ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକ ନାଟକ ପ୍ରାଦେଶିକ ସଂସ୍କୃତିକୁ ପୁଷ୍କଳ କରିଥାଏ : ରୋଶନ୍

ଲୋକ ନାଟକ ପ୍ରାଦେଶିକ ସଂସ୍କୃତିକୁ ପୁଷ୍କଳ କରିଥାଏ : ରୋଶନ୍

ବ୍ରହ୍ମପୁର, ତା. ୦୧/୯/୨୫- ସ୍ଥାନୀୟ ଆମ୍ବ ବଜାର ଗଣେଶ ପୂଜା କମିଟି ଆୟୋଜିତ ଅନ୍ତିମ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ଅତିଥି ଭାବରେ ଯୋଗଦେଇ ଆମ ଲୋକ କଳା ଓ ଲୋକ ନାଟକ ପ୍ରାଦେଶିକ ସଂସ୍କୃତିକୁ ପୁଷ୍କଳ କରୁଥିବା ହେତୁ ତାହାର ଯଥାର୍ଥ ସଂରକ୍ଷଣ ଓ ସଂଚାଳନ ପ୍ରତି ସରକାରୀ ଦୃଷ୍ଟି ରହିବା ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଚିକରଡ଼ା ସ୍ଥିତ ଶ୍ରୀଶ୍ରୀ କ୍ଷେତ୍ରପାଳ ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ ” ପ୍ରହଲ୍ଲାଦ ନାଟକ ” ମଞ୍ଚସ୍ଥ ହୋଇଥିଲା । ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଲଷ୍ମୀ ନାରାୟଣ ସାମଲ, କଣ୍ଠଶିଳ୍ପୀ ଭଗବାନ ସାମଲ, ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ ଏବଂ ଦୀନବନ୍ଧୁ ପାତ୍ର ପ୍ରମୁଖ ମହାସଂଘ ପକ୍ଷରୁ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସର୍ବଶ୍ରୀ ସାଗର ପ୍ରଧାନ, ଉଦୟନାଥ ବେହେରା, ନୟନ ବେହେରା, ଶିବ ବେହେରା, ମୋହନ ବେହେରା, ଦୁର୍ଯ୍ୟୋଧନ ବେହେରା, ବନମାଳୀ ବେହେରା, ଶଙ୍କର ଗୌଡ଼, ସାନାପିଲା, ଗାଣ୍ଡୁ, ଧୋବା, ଗୋବିନ୍ଦ, ମେନେଜର ସୁଧୀର ବେହେରା ପ୍ରମୁଖ ଲୋକ ନାଟକଟିରେ ଅଂଶ ଗ୍ରହଣ କରିଥିଲେ । ନାଟକଟି ଦର୍ଶକ ମାନଙ୍କ ଦ୍ୱାରା ଅତୀବ ପ୍ରଶଂସାର୍ହ ହୋଇପାରିଥିଲା । ଆମ୍ବ ବଜାର କମିଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଅକାଳ ବିୟୋଗ

masiha

ମୋ ସ୍କୁଲ୍ ଅଭିଯାନର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ,ନର୍ଲା ବ୍ଲକର ଷ୍ଟଲ୍ ଶ୍ରେଷ୍ଠ ବିବେଚିତ

Sunil Chandra Nayak

କଲାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!