ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

 ମୟୂରଭଂଜ – ୨୮/୦୮ —  ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଗଢ଼ ଛକ ନିକଟରେ ଚଢ଼ାଉ କରାଯାଇ ୩୪ ଲିଟର ଦେଶୀ ରନ୍ଧା ମଦ ଏବଂ ଗୋଟିଏ ମୋଟର ସାଇକେଲ (ଓଡି-୧୧ଏଡି-୨୯୭୯) ଜବତ କରାଯିବା ସହିତ ପିଠାକୁଟୁଣୀ ଗ୍ରାମର ଭଗାନ ମାହାଲି ଓ ସୁକୁରା ମାହାଲି ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହକାରୀ ଉପ-ନିରୀକ୍ଷକ ସୁଧାଂଶୁ କୁମାର ବେହେରା, କନେଷ୍ଟବଳ ଦିଲ୍ଲୀପ ଜେନା ଓ ଅରୁଣ କୁମାର ମୁଦୁଲି ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ୦୧ ଗୋଟି ମାମଲା ରୁଜ୍ଜୁ କରାଯାଇଛି । 

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦୁଷ୍କର୍ମ କାରି ଜେଲ ଗଲେ 

Sunil Chandra Nayak

ଦହିବରା ବିକ୍ରେତା ଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ଚଢାଉ ବେଳେ ମହିଳା କର୍ମଚାରି ଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା 

masiha

Leave a Comment

error: Content is protected !!