ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ୩ମିଲିୟନରୁ ୬ମିଲିୟନ ବୃଦ୍ଧି ପାଇଁ ମୁଣ୍ଡ ଟେକିଲା ନୂତନ ସଂଘଠନ , ୨- ସାର ପାଇଁ ଆଜି ବନ୍ଧୁଗାଁ ବ୍ଲକ ଚାଷୀ ହଟ ହଟା 

୩ମିଲିୟନରୁ ୬ମିଲିୟନ ବୃଦ୍ଧି ପାଇଁ ମୁଣ୍ଡ ଟେକିଲା ନୂତନ ସଂଘଠନ

ବନ୍ଧୁଗାଁ, ୩୧/୦୮/୨୫କୋରାପୁଟ ଜିଲା ଲକ୍ଷ୍ମୀପୁର ସ୍ଥିତ ପୂର୍ତ୍ତବିଭାଗ ବଙ୍ଗଳା ଠାରେ ଆଜି ପୂର୍ବତନ ସମିତି ସଭ୍ୟ ରାଧେଶ୍ୟାମ ଯାନୀଙ୍କ ନେତୃତ୍ୱରେ ଖଣି ପାରିପାର୍ଶ୍ବିକ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନେକ ନେତା ଖଣିକୁ ନେଇ ରାଜନୀତି କରୁଥିବା ବେଳେ ଅଂଚଳବାସୀଙ୍କୁ ନିରାଶ ହେବାକୁ ପଡୁଛି।ଏଠି ଅନେକ ବଡବଡିଆ ଖଣି ଖନନକୁ ବିରୋଧ କରି ଅଞ୍ଚଳର ଲୋକଙ୍କୁ ଢାଳ କରି ମାଲେମାଲ ହେଉଥିବା ଦେଖି ଏବେ ଲକ୍ଷ୍ମୀପୁର ପାରିପାର୍ଶ୍ବିକ ବିକାଶ ପରିଷଦ ଜନ୍ମ ନେଇଛି।ଲକ୍ଷ୍ମୀପୁର କୋଡୀଙ୍ଗା ମାଳି ବକ୍ସାଇଟ ଖଣି ଉତ୍ପାଦନ ୩ ମିଲିୟନ ରୁ ୬ ମିଲିୟନ କୁ ବୃଦ୍ଧି କରି ପାରିପାର୍ଶ୍ବିକ ଅଂଚଳର ବିକାଶ କିପରି ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲା।ଦୀର୍ଘ ବର୍ଷଧରି ଅଞ୍ଚଳରେ ଖଣି ଖନନ କରି ବେଦାନ୍ତ ନେଉଛି ଏହାକୁ ନେଇ ଅନେକ ଲୋକ ପ୍ରତିନଧି ଏବଂ ଅନେକ ସଂଘଠନ ବିରୋଧ କରି ଆସୁଛନ୍ତି ଏବଂ ଦଲାଲ ଗିରି କରୁଛନ୍ତି। ବର୍ତ୍ତମାନ ୩ମିଲିୟନ ଚାଲିଅଛି ତାହା ବର୍ତ୍ତମାନ ୬ମିଲିୟନ ପାଇଁ ସରକାର ନିଷ୍ପତି ନେଇଛନ୍ତି ତାହାକୁ ଅଞ୍ଚଳବାସୀ ସ୍ୱାଗତ କରୁଛନ୍ତି। ବର୍ତ୍ତମାନ ଖଣି ପାରିପାର୍ଶ୍ବିକ ଅଞ୍ଚଳବାସୀ ୬ମିଲିୟନ ହେଲେ ସୁବିଧା ପାଇ ପାରିବେଏବଂ ରାସ୍ତା, ମେଡିକାଲ, ସ୍କୁଲ, କଲେଜ ଉନ୍ନତି ପାଇଁ ବେଦାନ୍ତ ଖଣି ନେଲେ ପାରିପାର୍ଶ୍ବିକ ଅଞ୍ଚଳ ବିକାଶ ହେବ। ଦୀର୍ଘ ଦିନ ହେଲେ ଖଣି ଖନନ କରାଯାଉଛି। କିନ୍ତୁ ଅଞ୍ଚଳରକିଛି ସଂଘଠନ ବେଦାନ୍ତକୁ ବିରୋଧ କରି ପରବର୍ତ୍ତୀ ସମୟରେ କିଛି ଅର୍ଥପାଇଁ ମାଲେମାଲ ହେଉଛନ୍ତି କିନ୍ତୁ ନିରୀହ ପାରିପାର୍ଶ୍ବିକ ଅଞ୍ଚଳବାସୀ କ୍ଷତି ସହୁଛନ୍ତି। ଏହାକୁ ଖଣିପାରିପାର୍ଶ୍ବିକ ବିକାଶ ପାଇଁ ଅଧିକ ରୋଏଲଟି ମିଳୁ ଏବଂ ଅଞ୍ଚଳର ବିକାଶ ହେଉ ତାହାକୁ ନେଇ ନୂତନ ଭାବରେ ଲକ୍ଷ୍ମୀପୁର ଆଞ୍ଚଳିକ ପାରିପାର୍ଶ୍ବିକ ବିକାଶ ପରିଷଦ ଏକ ନୂତନ ସଂଘଠନ କରି ବୈଠକ କରି ୩ମିଲିୟନ ୬ମିଲିୟନ ବୃଦ୍ଧି ପାଇଁ ସମର୍ଥନ କରିଥିବାର ରାଧେଶ୍ୟାମ ଯାନୀ କହିଛନ୍ତି।