ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ ଲାୟନ୍ସ କ୍ଲବ୍‌ରେ ଆୟୋଜିତ

ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ ଲାୟନ୍ସ କ୍ଲବ୍‌ରେ ଆୟୋଜିତ

ରାୟଗଡା, 2025: ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ 2025 ସ୍ଥାନୀୟ ଲାୟନ୍ସ କ୍ଲବ୍ ପ୍ରାଙ୍ଗଣରେ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକମାନେ ଯୋଗଦେବାରୁ ଉତ୍ସବଟି ସ୍ମରଣୀୟ ହୋଇପଡ଼ିଲା । ଏହି କାର୍ଯ୍ୟକ୍ରମ ରେ ଆମ ଅଂଚଳ ର ପ୍ରିୟ ବିଧାୟକ ଆପ୍ପାଲା ସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ରୂପେ ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ କୁମାର ତା ,ସନମାନିତ ଅତିଥି ରୂପେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଓ ଅନ୍ୟ ସନମାନିତ ଅତିଥି ମାନଙ୍କ ମଧ୍ୟରେ ସେଣ୍ଟଚୁରିଅନ ୟୁନିଭର୍ସିଟି ର ଡାଇରେକ୍ଟର ଶ୍ରୀ ରାଜେଶ ପାଢ଼ୀ, ଏବଂ ଆଇଏସିଆର ଓ ଜିସ୍ଟ କଲେଜ ର ପରିଚାଳନା ଅଧକ୍ଷ ଶ୍ରୀ ଗୋବିନ୍ଦ ପ୍ରସାଦ ରଥ, ୱେବ ମିଡ଼ିଆ ସଂଘ ର ସମ୍ପାଦକ ଶ୍ରୀ ଗୁରୁ ପ୍ରସଦ ସାହୁ, ଓ ଗୌରୀ ଶଙ୍କର ପଟନାୟକ ମଂଚାସୀନ ହୋଇଥିଲେ ।

ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥି ମାନେ ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ୱେବ ମିଡ଼ିଆ ର ପ୍ରଭାବ ଉପରେ ଆଲୋକପାତ କରିଥିଲେ ।ବର୍ତମାନ ଯୁଗରେ ସବୁଠାରୁ କ୍ଷିପ୍ର ଗତିରେ ଖବର ଲୋକଙ୍କ ନିକଟରେ ପହଁଚି ବାରେ ୱେବ ମିଡ଼ିଆ ର ଗୁରୁତ୍ୱ ଥିବା ଯୋଗୁଁ ବର୍ତମାନ ର ପିଢ଼ି ଖବର ଜାଣିବା ପାଇଁ ୱେବ ମିଡ଼ିଆ ଆଦରି ନେଇ ଛନ୍ତି। ଅତିଥି ମାନେ କହିଥିଲେ ଯେ, ୱେବ ମିଡ଼ିଆ ଦ୍ୱାରା ଖବର ଶୀଘ୍ର ଓ ପ୍ରଭାବଶାଳୀ ଭାବରେ ଲୋକଙ୍କ ପାଖକୁ ପହଂଚୁଛି ଏବଂ ଏହା ମାଧ୍ୟମରେ ସରକାରଙ୍କ ପାଖରେ ମଧ୍ୟ ସମସ୍ୟା ଗୁଡ଼ିକ ଶୀଘ୍ର ପହଂଚି ପାରୁଛି ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରେ ଭିନ୍ନ ଭିନ୍ନ ଶୈଳୀ ରେ ପ୍ରକାଶ କରିଥିଲେ । ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା – ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକଙ୍କୁ ସତ୍ୟନିଷ୍ଠ, ଦାୟିତ୍ୱଶୀଳ ଓ ନିର୍ଭୀକ ସାମ୍ବାଦିକତା ପାଇଁ ସମ୍ମାନିତ କରାଯାଇଥିଲା । ସେମାନଙ୍କର ଦୁର୍ଗମ ଅଞ୍ଚଳରୁ ସତ୍ୟକଥା ଆଣିବା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରକାଶ କରିବାରେ ଯେ ପ୍ରୟାସ, ତାହାକୁ ଅତିଥିମାନେ ପ୍ରଶଂସା କରିଥିଲେ । ଅତିଥିମାନେ କହିଥିଲେ ଯେ, ଡିଜିଟାଲ ସାମ୍ବାଦିକତା ଲୋକତନ୍ତ୍ରକୁ ଶକ୍ତିଶାଳୀ କରିବାରେ ଓ ପଛୁଆ ବର୍ଗକୁ କଣ୍ଠସ୍ୱର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ।

ୱେବ ମିଡ଼ିଆ ୟୁନିୟନ ର ନେତୃତ୍ୱ ଦଳ ପୂର୍ଣ୍ଣ ଶକ୍ତି ସହିତ ଉପସ୍ଥିତ ଥିଲେ ।ଏହି ୱେବ ମିଡ଼ିଆ ସଂଘ ର ସଭାପତି ଶ୍ରୀ ଶିବ ପ୍ରସାଦ ପାଢ଼ୀ, , ଉପସଭାପତି ଶ୍ରୀ ରଞ୍ଜନ କୁମାର ମହାନ୍ତି,ସାଧାରଣ ସମ୍ପାଦକ ଶ୍ରୀ ଗୁରୁ ପ୍ରସାଦ ସାହୁ,ସମ୍ପାଦକ ଶ୍ରୀ ବିଶ୍ୱ ରଞ୍ଜନ ଛିଞ୍ଚାଣୀ, କାର୍ଯ୍ୟାଳୟ ପରି ଚାଲାକ ଶ୍ରୀ ହରି ନାରାୟଣ ଦାସ, ଏବଂ କୋଷାଧ୍ୟକ୍ଷ ଶ୍ରୀ ଗୌରୀ ପଟ୍ଟନାୟକ ଉତ୍ସବଟିରେ ପ୍ରମୁଖ ଭୂମିକା ନେଇଥିଲେ । ସେମାନଙ୍କ ସମୂହିକ ପ୍ରୟାସରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ହୋଇଥିଲା, ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଦ୍ୱାରା ସୁଚାରୁରୂପେ ସଂଯୋଜନା ହୋଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

କଳାହାଣ୍ଡି: କେସିଙ୍ଗା କୋଣାର୍କ ସୂତାକଳ ପୁନରୁଦ୍ଧାର ଦାବୀ ଜୋର ଧରିଲା

masiha

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!