ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ 

ଜୁନାଗଡ଼,୩୧/୮ ( ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯାଳୟ ପରିସର ମଧ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଏନ ଏ ସି ଅଧ୍ୟକ୍ଷl ହିମାଦ୍ରୀ ନାଏକ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତ ଙ୍କୁ ଅଭିବାଦନ ପ୍ରଦାନ କରିଥିଲେ l ପ୍ରତ୍ୟୁଷ ରୁ ଏନ ଏ ସି ଅଧ୍ୟକ୍ଷl, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ଏବଂ ଏନ ଏ ସି ର ସମସ୍ତ କର୍ମଚାରୀ ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପୂର୍ବାହ୍ନ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷl ହିମାଦ୍ରୀ ନାଏକ ଉପସ୍ଥିତ ରହି ସହର ବାସୀ ଙ୍କୁ ଶୁଭେଚ୍ଛା ପ୍ରଦାନ କରି ଜୁନାଗଡ଼ ସହର କୁ ଏକ ଆଦର୍ଶ ଓ ବିକଶିତ ସହର ଭାବେ ଗଢି ତୋଳିବାକୁ ପ୍ରୟାସ କରାଯିବା ସହ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗୋପାଳ ଚନ୍ଦନ, ସଚିନ ଅନଦାନୀ, ହିମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ଦଣ୍ଡସେନା, କାଁହୁ ବୈଠାରୁ, ମାଧବୀ ବାଗ, ମଞ୍ଜୁଲତା ସେଠି, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମିନତୀ ମାଝୀ, ଚକ୍ର ବାଗ ପ୍ରମୁଖ ପାରିଷଦ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ କୁ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କନ୍ଦର୍ପ ଗୁରୁ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ବୀର ସିଂ ବିରୋଲି ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ଜୁନାଗଡ଼ ସହର ବାସୀ ଉପସ୍ଥିତ ରହିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଏସଜି ଓମେନ୍ସ କଲେଜରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

“ଜଙ୍ଗଲ ସାଥିରେ ବସିବା ମିତ” ଶୀର୍ଷକ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ବିଭିନ୍ନ ସ୍ଥାନରେ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!