ସରକାର୩ମିଲିୟନ ୬ମିଲିୟନ ବୃଦ୍ଧି ହେଲେ ଏ ଅଞ୍ଚଳର ବିକାଶ ହେବ। ଏବଂ ଚାରି ଶହରୁ ପାଞ୍ଚ ଶହ ଗାଡି ଚାଲିଛି। ମୋନଜ ସାହୁ କହିଛନ୍ତି, ତେଣୁ ୩ମିଲିୟନ ୬ମିଲିୟନ ହେଲେ ସୁବିଧା ହେବ। ଏବଂ ଚାରି ହଜାର ଶ୍ରମିକ ଉପକୃତ ହେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଆଜି ଏକ ବୈଠକ କରି ବେଦାନ୍ତ ଓଏମସି ମାଧ୍ୟମରେ ଲକ୍ଷ୍ମୀପୁର ଠାରେ ମେଡିକାଲ, ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ଏବଂ କିପରି ଅଧିକ ଉନ୍ନତି ପାଇଁ ଏବଂ ପାରିପାର୍ଶ୍ବିକ ଲୋକଙ୍କ ପାଇଁ ଆମ୍ବୁଲେନ୍ସ ବ୍ୟବସ୍ଥା କରିଛି। ଏବଂ ବେଦାନ୍ତ ପକ୍ଷରୁ ଆହୁରି ଅଧିକ ଉନ୍ନତ ମୂଳକ କାର୍ଯ୍ୟ ହେଉ ଏବଂ ନିଯୁକ୍ତି ମଧ୍ୟ ହେଉ ଏଥିପାଇଁ ଏକନୂତନ ସଂଘଠନ କରିଛୁ। ଦେବଖରା କହିଛନ୍ତି,ବର୍ତ୍ତମାନ ୩ମିଲିୟନରୁ ୬ମିଲିୟନକୁ ସମର୍ଥନ କରୁଛୁ। ୬ମିଲିୟନ ହେଲେ ଅଞ୍ଚଳର ବିକାଶ ହେବ ଓ ରାଜ୍ବସ ବଢିବ ତେଣୁ ସମର୍ଥନ କରୁଛୁ। ଏଠି ନେତା ମାନେ ବିକାଶ ନାଁରେ ବିନାଶ କରୁଛନ୍ତି। ଅଞ୍ଚଳର ବିକାଶ ପାଇଁ ନେତା ଚିନ୍ତା କରିନାହାଁନ୍ତି ଯାହା ଫଳରେ ଅଞ୍ଚଳର କିପରି ବିକାଶ ହୋଇ ପାରିବ ତାହାକୁ ନେଇ ନୂତନ ଭାବେ ସମସ୍ତଙ୍କ ମିଳିତରେ ଲକ୍ଷ୍ମୀପୁର ପାରିପାର୍ଶ୍ବିକ ବିକାଶ ପରିଷଦ କିପରି ଅଞ୍ଚଳର ବିକାଶକୁନେଇ ଏକ ନୂତନ ଚିନ୍ତାଧାରା ନେଇ ଏକ ନୂତନ ସଂଘଠନ କରିଛୁ। ୬ମିଲିୟନ ହେଲେ ଆହୁରି ଅଧିକ ଉନ୍ନତି ହୋଇପାରିବ ଏବଂବେଦାନ୍ତ ସିଏସଆର ପାଣ୍ଠିରୁ ଏକ ଗରିବ ଝିଅକୁ ଡାକ୍ତରୀ ପାଠ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଯାହା ଫଳରେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ହୋଇଛି। ୬ମିଲିୟନ ନେଇ ପାରିପାର୍ଷିକ ବାସିଙ୍କୁ ଅଧିକ ଅଧିକ ସୁବିଧା ମିଳିପାରିବ ଏବଂ ଯେଉଁ ସବୁ ସମସ୍ୟା ରହିଛି ତାହା କିପରି ଅଞ୍ଚଳ ବାସିଙ୍କ ପୂରଣ ହୋଇ ପାରିବ। କିଛି ସଂଘ ବେଦାନ୍ତ ବିରୋଧ କରି ତାଙ୍କର ପକେଟ ଗରମ କରୁଛନ୍ତି ସେପରି କୈଣସି ସଂଘଠନକୁ ବିଶ୍ୱାସ କରିବୁ ନାହିଁ କି ଅଞ୍ଚଳବାସୀ ମଧ୍ୟ କେବେ ସମର୍ଥନ କରିବେ ନାହିଁ । ଏବଂ ଆଗାମୀ ଦିନରେ ୬ମିଲିୟନ ପାଇଁ ହଜାର ହଜାର ଅଞ୍ଚଳ ବାସୀ ସମର୍ଥନ କରିବେ। ନୂତନ ଭାବରେ କଂସାରୀଗୁଡାଠାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି କିନ୍ତୁ ଆମ ଅଞ୍ଚଳର ଶିକ୍ଷିତ ବେକାର ଯୁବକଯୁବତୀ ସିକ୍ୟୁରିଟି ଗାର୍ଡ ପାଇଁ ମଧ୍ୟ ଯୋଗ୍ୟ ନାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଆଦିତ୍ୟ ବିର୍ଲା କମ୍ପାନୀକୁ ମଧ୍ୟ ସ୍ୱାଗତ କରୁଛୁ କିନ୍ତୁ କେବଳ ଦୁଇଟି ପଞ୍ଚାୟତର ଲୋକ ହିଁ କମ୍ପାନୀରେ ଅଧିକାର ନାହିଁ। ତେଣୁ କମ୍ପାନୀ ତିନୋଟି ବ୍ଲକର ଯେଉଁ ପାରିପାର୍ଶ୍ବିକ ଅଞ୍ଚଳର ଲୋକଙ୍କ କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ ରହିଛି। କିଛି ହାତ ଗଣତି ଲୋକଙ୍କୁ ନେଇ କମ୍ପାନୀ ଚାଳିବ ନାହିଁ। ତେଣୁ କମ୍ପାନୀ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ଦରକାର ଏବଂ ଯେଉଁ ମାନଙ୍କ ଜମି ଓ ବିସ୍ଥାପିତଙ୍କ କଥାରେ ହିଁ ବର୍ତମାନ କମ୍ପାନୀ ଚାଲିଛିବୋଲି କହିଛନ୍ତି। ଏହି ବୈଠକରେ ଲକ୍ଷ୍ମୀପୁର ବିକାଶ ପରିଷଦର ନୂତନ ଭାବେ ସଭାପତି ରାଧେଶ୍ୟାମ ଯାନୀ,ଉପ ସଭାପତି ଦେବ ଖରା, ଯୁଗ୍ମ ସମ୍ପାଦକ ଚନ୍ଦ୍ରସେନ ଖରା,ସାଙ୍ଗଠନିକ ସମ୍ପାଦକ ମନୋଜ ସାହୁଙ୍କୁ ସର୍ବ ସହମତି କ୍ରମେ ବଛା ଯାଇଥିଲା।ସାମ୍ବାଦିକ ପରମେଶ୍ୱର ସାହୁ, ସାମ୍ବାଦିକ ପ୍ରମଦ କୁମାର ଜେନା, ସାମ୍ବାଦିକ ସଞ୍ଜୟ ପାଣି,ସାମ୍ବାଦିକ ପାତ୍ର ପିଲେଣ୍ଟି, ମୋଣ୍ଟୁ ହିଆଲ, ଚନ୍ଦ୍ର ଶେଖର ରାଉତ, ଆରତ ଖରା, କୈଳାଶ ଜମ୍ବେକା ,ଜିତୁ ଜମ୍ବେକା ,ରାଜକୁମାର ଉପସ୍ଥିତ ରହି ଥିଲେ।ଅଞ୍ଚଳର ବିକାଶ ଆଶାରେ ପ୍ରତେକ ସମୟରେ ସମ୍ବାଦିକ ଖବର ପ୍ରସାରଣ କରୁଥିବା ବେଳେ ଖବର ପ୍ରସାରଣ ପରେ ଲୋକପ୍ରତିନିଧି ଓ କିଛି ସଂଘଠନ ନିଜର ଫାଇଦା ନେଉଥିଲେ ତାହାକୁ ନେଇ ସାମ୍ବାଦିକ ମାନେ ନିଷ୍ପତ୍ତି ନେଇଛନ୍ତି ଏବଂକିପରି ଅଞ୍ଚଳବାସୀଙ୍କ ବିକାଶ ହୋଇ ପାରିବ ସେଥିପାଇଁ ଏହି ନୂତନ ସଂଘଠନ ସହିତ ଜଡ଼ିତ ହୋଇଛନ୍ତି।

