ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବହଳଦା ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଙ୍କୁ, ନୟାଗଡ଼ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ 

ବହଳଦା ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଙ୍କୁ, ନୟାଗଡ଼ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ 

ମୟୂରଭଂଜ – ୨୮/୦୮ — :-ଜାତୀୟ କଂଗ୍ରେସ ଦଳର ତତ୍ତ୍ୱଧାନରେ ରାଜ୍ୟ ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଳୁ ଙ୍କ ଦ୍ୱାରା ରାଜ୍ୟ ସ୍ତରରେ ବିଭିନ୍ନ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ କରାଯାଇଛି, ଏହି କମିଟି ଗଠନ ପୂର୍ବରେ ଜାତୀୟ କଂଗ୍ରେସ କମିଟି ଦ୍ୱାରା ରାଜ୍ୟରେ ବିଭିନ ଜିଲ୍ଲା ପାଇଁ ୩୫ ଜଣିଆ ପ୍ରଭାରୀ ପର୍ଯ୍ୟବେକ୍ଷକ ମନୋନୀତ କରିଛନ୍ତି, ତାଙ୍କରି ତତ୍ତ୍ୱଧାନରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମସ୍ତ କଂଗ୍ରେସ କର୍ମକର୍ତା ଓ ବରିଷ୍ଟ ନେତାମାନଙ୍କର ମତାମତ ସଂଗ୍ରହ କରି ଜିଲ୍ଲା ସଭାପତି ଚୟନ ପାଇଁ ଏକ ରିପୋର୍ଟ ଅଲ ଇଣ୍ଡିଆ କଂଗ୍ରେସ କମିଟିକୁ ପ୍ରଦାନ କରାଯିବାର ନିର୍ଦେଶନାମା ଜାରି କରା ଯାଇଛି, ରାଜ୍ୟସ୍ତରୀୟ କଂଗ୍ରେସ କମିଟି ପ୍ରଭାରୀ ଦ୍ୱାରା ଗୋଟିଏ ଜିଲ୍ଲା ପର୍ଯ୍ୟବେକ୍ଷକ କମିଟି ଗୁଡିକ ଗଠନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ବହଲଦା ର ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଥିବାରୁ ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଅଂଚଳର ବହୁ ବରିଷ୍ଟ କଂଗ୍ରେସ ନେତା ଓ କର୍ମକର୍ତା ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହା ପୂର୍ବରେ ମଧ୍ୟ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ କମିଟର ରାଜ୍ୟ ପ୍ରବକ୍ତା ମନୋନୀତ ହୋଇଛନ୍ତି, ବର୍ତମାନ ଜାତୀୟ କଂଗ୍ରେସ ଦ୍ୱାରା ଆଦିବାସୀ ସମାଜ କୁ ଅଧିକା ଗୁରୁତ୍ୱ ଓ ଭାଗିଦାରୀ ଦେଉଥିବାରୁ ଆଦିବାସୀ ସମାଜର ବହୁ ବରିଷ୍ଟ ବୁଦ୍ଧିଜୀବୀ ଓ ମାଝୀ ପରଗାନା ଓ ମୁଣ୍ଡା ମାନକୀ ମାନେ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଜନନାୟକ ଶ୍ରୀ ରାହୁଲ ଗାନ୍ଧୀ ତଥା ଜାତୀୟ କଂଗ୍ରେସ ପ୍ରତି ଆସ୍ଥା ବିଶ୍ୱାସ ବଡ଼ିବାରେ ଲାଗିଛି ଏବଂ ଆଦିବାସୀ ସମାଜ ମଧ୍ୟ ଜାତୀୟ କଂଗ୍ରେସ ଦଳରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ଆଗ୍ରହ ସମର୍ଥନ ଓ ଉତ୍ସୁକତା ପ୍ରକାଶ ପାଉଥିବାର ଖବର ହସ୍ତଗତ ହେଉଥିବା ଜଣାଯାଉଛି ।

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ଜୁନାଗଡ଼ରେ ଦିବ୍ୟଶଙ୍କରଙ୍କ ହ୍ୟାଟ୍ରିକ ବିଜୟ 

masiha

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୭ତମ ସ୍ଥାପନା ଦିବସ ପାଳିତ_ ବିଚାରଧାରା, ସଙ୍ଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଦଳକୁ ଅଧିକ ସୃଦୁଢ଼ କରିବା: ଡ.ଯତୀନ ମହାନ୍ତି

Sunil Chandra Nayak

Leave a Comment

error: Content is protected !!