଗ କ୍ଲବ,ମହିମାନଗର ଯୁବକ ସଂଘ,ଅନନ୍ତ ମାର୍କେଟ ଆଦି ସ୍ଥାନରେ ସୁସଜ୍ଜିତ ମଣ୍ଡପରେ ଶ୍ରୀ ଗଣେଶଙ୍କର ଯଥାବିଧି ପୂଜାର୍ଚନା କରାଯାଇ ରାମଣୀୟ ଆଲୋକମାଳାରେ ପୂଜା ମଣ୍ଡପ ଗୁଡିକ ଝଲସିବାରେ ଲାଗିଛି l କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଶ୍ରୀଗଣେଶଙ୍କର ଯଥାବିଧି ପୂଜାର୍ଚନା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ କର୍ତ୍ତା ଭାବେ ଦାୟିତ୍ୱ ସଂପାଦନ କରିଥିଲେ l ସୁନିଆଁମାରୁ ଉଚ୍ଚ ବିଦ୍ୟାଳୟରେ ଶ୍ରୀ ଗଣେଶଙ୍କ ପୂଜାର୍ଚନା ପଣ୍ଡିତ ଗଗନ ବିହାରୀ ମିଶ୍ର ସଂପାଦନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶିବାନନ୍ଦ ଷଡ଼ଙ୍ଗୀ କର୍ତ୍ତା ଭାବେ ଦାଇତ୍ୱ ନିର୍ବାହ କରିଥିଲେ l ଉପଖଣ୍ଡର ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ଯଥାଵିଧି ପୂଜାର୍ଚନା କରାଯାଇଛି l ରେକୁଳା ର ତିନିଗୋଟି କ୍ଲବ ସହିତ ଜିରିଡାମାଳି, ନୀଳମାଧବପୁର, ମାଲପୁରା, ବାଇସିଙ୍ଗା, ଖଟଖୁରା,ବାଲିଗୋରଡ଼, ନୂଆପାଣି, କାନ୍ତରିପାଟ, ବଡସୁଆଳୋ,ଜଗନ୍ନାଥ ପୁର, ମାଣିତ୍ରି, ବାଙ୍କୁଆଳ,କଂଗେଇଲୋ, ମହୁଲପାଳ,ଆଲୁଅଝରଣ,ତୁମିସିଂହା, କଣ୍ଟାପାଳ, କାନ୍ତିଓ ପୁଟସାହି, କାନ୍ତିଓ କାଟେଣୀ, କୋଟଗରା ଆଦି ପ୍ରତ୍ୟେକ ସାହି ବସ୍ତିରେ ଶ୍ରୀ ଗଣେଶଙ୍କର ଯଥାବିଧି ପୂଜାର୍ଚନା ନୁଷ୍ଠିତ ହୋଇ ଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

masiha

ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ  

Sunil Chandra Nayak

ଅଭ୍ୟାସ ଟେକ୍ନୋ ସ୍କୁଲ ପଦ୍ମପୁର ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ

masiha

Leave a Comment

error: Content is protected !!