ସାର ପାଇଁ ଆଜି ବନ୍ଧୁଗାଁ ବ୍ଲକ ଚାଷୀ ହଟ ହଟା 

ବନ୍ଧୁଗାଁ ତା, ୨୮/୮/୨୫, ଆଜି ବନ୍ଧୁଗାଁ ବ୍ଲକର ୧୩ ଗଟି ପଞ୍ଚାୟତ ର ଚାଷୀମାନେ ବନ୍ଧୁଗାଁ ଅନ୍ତର୍ଗତ ଅର କେ ନଗର ଠାରେ ରହିଥିବା ହର୍ଷା ଟ୍ରଷ୍ଟ କାର୍ଯ୍ୟାଳୟ କୁ ସାର ଦିଆଯାଉ ବୋଲି ଘେରାଉ କରିଥିଲେ I ଉକ୍ତ କାର୍ଯ୍ୟାଳୟ ର ଦାୟୀତ୍ୱରେ ରହିଥିବା ଅଧିକାରୀ ଙ୍କ ବୟାନ କି ଆମ କାର୍ଯ୍ୟ ହେଉଛି ବ୍ଲକର କାର୍ଯ୍ୟଳୟ ଦ୍ୱାରା ଯାହା ଆମକୁ ଉଚ୍ଚ ବିଭାଗ ଦ୍ୱାରା ଆମ କାର୍ଯ୍ୟାଳୟ ବିଭାଗକୁ ଯାହା ବି ସାର ଜିନିଷ ଚାଷୀଙ୍କୁ ଦିଆଯିବା ପାଇଁ ଆମକୁ ଯେତିକି ପରିମାଣରେ ଦେଲେ ଆମେ ତାକୁ ଚାଷୀଙ୍କୁ ପ୍ରମାଣ ପତ୍ର ସହ ଦେବୁ କିନ୍ତୁ ବର୍ତ୍ତମାନ ଆମକୁ ୩୫୦ ବସ୍ଥା ୟିଉରିଆ ସାର ଦିଆ ଯାଇଛି ତାହା ବନ୍ଧୁଗାଁ ବ୍ଲକର ଚାଷୀଙ୍କ ପାଇଁ ନିୟଣ୍ଟ ହୋଇପାରେ ଭାବିଥିଲୁ I ଆସନ୍ତା ମାସ ୩ ତାରିଖ ସୁଦ୍ଧା ଆଉ ୧୦୦୦ ବସ୍ଥା ସାର ଆସିଲେ ବର୍ତମାନ ଥିବା ୩୫୦ ବସ୍ତା ମିଶେଇ ବ୍ଲକର ଜନ ୨ ଅଧିନରେ ରହିଥିବା କାନା ଗାଁ, ବନ୍ଧୁଗାଁ, ସାନ ସୋରପଲି ଓ କାବେରି ବାଡ଼ି ର ଏହି ଚାରିଗୋଟି ପଞ୍ଚାୟତ ର ଚାଷୀଙ୍କୁ ଆମ ଦ୍ୱାରା ସାର ଯାହା ଆମକୁ ଦେବା ପାଇଁ ଦିଆଯିବ ଆମେ ଚାଷୀଙ୍କୁ ବାଣ୍ଟିବୁ ଓ ବଳକା ଆଲମଣ୍ଡା, ପେଦାଅଲୋଡ଼ା, ଓ କାପୋଲୋଡ଼ା ପଞ୍ଚାୟତ ଓ ଜନ ୨ ଅଧିନରେ ରହିଥିବା ୬ ଗଟି ପଞ୍ଚାୟତ ର ଚାଷୀଙ୍କୁ କେ. ଗୁରୁମୂର୍ତ୍ତି ସାର ଦେବେ ବୋଲି ନିଜ ଯୋରଫୋରୁ ଏକ ବୟାନ ଦେଇଥିଲେ I ଚଳିତ ବର୍ଷ ଚାଷ ପାଇଁ ଉଚିତ ସମୟରେ ବର୍ଷା ହୋଉଥିବାରୁ ଚାଷୀଙ୍କ ମନରେ ଖୁସିରେ ବହୁତ ଆନନ୍ଦ ସହ ଅଧିକ ମାତ୍ରାରେ ଚାଷ କରୁଥିବା ହେତୁ ନିଜ ନିଜ ଚାଷ ଜମି ପାଇଁ ଅଧିକ ମାତ୍ରାରେ ସାର ଆବଶ୍ୟକ ସକାଶେ ଆଜି ଚାଷୀମାନେ ସାର ପାଇଁ ଆସି ଗହଳି କରିଥିଲେ I ପୂର୍ବ ବର୍ଷ ଠିକ ଏହି ସମୟରେ ଚାଷୀଙ୍କ ପାଇଁ ସାର ର ଅଭାବ ନଥିଲା କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି କି ଚାଷୀଙ୍କୁ ଚାଷ ଜମିରେ ଚାଷର ଉର୍ବର ପାଇଁ ସରକାରଙ୍କ ତରଫୋରୁ ସାର ମିଳିବା କଷ୍ଟ ହୋଇପଡୁଛି I ଆଜିର ଏହି ଚାଷୀ ମାନଙ୍କ ଦ୍ୱାରା କୋରାଜ ଆଇଥିବା ଗୋହୋଳିରେ ବ୍ଲକର ଶୋତାଧିକ ଚାଷୀମାନେ ଏକତ୍ରିତ ହୋଇ ବହୁତ ଗହଳି କରିଥିବାର ଦେଖିବାକୁ ମିଳିଥିଲା I ଉକ୍ତ ବିଷୟକୁ ନେଇ କୃଷି ବିଭାଗର ଅଧିକାରୀ ମାନଙ୍କୁ ଯୋଗାଯୋଗ କରିବାରୁ ବହୁତ ଭଲ ଭାବରେ ମନ୍ତବ୍ୟ ରଖିଥିଲେ I ସରକାରଙ୍କ ମନ୍ତବ୍ୟ କୁ ନେଇ ଛାଷିମାନେ ବହୁତ ଖୁସି ହୋଇ ନିଜେ ବୁଝି ପାରିଥିଲେ ଓ ଅଳ୍ପଦିନ ଅପେକ୍ଷା କରିବା ସହ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରି ସାର ଆସିଲେ ନେବା ପାଇଁ ଚାଷୀମାନେ ରାଜି ହୋଇ ଆଜିର ଗୋହୋଳିରୁ ଓହରିଥିଲେ I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ଜଙ୍ଗଲୀ ହାତୀ କୁ ନେଇ ଲୋକେ ଆତଙ୍କିତ !!!

ଭବାନୀପାଟଣା ଠାରେ ମଶା ବାହିତ ରୋଗ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ଅନ୍ତବିଭାଗୀୟ ସ୍ୱମନ୍ନୟ ବୈଠକ

Sunil Chandra Nayak

ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

masiha

Leave a Comment

error: Content is protected !!