ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆରଏମସି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ସ୍ଥାନୀୟ ମଧୁସୂଦନ ମାର୍ଗ ଠାରୁ  ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଆରଏମସି କର୍ମଚାରୀ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଏଥି ସହ ରାଉରକେଲାବାସୀଙ୍କ ସେବାରେ ନିୟୋଜିତ ବିଭିନ୍ନ ଗାଡ଼ି ଗୁଡ଼ିକୁ ଏହି ଶୋଭାଯାତ୍ରାରେ ସାମିଲ କରାଯାଇଥିଲା। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସ୍ଥାନୀୟ ମଧୁସୂଦନ ମାର୍ଗ ଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସ୍ଵାୟତ୍ତ ଶାସନ ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ସୁଭାଷ ବୋଷ ପାର୍କରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମହାନଗର ନିଗମର କର୍ମଚାରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପୂର୍ବକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ ଓ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହର ସିଧାପ୍ରସାରଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ସହଯୋଗ ଯୋଜନାକୁ ଲୋକଙ୍କ ନିକଟରେ ସଠିକ୍ ଭାବେ ପହଞ୍ଚାଇବା ପାଇଁ ରାଉରକେଲା ମହାନଗର ନିଗମର ସହଯୋଗ ସୁବିଧା ପ୍ରଦାନକାରୀ ନୀତୁ ମୁଖୀଙ୍କୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ କରିଥିଲେ। ସ୍ଵାୟତ୍ତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ ବିବିଧ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।ମହାନଗର ନିଗମର କର୍ମଚାରୀ ମାନଙ୍କ ମଧ୍ୟରେ କ୍ରିକେଟ, ଫୁଟବଲ୍, ଚେସ୍, ଲୁଡୁ, କବାଡ଼ି, ରଙ୍ଗୋଲି,ଗୁପଚୁପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆରଏମସି ସମ୍ମିଳନୀ କକ୍ଷରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଯେଉଁଥିରେ ଆରଏମସି କର୍ମଚାରୀଙ୍କ ସମେତ ସଫେଇ କର୍ମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ  ଆରଏମସିରଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ଵଚ୍ଛସାଥୀ, ସ୍ଵଚ୍ଛ ସୁପରଭାଇଜର, ସଫେଇ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!